Jyotisha Shastra- ଜନ୍ମରୁ ହିଁ ଭାଗ୍ୟଶାଳି ହେଇଥାନ୍ତି ଏହି 4 ନାମର ଝିଅ

ପ୍ରତ୍ୟେକ ବ୍ୟକ୍ତିଙ୍କ ସ୍ଵଭାବ, ହାବଭାବ ଓ ବିଚାର ଅନ୍ୟ ଠୁ ଅଲଗା ହୋଇଥାଏ । ଏମାନଙ୍କର ଏହି ଗୁଣ ତାଙ୍କ ନାମର ପ୍ରଥମ ଅକ୍ଷର ରୁ ହିଁ ହୋଇଥାଏ । ଏହା ସମସ୍ତଙ୍କ ଜୀବନରେ ଗଭୀର ପ୍ରଭାବ ପକାଇ ଥାଏ । ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ତାଙ୍କ ଗୁଣ ଓ ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜଣାଇ ଦିଏ । ଶାସ୍ତ୍ରାନୁସାରେ କିଛି ଅକ୍ଷର ରୁ ଆରମ୍ଭ ହୋଇଥିବା ନାମର ବ୍ୟକ୍ତିମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

D ନାମର ଝିଅମାନେ

D ଅକ୍ଷର ରୁ ନାମ ଥିବା ଝିଅ ମାନେ ବହୁତ ଭାଗ୍ୟବତୀ ହୋଇଥାନ୍ତି ଓ ଯେଉଁଠି ବି ଯାଆନ୍ତି କେବଳ ଖୁସି ହିଁ ବାଣ୍ଟନ୍ତି । ଏମାନଙ୍କର ଭଲ ସ୍ଵଭାବ ଯୋଗୁଁ ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସବୁବେଳେ ରହିଥାଏ । ଯେଉଁ ଘରେ ଏହି ଝିଅ ମାନଙ୍କର ବିବାହ ହୁଏ ସେମାନଙ୍କ ପାଇଁ ମଧ୍ୟ ଏମାନେ ବହୁତ ଭାଗ୍ୟଶାଳୀ ସାବିତ୍ ହୁଅନ୍ତି । ଏମାନେ ଶାଶୁ ଘରକୁ ସୁଖ ସମୃଦ୍ଧି ନେଇ ଆସନ୍ତି ଓ ତାଙ୍କ ଯୋଗୁଁ ଘରେ ଧନ ବର୍ଷା ମଧ୍ୟ ହୁଏ ।

 

 

V ନାମର ଝିଅମାନେ

ଯେଉଁ ଝିଅ ମାନଙ୍କ ନାମ V ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ସୁନ୍ଦର ଚେହେରା ସହ ଏମାନଙ୍କ ହୃଦୟ ମଧ୍ୟ ବହୁତ ସଫା ଓ କୋମଳ ହୋଇଥାଏ । ଏମାନେ ନିଜ ସମ୍ପର୍କକୁ ବହୁତ ବିଶ୍ଵସ୍ତତାର ସହ ତୁଲାନ୍ତି ଓ ନିଜ ସାଥିଙ୍କୁ ବହୁତ ପ୍ରେମ କରିବା ସହ ତାଙ୍କର ଯଥେଷ୍ଟ ଧ୍ୟାନ ମଧ୍ୟ ରଖନ୍ତି । ଏହି ପରି ଝିଅ ସହ ଯଦି ଆପଣଙ୍କର ବିବାହ ଲାଗିଛି ତେବେ କେବେ ବି ତାଙ୍କୁ ବିବାହ କରିବାକୁ କୁଣ୍ଠାବୋଧ କରନ୍ତୁ ନାହିଁ ।

Y ନାମର ଝିଅମାନେ

ଏହି ଝିଅମାନେ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ପାଠ ପଢା କୁ ନେଇ ବହୁତ ସଜାଗ ରୁହନ୍ତି ଓ ଥରେ ଯାହା ଠାଣି ନିଅନ୍ତି ତାହା ନିଶ୍ଚୟ କରନ୍ତି । ଥରେ ଯାହା ସହ ସମ୍ପର୍କ ସ୍ଥାପନ କଲେ ଏମାନେ ତାଙ୍କ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ ହୋଇଯାନ୍ତି । ନିଜର ସବୁ ପ୍ରତିଜ୍ଞା ବିଶ୍ଵସ୍ତ ରୂପେ ତୁଲାନ୍ତି । ଏହି ଝିଅମାନେ ନିଜ ଜୀବନସାଥଙ୍କ ସମସ୍ତ ସୁବିଧା ଅସୁବିଧା କହିବା ଆଗରୁ ବୁଝି ପାରନ୍ତି ଓ ନିଜ ସକ୍ଷମ ଅନୁସାରେ ସାହାଯ୍ୟ ମଧ୍ୟ କରନ୍ତି । ଏମାନେ ନିଜ ଜୀବନସାଥି ସହ ପରିବାର ଲୋକଙ୍କ ମଧ୍ୟ ଖୁବ୍ ଧ୍ୟାନ ରଖନ୍ତି ।

G ନାମର ଝିଅମାନେ

ଏହି ଅକ୍ଷର ରୁ ନାମ ଆରମ୍ଭ ହେଉଥିବା ଝିଅମାନେ ଖୁସିମିଜାଜ୍ ଓ ମିଶୁକ ସ୍ୱଭାବର ହୋଇଥାନ୍ତି । ଏମାନେ ଯାହା ସହ ମିଶନ୍ତି ନିଜର ଛାପ ଛାଡ଼ିଯାନ୍ତି ଓ ସମସ୍ତଙ୍କୁ ଖୁସି ବାଣ୍ଟନ୍ତି । ବୋଧ ହୁଏ ଏହି କାରଣରୁ ଏମାନଙ୍କ ଭାଗ୍ୟ ସବୁବେଳେ ଏମାନଙ୍କ ସାଥ୍ ଦେଇଥାଏ । ଏହି ଝିଅଙ୍କୁ ବିବାହ କରିବା ଭାଗ୍ୟର କଥା ଅଟେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।