ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ଦୂର ହୋଇଯାଏ ଜୀବନର ସବୂ ସମସ୍ୟା, ଜାଣନ୍ତୁ ଏହି ମନ୍ତ୍ର ଜପ କରିବାର ଲାଭ

ଆମ ଶାସ୍ତ୍ରରେ ଲକ୍ଷ ଲକ୍ଷ ମନ୍ତ୍ର ବିଷୟରେ କୁହାଯାଇଛି ଓ ଏହି ମନ୍ତ୍ରର ଜପ କରିବା ଦ୍ଵାରା ବିଶେଷ ଲାଭ ମଧ୍ୟ ମିଳିଥାଏ । ଶାସ୍ତ୍ରରେ କୁହାଯାଇଥିବା ସବୂ ମନ୍ତ୍ର ବହୁତ ଫଳଦାୟକ ହୋଇଥାଏ ଓ ଏହି ସବୂ ମନ୍ତ୍ରକୁ ସମସ୍ତେ ଜପ କରିବା ଉଚିତ । ସେଥିମଧ୍ୟରୁ ଗୋଟିଏ ଅଟେ ଗାୟତ୍ରୀ ମନ୍ତ୍ର ଓ ଏହି ମନ୍ତ୍ରକୁ ମହା ମନ୍ତ୍ର ବୋଲି ମଧ୍ୟ କୁହାଯାଏ । ଏହା ଏକ ଏମିତି ମନ୍ତ୍ର ଅଟେ ଯାହାର ଉଲ୍ଲେଖ ଆମର ୪ଟି ବେଦରେ ବି ହୋଇଛି । ସେଥିପାଇଁ ଏହି ମନ୍ତ୍ର ବହୁତ ଚମତ୍କାରୀ ଓ ଲାଭଦାୟକ ମନ୍ତ୍ର ଅଟେ ।

କଣ ଅଟେ ଗାୟତ୍ରୀ ମନ୍ତ୍ର ଓ ତାହାର ଅର୍ଥ –

ମନ୍ତ୍ର – ଓଁ ଭୂର୍ଭୁବ: ସ୍ୱ: ତତ୍ସବିତୁର୍ବରେଣ୍ଯଂ ଭର୍ଗୋ ଦେବସ୍ୟ ଧୀମହି । ଧିୟୋ ୟୋ ନ: ପ୍ରଚୋଦୟାତ୍ ।

ଏହି ମନ୍ତ୍ରର ଅର୍ଥ –

ସେହି ପ୍ରାଣସ୍ୱରୂପ, ଦୁ:ଖ ନାଶକ, ସୁଖ ସ୍ୱରୂପ, ଶ୍ରେଷ୍ଠ, ତେଜସ୍ୱୀ, ପାପନାଶକ, ଦେବ ସ୍ୱରୂପ ପରମାତ୍ମାକୁ ଆମେ ଅନ୍ତରାତ୍ମାରେ ଧାରଣ କଲୁ । ହେ ଇଶ୍ଵର ଆମର ବୁଦ୍ଧିକୁ ସଠିକ ମାର୍ଗ ଦେଖାନ୍ତୁ ।

ଗାୟତ୍ରୀ ମନ୍ତ୍ରକୁ ଜପ କରିବା ସହିତ ଜଡିତ ଲାଭ

·    ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ମସ୍ତିଷ୍କ ଶାନ୍ତି ରହିଥାଏ ଓ ମୁଣ୍ଡରେ ଖରାପ ଚିନ୍ତାଧାରା ଆସିବା ବନ୍ଦ ହୋଇଯାଏ । ଏତିକି ନୁହେଁ ଏହି ଗାୟତ୍ରୀ ମନ୍ତ୍ର ପଢିବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ ।

·    ଯେଉଁ ଲୋକମାନେ ସବୁଦିନ ଏହି ମନ୍ତ୍ରର ଜପ କରନ୍ତି ସେହି ଲୋକମାନଙ୍କ ଠାରୁ ନକରାତ୍ମକ ଶକ୍ତି ଦୂରରେ ରହିଥାଏ ଓ ତାଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

କେତେ ଥର କରିବା ଉଚିତ ଏହି ମନ୍ତ୍ରର ଜପ

·    ଏହି ମନ୍ତ୍ରକୁ ଆପଣ ସକାଳେ ତିନି ଥର, ଦ୍ଵିପର ରେ ତିନି ଥର ଓ ସନ୍ଧ୍ୟାବେଳେ ପୂଜା କରିବା ସମୟରେ ତିନି ଥର ଅବଶ୍ୟ ଜପ କରନ୍ତୁ । ଏହା ଛଡା ଆପଣ ଏହି ମନ୍ତ୍ରକୁ ଯେ କୌଣସି ସ୍ଥାନରେ ବି ମନେ ମନେ ଜପ କରି ପାରିବେ ।

·    ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଅଛି ତେବେ ଆପଣ ଏହି ମନ୍ତ୍ରକୁ ଗୋଟିଏ ମାଳା ସହିତ ୧୦୮ ଥର ଜପ କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ସମସ୍ୟା ସମାଧାନ ହୋଇଯିବ ।

ଗାୟତ୍ରୀ ମନ୍ତ୍ରର ଜପ କରିବା ସମୟରେ ରଖନ୍ତୁ ଏହି ଜିନିଷର ଧ୍ୟାନ –

୧. ଲାଲ ରଙ୍ଗର ଆସନରେ ବସି ଗାୟତ୍ରୀ ମନ୍ତ୍ରକୁ ଆରାମରେ ପଢିବା ଉଚିତ ।

୨. ଏହି ମନ୍ତ୍ରକୁ ଜପ କରିବା ପୂର୍ବରୁ ନିଜର ହାତ ଓ ଗୋଡକୁପରିଷ୍କାର କରି ଧୁଅନ୍ତୁ ।

୩. ଗାୟତ୍ରୀ ମନ୍ତ୍ରର ଜପ କରିବାର ସବୁଠୁ ଉତ୍ତମ ସମୟ ସୂର୍ଯ୍ୟ ଉଦୟର ଦୁଇ ଘଣ୍ଟା ପୂର୍ବରୁ ନେଇ ସୂର୍ଯ୍ୟାସ୍ତର ଏକ ଘଣ୍ଟା ପର୍ଯ୍ୟନ୍ତ ହୋଇଥାଏ ।

୪. ଏହି ମନ୍ତ୍ର ପଢିବା ସମୟରେ ଆପଣ କାହା ସହିତ ବି କଥାବାର୍ତ୍ତା କରନ୍ତୁ ନାହିଁ ।

୫. ଗାୟତ୍ରୀ ମନ୍ତ୍ରକୁ କେବେ ବି ରାତିରେ ପଢିବେ ନାହିଁ ।

୬. ଏହି ମନ୍ତ୍ରର ଉଚ୍ଚାରଣ ସଠିକ ରୂପରେ କରନ୍ତୁ ।

୭. ଏହି ମନ୍ତ୍ରକୁ ଆରମ୍ଭ କରିବା ପୂର୍ବରୁ ଓ ଶେଷ କରିବା ପରେ ଗାୟତ୍ରୀ ମାତାଙ୍କର ନାମ ନିଶ୍ଚିତ ନିଅନ୍ତୁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।