କଣ ହେଲା ଯେବେ ସୁଟିଂ ସମୟରେ ସଂଯମତା ହରାଇ ବସିଲେ ଏହି ସବୁ ବଡ ବଲିଉଡ ଷ୍ଟାରମାନେ

ହିରୋ ହିରୋଇନ୍ ଙ୍କ ପ୍ରେମର ଗଭୀରତାକୁ ଦର୍ଶାଇବା ପାଇଁ ଦୁନିଆର କେଉଁ ସିନେମାରେ ମଧ୍ୟ ଚୁମ୍ବନ ଠୁ ଭଲ ମାଧ୍ୟମ ନାହିଁ । କିଛି ଦଶକ ମଧ୍ୟରେ କେବଳ ହଲିଉଡ୍ ନୁହେଁ ବରଂ ବଲିଉଡ ଓ ଆହୁରି ଅନେକ ଭାରତୀୟ ଭାଷାରେ ହେଉଥିବା ଫିଲ୍ମ୍ ଗୁଡିକରେ ମଧ୍ୟ ଚୁମ୍ବନ ଦୃଶ୍ୟ ସୁଟିଂ କରା ଯାଉଛି । ଫିଲ୍ମର ନିର୍ମାତା ଓ ନିର୍ଦ୍ଦେଶକ ଏହାକୁ କାହାଣୀର ଚାହିଦା କହି ଉପସ୍ଥାପନା କରୁଛନ୍ତି ।

ଆଜି ଆମେ ଏପରି କିଛି ବଲିଉଡ ତାରକା ଙ୍କ ବିଷୟରେ ଜାଣିବା ଯେଉଁମାନେ ଏପରି ଅନ୍ତରଙ୍ଗ ଦୃଶ୍ୟର ସୁଟିଂ ସମୟରେ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ । ୧୯୮୮ ମସିହାରେ ରିଲିଜ୍ ହୋଇଥିବା ଫରାଜ୍ ଖାନ୍ ନିର୍ଦ୍ଦେଶିତ ଫିଲ୍ମ୍ ଦୟାବାନ୍ ରେ ମାଧୁରୀ ଦୀକ୍ଷିତ ଓ ବିନୋଦ ଖାନ୍ନା ଙ୍କ ମଧ୍ୟରେ ଏକ ଅନ୍ତରଙ୍ଗ ମୁହୂର୍ତ୍ତର ଦୃଶ୍ୟ ଦର୍ଶା ଯାଇଥିଲା ।

ସେହି ଫିଲ୍ମର ସୁଟିଂ ସମୟରେ ବିନୋଦ ଖାନ୍ନା ଏପରି ଅନିୟନ୍ତ୍ରିତ ହୋଇଥିଲେ ଯେ ସେହି ଦୃଶ୍ୟର ଚର୍ଚ୍ଚା ଆଜି ବି ଶୁଣିବାକୁ ମିଳେ । ଫିଲ୍ମ୍ ରିଲିଜ୍ ହେବା ପରେ ଏହି ଅନ୍ତରଙ୍ଗ ଦୃଶ୍ୟ ଯୋଗୁଁ ମାଧୁରୀ ଙ୍କୁ ଅନେକ ସମାଲୋଚନା ର ସାମନା ମଧ୍ୟ କରିବାକୁ ପଡ଼ିଥିଲା । ମାଧୁରୀ ଦୀକ୍ଷିତ ସେହି ଚୁମ୍ବନ ଦୃଶ୍ୟକୁ ନିଜ ଅଭିନୟ କ୍ୟାରିଅରର ଏକ ଭୁଲ୍ ବୋଲି ଭାବନ୍ତି ।

ସିଦ୍ଧାର୍ଥ ମଲହୋତ୍ରା ଓ ଜ୍ୟାକଲିନ୍ ଫର୍ନାଣ୍ଡେଜ୍ ଅଭିନୀତ ଫିଲ୍ମ୍ ଏ ଜେଣ୍ଟଲମ୍ଯାନ୍ ର ସୁଟିଂ ସମୟରେ ଏହି ହଟ୍ କପଲ୍ ଙ୍କ ସମ୍ବନ୍ଧ ର ଖବର ମିଡିଆରେ ବହୁତ ଆଲୋଚନା ହେଉଥିଲା । ଫିଲ୍ମର ଏକ ଅନ୍ତରଙ୍ଗ ଦୃଶ୍ୟରେ ଜ୍ୟାକଲିନ୍ ଙ୍କୁ ସିଦ୍ଧାର୍ଥ ଚୁମ୍ବନ କରିବାର ଥିଲା । ଏହି ଦୃଶ୍ୟର ସୁଟିଂ ସମୟରେ ଦୁଇଜଣ ଏତେ ମଗ୍ନ ହୋଇ ଯାଇଥିଲେ କି ସେମାନଙ୍କୁ ନିର୍ଦ୍ଦେଶକଙ୍କ କଟ୍ କହିବାର ଆୱାଜ ମଧ୍ୟ ଶୁଣା ଯାଇ ନଥିଲା ।

ତାଲିବ ତାହିର୍ ଓ ଜୟପ୍ରଦା ଏକାଠି ସୁଟିଂ କରୁଥିବା ସମୟରେ କିଛି ଏପରି ହୋଇଥିଲା ଯେଉଁଥିପାଇଁ ଜୟପ୍ରଦାଙ୍କୁ ସମସ୍ତଙ୍କ ସାକ୍ଷାତ ରେ ଲଜ୍ଜିତ ହେବାକୁ ପଡ଼ିଥିଲା । ଏକ ଫିଲ୍ମର ସୁଟିଂ ସମୟରେ ଏହି ଦୁହିଁଙ୍କୁ ଏକ ଅନ୍ତରଙ୍ଗ ଦୃଶ୍ୟର ସୁଟିଂ କରିବାର ଥିଲା, କିନ୍ତୁ ତାଲିବ ଏହି ସମୟରେ ଅନିୟନ୍ତ୍ରିତ ହୋଇ ଜୟପ୍ରଦାଙ୍କୁ ଜାବୁଡ଼ି ଧରିଥିଲେ । ଜୟପ୍ରଦା ନିଜକୁ ମୁକ୍ତ କରିବାକୁ ପ୍ରୟାସ କରି ବିଫଳ ହେବାରୁ ତାଙ୍କୁ ଜୋରଦାର ଥାପଡ ମାରି ଦେଇଥିଲେ ଓ କହିଥିଲେ କି ଏହା ପରଦା ଅଟେ, ଅସଲ ଜୀବନ ନୁହେଁ ।

୨୦୧୩ ରେ ରିଲିଜ୍ ହୋଇଥିବା ସୁପରହିଟ ଫିଲ୍ମ୍ ୟେ ଜବାନୀ ହେ ଦୀୱାନି ର ଏକ ଦୃଶ୍ୟରେ ଲାରା ଭୂମିକାରେ ଅଭିନୟ କରୁଥିବା ଏଭଲିନ୍ ଶର୍ମା ଙ୍କ ଆଣ୍ଠୁ ରେ ଆଘାତ ଲାଗୁଛି ଓ ବନି ଭୂମିକାରେ ଅଭିନୟ କରୁଥିବା ରଣବିର୍ କପୁର ତାଙ୍କ ସହ ଫ୍ଲର୍ଟ କରୁଛନ୍ତି । ଏହି ଫ୍ଲର୍ଟ କରିବାରେ ରଣବିର୍ ଏତେ ମଜି ଯାଇଥିଲେ ଯେ ନିର୍ଦ୍ଦେଶକ ଅୟାନ ଙ୍କୁ ୩ ଥର କଟ୍ କହିବାକୁ ପଡ଼ିଥିଲା ।

୮୦ଦଶକର ଶେଷ ଓ ୯୦ଦଶକର ଆରମ୍ଭ ସମୟରେ ବଲିଉଡ ଫିଲ୍ମରେ ବଳାତ୍କାର ଦୃଶ୍ୟ ନିଶ୍ଚୟ ରଖା ଯାଉଥିଲା । ୧୯୮୯ ମସିହାରେ ମିଥୁନ ଚକ୍ରବର୍ତ୍ତୀ ଓ ମାଧୁରୀ ଙ୍କ ଫିଲ୍ମ୍ ରେ ମଧ୍ୟ ଏପରି ଏକ ବୋଲ୍ଡ ଦୃଶ୍ୟ ଥିଲା । ଯେଉଁଥିରେ ଭିଲିଆନ ରଞ୍ଜିତ ମାଧୁରୀ ଙ୍କ ସହ ବଳ ପ୍ରୟୋଗ କରୁଛନ୍ତି । ଏହି ସମୟରେ ରଞ୍ଜିତ ଟିକେ ଅସଞ୍ଜମ ହୋଇ ଯାଇଥିଲେ । ଫିଲ୍ମ୍ ତ ସୁଟିଂ ହୋଇଗଲା କିନ୍ତୁ ମାଧୁରୀ ଟିକେ ଡରି ଯାଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।