କେବଳ ଜିମ ଓ ଗହଣା ରୁ କୋଟି କୋଟି ଆୟ କରନ୍ତି ଏହି ହିରୋଇନମାନେ, ଜାଣନ୍ତୁ କିଏସବୁ ଅଛନ୍ତି ଏହି ବଲୀଉଡ ବିଜନେସ ଓମେନ ମାନଙ୍କ ମଧ୍ୟରେ

ଆଜିକାଲି ଦୁନିଆରେ ସମସ୍ତଙ୍କୁ ନିଜର ଲାଇଫଷ୍ଟାଇଲକୁ ଭଲ କରିବା ପାଇଁ ଟଙ୍କାର ଆବଶ୍ୟକତା ପଡି ଥାଏ ଓ ଆପଣ କେବଳ ଗୋଟିଏ କାମ କରି ନିଜ ପାଇଁ ଅଧିକ ଟଙ୍କା ଆୟ କରି ପାରିବେ ନାହିଁ । ସେଥିପାଇଁ ଆଜିକାଲି ସମସ୍ତେ ନିଜର ମୁଖ୍ୟ କାମ ସହିତ ସାଇଡ ବିଜନେସ ବି କରି ଥାନ୍ତି । ଏଥିରେ ଆମର ବଲୀଉଡ ଅଭିନେତ୍ରୀ ମାନେ ବି କାହା ଠାରୁ କମ ନୁହନ୍ତି ।

ଆଜି ଆମେ ଆପଣଙ୍କୁ ବଲୀଉଡର କିଛି ଏହିଭଳି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବଲୀଉଡରେ ଫିଲ୍ମ ଛଡା ବି ନିଜର ସାଇଡ ବିଜନେସରୁ ମାସକୁ କୋଟି କୋଟି ଟଙ୍କା ଆୟ କରିଥାନ୍ତି ।

ତାପସୀ ପନ୍ନୂ

ତାପସୀ ପନ୍ନୂ ବି ବଲୀଉଡ ଫିଲ୍ମ ଜଗତରେ ନିଜର ଏକ ଖାସ ସ୍ଥାନ କରି ସାରିଛନ୍ତି । ତାପସୀ ପନ୍ନୂଙ୍କ ପାଖରେ ବର୍ତ୍ତମାନ ସମୟରେ ଫିଲ୍ମର କୌଣସି ଅଭାବ ନାହିଁ । ଏହା ସତ୍ତ୍ୱେ ବି ତାପସୀ ପନ୍ନୂ ନିଜ ଭଉଣୀ ଶଗୁନ ପନ୍ନୂଙ୍କ ସହିତ ମିଶି ଏକ ୱେଡିଂ କମ୍ପାନୀ ଖୋଲିଛନ୍ତି । ଯାହାର ନାମ ଅଟେ “ଦୀ ୱେଡିଂଗ ଫ୍ୟାକ୍ଟ୍ରି” ।

ରାକୁଲ ପ୍ରୀତ ସିଂହ

ରାକୁଲ ପ୍ରୀତ ସିଂହ ବି ବଲୀଉଡ ଓ ଟଲୀଉଡ ଜଗତର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ଆଜି ତାଙ୍କର ନାମ ସମସ୍ତଙ୍କର ମୁହଁରେ ଅଛି । ଆପଣଙ୍କୁ କହିଦେଉଛୁ କି ରାକୁଲ ପ୍ରୀତ ସିଂହ ଫିଲ୍ମ ଛଡା ବି ସାଇଡ ବିଜନେସ ରୂପରେ ନିଜର ଏକ ଜିମ ଖୋଲିଛନ୍ତି । ଯାହାର ନାମ ‘ଏଫ ୪୫” ଅଟେ ।

ତମନ୍ନା ଭାଟିୟା

ବଲୀଉଡ ଫିଲ୍ମ ଛଡା ସାଇଡ ବିଜନେସରୁ ଟଙ୍କା ଆୟ କରୁଥିବା ଅଭିନେତ୍ରୀମାନଙ୍କ ଲିସ୍ଟରେ ସର୍ବ ପ୍ରଥମେ ତମନ୍ନା ଭାଟିୟାଙ୍କର ନାମ ଆସିଥାଏ । କହିଦେଉଛୁ କି ତମନ୍ନା ଭାଟିୟା ୨୦୧୫ରେ ନିଜର ଏକ ଜ୍ୱେଲରୀ ବ୍ରାଣ୍ଡ ଲଞ୍ଚ କରିଥିଲେ । ଏହି ଜ୍ୱେଲରୀ ବ୍ରାଣ୍ଡର ନାମ ହ୍ଵାଇଟ ଏଂଡ ଗୋଲ୍ଡ ଅଟେ ।

ଇଲିୟାନା ଡ଼ୀକ୍ରୁଜ

ବହୁତ ତେଲୁଗୁ, ତାମିଲ ଓ ହିନ୍ଦୀ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ ଇଲିୟାନା ଡ଼ୀକ୍ରୁଜ ବି ନିଜର ଏକ ବ୍ରାଣ୍ଡ ଲେବୁଲ ଲଞ୍ଚ କରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।