ଏହି ଅଭିନେତ୍ରୀ ଜଣକ କଲେ ଖୁଲାସା– ୫ ମାସ ହେବ ସେ ଅଛନ୍ତି ପ୍ରେଗ୍ନେଣ୍ଟ, ବିବାହ ପୂର୍ବରୁ ହିଁ ସନ୍ତାନକୁ ଦେବେ ଜନ୍ମ

ଅଭିନେତ୍ରୀ କଲ୍କି କେକଲା ୫ ମାସ ହେବ ଗର୍ଭବତୀ ଅଛନ୍ତି । ସେ ବିବାହ ପୂର୍ବରୁ ହିଁ ନିଜର ବୟଫ୍ରେଣ୍ଡ ଗାୟ ହର୍ଶବର୍ଗଙ୍କର ସନ୍ତାନକୁ ଜନ୍ମ ଦେବେ । ବର୍ତ୍ତମାନ ହିଁ ଏକ ଇଣ୍ଟରଭ୍ୟୁରେ କଲ୍କି ଏହି ବିଷୟରେ କହିଥିଲେ । ଏହା ଛଡା ସେ କହିଲେ କି ସେ ନିଜର ପ୍ରଥମ ସନ୍ତାନକୁ ୱାଟର ବର୍ଥ ଜରିଆରେ ଜନ୍ମ ଦେବାକୁ ଚାହୁଁଛନ୍ତି । କଲ୍କିଙ୍କର ବୟଫ୍ରେଣ୍ଡ ଗାୟ ହର୍ଶବର୍ଗ ଇଜରାଇଲ ଦେଶର କ୍ଲାସିକଲ ପିୟାନିସ୍ଟ ଅଟନ୍ତି ।

ବର୍ତ୍ତମାନ ସମୟରେ ୩୫ ବର୍ଷୀୟ ଅଭିନେତ୍ରୀ କଲ୍କି ଗାୟଙ୍କର ସଙ୍ଗୀତ ଶୁଣିବାରେ ନିଜର ସମୟ ବିତାଉଛନ୍ତି । କଲ୍କି ଓ ଗାୟ ଗତ ଦୁଇ ବର୍ଷ ହେବ ରିଲେଶନଶିପରେ ଅଛନ୍ତି । ଏହାର ସୂଚନା କଲ୍କି ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଥିଲେ ।

କଲ୍କି କେକଲା ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହିଥାନ୍ତି । ସେ ପ୍ରାୟତଃ ନିଜର ଫଟୋ ଇଂସ୍ଟାଗ୍ରାମରେ ଶେୟାର କରନ୍ତି । କଲ୍କି ୨ ସେପ୍ଟେମ୍ବର ରେ ଇଂସ୍ଟାଗ୍ରାମରେ ନିଜର ବୟଫ୍ରେଣ୍ଡ ସହିତ ଏକ ଫଟୋ ଶେୟାର କରିଥିଲେ । ସେହି ଫଟୋରେ ସେ ବୟଫ୍ରେନ୍ଡଙ୍କ ସହିତ ସମୁଦ୍ର ନିକଟରେ ରୋମାଣ୍ଟିକ ଅନ୍ଦାଜରେ ଛିଡା ହୋଇଥିବାର ନଜର ଆସୁଛନ୍ତି ।

କଲ୍କି କ୍ୟାପ୍ସନରେ ଲେଖିଲେ କି – “ସବୁବେଳେ ଯେମିତି ହିଁ ସନଡେ ହୋଇଥାଏ, ସେତେବେଳେ ମୁଁ ନିଜର କେୱମ୍ୟାନ (ଗୁମ୍ଫାରେ ରହୁଥିବା ବ୍ୟକ୍ତି) ସହିତ ଥାଏ ।“ ଆପଣଙ୍କୁ କହିଦେଉଛୁ କି କଲ୍କି ପ୍ରଥମେ ଫିଲ୍ମ  ମେକର ଅନୁରାଗ କଶ୍ୟପଙ୍କ ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ଡେଟିଙ୍ଗ କରିବା ପରେ ୨୦୧୧ରେ ବିବାହ କରିଥିଲେ । କିନ୍ତୁ ବିବାହର ୪ ବର୍ଷ ପରେ ୨୦୧୫ରେ ଅନୁରାଗ ଓ କଲ୍କିଙ୍କର ସମ୍ପର୍କ ଭାଙ୍ଗି ଯାଇଥିଲା ।

ଯଦି ଫିଲ୍ମ ବିଷୟରେ କଥା ହେବା ତେବେ କଲ୍କିଙ୍କୁ ଶେଷ ଥର ପାଇଁ ଜୀ5 ର ୱେବ ସିରିଜ ‘ଭ୍ରମ’ରେ ଦେଖା ଯାଇଥିଲା । ଏହା ପୂର୍ବରୁ ସେ ଜୋୟା ଅଖ୍ତର ଓ ରୀମା କାଗତୀଙ୍କର ୱେବ ସୀରିଜ ‘ମେଡ ଇନ ହେବନ’ରେ ନଜର ଆସିଥିଲେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।