ବାହୁବଳୀ ଏହି ହିରୋଇନଙ୍କ ପ୍ରେମରେ ପାଗଳ, ଦେଖି ଆପଣଙ୍କୁ ବିଶ୍ୱାସ ହେବ ନାହିଁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁପରଷ୍ଟାର ପ୍ରଭାସ ଫିଲ୍ମ୍ ବାହୁବଳୀ ଯୋଗୁଁ ସାରା ଦୁନିଆରେ ନାମ କମାଇ ଥିଲେ । ଏହି ଫିଲ୍ମ୍ ଟି ତାଙ୍କ ଫିଲ୍ମ୍ କ୍ୟାରିଅର କୁ ଏକ ନୂଆ ସୋପାନ କୁ ନେଇ ଯାଇଛି । ଟଲିଉଡ ଠୁ ବଲିଉଡ ଯାଏ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି । ତାଙ୍କ ଅଭିନୟର ଯାଦୁରେ ସେ ସମସ୍ତକୁ ଆକର୍ଷିତ କରିଥାନ୍ତି । ତେବେ ବର୍ତ୍ତମାନ ଫିଲ୍ମ୍ ରାଧେଶ୍ୟାମ କୁ ନେଇ ସେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି ।

ତାଙ୍କ ସହ ମୁଖ୍ୟ ନାୟିକା ଭୂମିକାରେ ଅଭିନେତ୍ରୀ ପୂଜା ହେଙ୍ଗଡେ ଅଭିନୟ କରୁଛନ୍ତି । ତେବେ ଏହି ଫିଲ୍ମ୍ ସହ ଆଉ ଜଣେ ଅଭିନେତ୍ରୀଙ୍କ ନାମ ଯୋଡ଼ି ହୋଇଛି । ସେ ହେଉଛନ୍ତି ବଲିଉଡ ଅଭିନେତ୍ରୀ ଭାଗ୍ୟଶ୍ରୀ । ପ୍ରଭାସ ଏକ ସାକ୍ଷାତକାରରେ ଖୋଲା ଖୋଲି କହିଛନ୍ତି କି ଏକ ସମୟରେ ଅଭିନେତ୍ରୀ ଭାଗ୍ୟଶ୍ରୀ ଙ୍କୁ ସେ ଖୁବ୍ ପସନ୍ଦ କରୁଥିଲେ ଓ ମନେ ମନେ ତାଙ୍କୁ ପ୍ରେମ କରୁଥିଲେ ।

ତେବେ ଭାଗ୍ୟଶ୍ରୀ ଙ୍କୁ ଆପଣ ମନେ ରଖିଛନ୍ତି ତ? ଇୟେ ହେଉଛନ୍ତି ସଲମାନ୍ ଖାଁ ଙ୍କ ହିରୋଇନ୍ ଭାଗ୍ୟଶ୍ରୀ । ଯିଏ ତାଙ୍କ ସହ ସୁପରହିଟ ଫିଲ୍ମ୍ ମୈନେ ପ୍ୟାର କିଆ ରେ କାମ କରିଥିଲେ । ସେହି ଭାଗ୍ୟଶ୍ରୀ ଏବେ ପ୍ରଭାସଙ୍କ ଫିଲ୍ମ୍ ରାଧେଶ୍ୟାମ ରେ ତାଙ୍କ ମାଆ ଭୂମିକାରେ ନଜର ଆସିବେ । ଫିଲ୍ମ୍ ରାଧେଶ୍ୟାମ ରେ ପ୍ରଭାସ, ଭାଗ୍ୟଶ୍ରୀ ଓ ପୂଜା ହେଙ୍ଗଡେ ଙ୍କ ବ୍ୟତୀତ ସତ୍ୟରାଜ୍, କୁନାଲ ରୟ କପୁର, ଶାହା ଛେତ୍ରୀ ଓ ପ୍ରିୟଦର୍ଶୀ ପୁଲିକୋଣ୍ଡା ମଧ୍ୟ ଅଭିନୟ କରୁଥିବା ନଜର ଆସିବେ । ଏହି ଫିଲ୍ମ୍ ଆସନ୍ତା ବର୍ଷ ତଥା ୨୦୨୧ ରେ ରିଲିଜ୍ ହେବ ।

ଏହି ଫିଲ୍ମ୍ କୁ ନେଇ ଅଭିନେତ୍ରୀ ଭାଗ୍ୟଶ୍ରୀ ବହୁତ କିଛି କଥା ସେୟାର କରିଛନ୍ତି । ସମ୍ପ୍ରତିରେ ନିଜର ଏକ ସାକ୍ଷାତକାରରେ ଭାଗ୍ୟଶ୍ରୀ ଫିଲ୍ମ୍ ରାଧେଶ୍ୟାମ ଓ ସୁପରଷ୍ଟାର ପ୍ରଭାସଙ୍କୁ ନେଇ ଅନେକ ଗୁଡ଼ିଏ କଥା ପ୍ରକାଶ କରିଛନ୍ତି । ଏହି ଫିଲ୍ମରେ ଭାଗ୍ୟଶ୍ରୀ, ପ୍ରଭାସଙ୍କ ମା ଭୂମିକାରେ ଅଭିନୟ କରୁଛନ୍ତି ।

ଯଦ୍ୟପି ଭାଗ୍ୟଶ୍ରୀ ପ୍ରଥମେ ତାଙ୍କ ମା ଭୂମିକାରେ ଅଭିନୟ କରିବା ପାଇଁ ଇଚ୍ଛା କରୁ ନ ଥିଲେ, ତଥାପି ପରେ ଡାଇରେକ୍ଟର ରାଧାକ୍ରିଷ୍ଣ କୁମାରଙ୍କ ବୁଝାଇବା ଦ୍ଵାରା ସେ ଏହି ଭୂମିକା କରିବା ପାଇଁ ରାଜି ହୋଇ ଯାଇଥିଲେ । ଭାଗ୍ୟଶ୍ରୀ କହିଛନ୍ତି କି ପ୍ରଭାସ ମୈନେ ପ୍ୟାର କିଆ ଫିଲ୍ମର କଥା କହି କହିଥିଲେ କି – ମୁଁ ବହୁତ ଖୁସି ମୋ କ୍ରସ୍ ରାଧେଶ୍ୟାମ ସେଟ୍ ରେ ଅଛନ୍ତି ।

 

ଏହି ସାକ୍ଷାତକାରରେ ଭାଗ୍ୟଶ୍ରୀ ଆହୁରି ମଧ୍ୟ କହିଛନ୍ତି କି ପ୍ରଭାସ ଖାଇବା ଓ ଖୁଆଇବାର ବହୁତ ସୌଖିନ ଅଟନ୍ତି । ସେ ପ୍ରାୟତଃ ସୁଟିଂ ସେଟ୍ ରେ ନିଜ ସହ କଳାକାର ମାନଙ୍କୁ ସ୍ଵାଦିଷ୍ଟ ଖାଦ୍ୟ ଖୁଆନ୍ତି । ଆଉ ସୁଟିଂର ଶେଷ ଦିନ ସେ ଭାଗ୍ୟଶ୍ରୀ ଙ୍କ ପାଇଁ ନିଜ ଘରୁ ବହୁତ ଗୁଡ଼ିଏ ଖାଇବା ଆଣି ଆସିଥିଲେ ।

ଭାଗ୍ୟଶ୍ରୀଙ୍କ ସାମନାରେ ଟେବୁଲ୍ ଉପରେ ପ୍ରାୟ ୧୫ ପ୍ରକାରର ଖାଦ୍ୟ ରଖିଥିଲେ ପ୍ରଭାସ । ଏତେ ଖାଇବା ଦେଖି ଭାଗ୍ୟଶ୍ରୀ କହିଥିଲେ ମୁଁ ଏତେ ଖାଏନି । ତେବେ ପ୍ରଭାସ କହିଥିଲେ ସବୁରୁ ଟିକେ ଟିକେ ଖାଇ ନିଅନ୍ତୁ । ଆଉ ସେ ଭାଗ୍ୟଶ୍ରୀ ଙ୍କ ପାଇଁ ହାଇଦରାବାଦୀ ମିଠା ମଧ୍ୟ ମଗାଇ ଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।