ଘରର ମୁଖ୍ୟ ଦ୍ଵାରରେ ଘୋଡାର ନାଲ ଲଗାଇବା ସହ ଜଡିତ ଏହି ଚମତ୍କାରୀ ପ୍ରଭାବ

ଘୋଡାର ନାଲ ଘରର ମୁଖ୍ୟ ଦ୍ଵାରରେ ଲଗାଇବା ବହୁତ ଶୁଭ ହୋଇଥାଏ ଓ ଏମିତି ବି କୁହାଯାଏ କି ଯେଉଁ ଘରର ମୁଖ୍ୟ ଦ୍ଵାର ବାହାରେ ଘୋଡାର ନାଲ ଲାଗିଥାଏ ସେହି ଘରେ କେବେ ବି ଖରାପ ଶକ୍ତି ପ୍ରବେଶ କରି ପାରେ ନାହିଁ । ବାସ୍ତୁ ଶାସ୍ତ୍ରରେ ଘୋଡାର ନାଲକୁ ବହୁତ ଶୁଭ ବୋଲି କୁହାଯାଇଛି ଓ ଏହା ସହିତ ଜଡିତ ଲାଭ ବିଷୟରେ ବର୍ଣନା ବି କରାଯାଇଛି ।

କେଉଁ ଜାଗାରେ ଲଗାଇବା ଉଚିତ ଘୋଡାର ନାଲ

ବାସ୍ତୁ ଶାସ୍ତ୍ର ଅନୁସାରେ ଘୋଡାର ନାଲକୁ ଘରର ମୁଖ୍ୟ ଦ୍ଵାର କିମ୍ବା ଲିଭିଙ୍ଗ ରୁମର ପ୍ରବେଶ ଦ୍ଵାରର ବାହାରେ ଲଗାଇବା ବହୁତ ଉତ୍ତମ ହୋଇଥାଏ । ଯେଉଁ ଲୋକମାନଙ୍କର ଘରର ମୁଖ୍ୟ ଦ୍ଵାର ଉତ୍ତର, ଉତ୍ତର – ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ହୋଇଥାଏ ସେହି ଲୋକମାନଙ୍କୁ ଏହାକୁ କବାଟର ଉପର ଆଡକୁ ଲଗାଇବା ଉଚିତ । ଘୋଡାର ନାଲକୁ ଶନିବାର ଦିନ ଲଗାଇବା ଶୁଭ ହୋଇ ନ ଥାଏ ।

ଘୋଡାର ନାଲ ଲଗାଇବା ସହ ସମ୍ବନ୍ଧିତ ଲାଭ –

ଲାଗେ ନାହିଁ କାହାର ନଜର

ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କର ଘରର ମୁଖ୍ୟ କବାଟ ଉପରେ ଘୋଡାର ନାଲ ଲାଗିଥାଏ ସେହି ଲୋକମାନଙ୍କର ଘର ଉପରେ କାହାର ବି ଖରାପ ନଜର ପଡେ ନାହିଁ । ଘରର ସର୍ବଦା ଉନ୍ନତି ହୋଇଥାଏ ।

ଶନିଙ୍କ ପ୍ରକୋପରୁ ବଞ୍ଚିତ ରହିବେ

ଘରେ ଘୋଡା ନାଲ ରହିବା ଦ୍ଵାରା ଆପଣ ଶନିଙ୍କର ପ୍ରକୋପରୁ ବି ବଞ୍ଚି ପାରିବେ ଓ ଘର ଉପରେ ଶନିଦେବଙ୍କ କୃପା ବି ରହିବ । କହିବାକୁ ଗଲେ ଧାତୁ ଓ କଳା ରଙ୍ଗ ଶନିଦେବଙ୍କୁ ବହୁତ ପ୍ରିୟ ଅଟେ ।

ଅନ୍ନରେ ହେବ ଉନ୍ନତି

ଘୋଡାର ନାଲକୁ ଅନ୍ନର ଡବା ଭିତରେ ରଖିବା ଶୁଭ ହୋଇଥାଏ । ଏମିତି କୁହାଯାଏ କି ଯଦି ଘୋଡାର ନାଲକୁ ଲାଲ ରଙ୍ଗର କପଡାରେ ବାନ୍ଧି ଅନ୍ନର ଡବା ଭିତର ରଖାଯାଏ ତେବେ କେବେ ବି ଅନ୍ନର ସମସ୍ୟା ହୋଇ ନଥାଏ ଓ ଅନ୍ନରେ ବୃଦ୍ଧି ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରରରେ କଳା ଘୋଡାର ନାଲକୁ ଘରର ତିଜୋରିରେ ରଖିବା ଶୁଭ ବୋଲି କୁହାଯାଇଛି । ଏହା କରିବା ଦ୍ଵାରା ଧନବୃଦ୍ଧି ହୋଇଥାଏ । ଆପଣ କେବଳ ଶୁକ୍ରବାର ଦିନ ଲାଲ କପଡାରେ ଘୋଡାର ନାଲକୁ ବାନ୍ଧି ନିଜ ଘରର ତିଜୋରିରେ ରଖି ଦିଅନ୍ତୁ ।

ନକରାତ୍ମକ ଊର୍ଜା ଘରୁ ଦୂରେରେ ରହିଥାଏ

ଘରେ ଘୋଡା ନାଲ ରଖିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ପ୍ରବେଶ କରି ନ ଥାଏ । ଏହା ଛଡା ଘର ଠାରୁ ଦୁର୍ଭାଗ୍ୟ ବି ସବୁବେଳେ ଦୂରରେ ରହିଥାଏ ।

ଆମଦାନୀରେ ଉନ୍ନତି ହୋଇଥାଏ

ଘୋଡାର ନାଲ ଦୋକାନ ବାହାରେ ଲଗାଇବା ଦ୍ଵାରା ବ୍ୟାପାରରେ ଉନ୍ନତି ହୋଇଥାଏ ଓ ଆମଦାନୀରେ ବି ବୃଦ୍ଧି ହୋଇଥାଏ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।