ଦୀପାବଳିରେ କରନ୍ତୁ ଏହି ସରଳ ଉପାୟ, ଆପଣଙ୍କ ଜୀବନରେ ସବୁକିଛି ହେବ ଶୁଭ, ମହାଲକ୍ଷ୍ମୀଙ୍କର ମିଳିବ କୃପା

ଏହି ବର୍ଷ ଦୀପାବଳି ୨୭ ଅକ୍ଟୋବର ୨୦୧୯ ରବିବାର ଦିନ ଦେଶସାରା ବହୁତ ଧୁମଧାମରେ ପାଳନ କରାଯିବ । ଦୀପାବଳି ପର୍ବରେ ମହା ଲକ୍ଷ୍ମୀଙ୍କର ବିଶେଷ ପୂଜା ପାଠ କରା ଯାଇଥାଏ । ଏମିତି କୁହା ଯାଏ କି ଯଦି ଏହି ଦିନରେ ସମସ୍ତ ବିଧି ବିଧାନ ସହ ଧନର ଦେବୀ ମାତା ଲକ୍ଷ୍ମୀଙ୍କର ପୂଜା କରାଯାଏ ତେବେ ଏହା ଦ୍ଵାରା ଘରେ ସୁଖ ସମୃଦ୍ଧିର ଆଗମନ ହୋଇ ଥାଏ ।

କିନ୍ତୁ ଏହା ଛଡା କିଛି ଏମିତି ସରଳ ଉପାୟ ବି କରାଯାଇ ପାରିବ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ । ଆଜି ଆମେ ଆପଣଙ୍କୁ ଦୀପାବଳିରେ କରାଯାଉଥିବା ସେହି ସବୁ ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଦୀପାବଳିରେ କେଉଁ ସବୁ ସରଳ ଉପାୟ କରିବେ

·    ଯଦି ଆପଣ ଚାହୁଁଛନ୍ତି କି ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ରହିଥାଉ ତେବେ ଆପଣ ଦୀପାବଳୀ ଦିନ ଓସ୍ଥ ଗଛର ଏକ ପତ୍ର ନିଜ ଘରକୁ ନେଇ ଆସନ୍ତୁ । କିନ୍ତୁ ଆପଣଙ୍କୁ ଏହି କଥାର ଧ୍ୟାନ ରଖିବା ଦରକାର କି ଯେଉଁ ଓସ୍ଥ ଗଛର ପତ୍ର ଆଣିବେ ତାହା କେଉଁଠାରୁ କଟା ନ ଥିବ କି ଫଟା ନ ଥିବ, ଏହା ପରେ ଓସ୍ଥ ପତ୍ରରେ “ଓଁ ମହାଲକ୍ଷ୍ମ୍ଯୈ ନମଃ” ଲେଖି ପୂଜା ସ୍ଥଳରେ ରଖି ଦିଅନ୍ତୁ ।

·    ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ଆପଣ ଦୀପାବଳି ରାତିରେ ଏହି ଉପାୟକୁ ଅବଶ୍ୟ କରନ୍ତୁ । ଦୀପାବଳି ରାତିରେ ମାତା ଲକ୍ଷ୍ମୀଙ୍କର ପୂଜା କରିବା ପୂର୍ବରୁ ଲବଙ୍ଗ ଓ ଗୁଜୁରାତିର ପେଶି ତାହାର ମିଶ୍ରଣ ତିଆରି କରନ୍ତୁ । ଏହା ପରେ ଏହି ମିଶ୍ରଣ ଦ୍ଵାରା ସବୁ ଦେବୀ ଦେବତାଙ୍କୁ ଟୀକା ଲଗାନ୍ତୁ, ଏହି ଉପାୟକୁ କରିବା ଦ୍ଵାରା ମାତା ଲକ୍ଷ୍ମୀଙ୍କର କୃପା ମିଳିଥାଏ ।

·    ଯଦି ଆପଣ ଦୀପାବଳି ଦିନ କୌଣସି କିନ୍ନରକୁ ଦେଖୁଛନ୍ତି ତେବେ ଆପଣ ତାଙ୍କୁ ମିଠା କିମ୍ବା ଟଙ୍କା ଅବଶ୍ୟ ଦିଅନ୍ତୁ ଓ ଏହା ବଦଳରେ ଆପଣ କିନ୍ନର ଠାରୁ ୧ ଟଙ୍କାର ମୁଦ୍ରା ମାଗି ନିଅନ୍ତୁ । ଏହି ମୁଦ୍ରାକୁ ଆପଣ ନିଜ ତିଜୋରିରେ ଯତ୍ନର ସହ ରଖନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ନିର୍ଧନତା ଦୂର ହୋଇଥାଏ । ଏହି ଉପାୟ ବହୁତ ଉପଯୋଗୀ ଅଟେ ।

·    ଏଥର ଦୀପାବଳି ରବିବାର ଦିନ ପଡୁଛି । ଯଦି ଆପଣ ଏହି ଦିନ ଧଳା ରଙ୍ଗର ବସ୍ତୁ ଗୁଡିକ ଦାନ କରିବେ ତେବେ ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ଆପଣଙ୍କୁ ମିଳିବ । ଏହା ଛଡା ଆପଣ ବରଗଛର ପତ୍ରରେ ହଳଦୀ ରେ ସ୍ୱସ୍ତିକର ଚିହ୍ନ ଆଙ୍କି ଏହାକୁ ନିଜ ତିଜୋରିରେ ରଖି ଦିଅନ୍ତୁ । ଏହା ଦ୍ଵାରା ବି ମାତା ଲକ୍ଷ୍ମୀଙ୍କର ବିଶେଷ କୃପା ଦୃଷ୍ଟି ପ୍ରାପ୍ତ ହୋଇଥାଏ ।

·    ଯଦି ଆପଣ ନିଜର ଆର୍ଥିକ ଉନ୍ନତି କରିବାକୁ ଚାହୁଁଛନ୍ତି ଓ ଶୁଭ ପରିଣାମ ସହିତ ସଫଳତା ବି ହାସଲ କରିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ଆପଣ ଦୀପାବଳୀ ରାତିରେ ନିଜ ଘରେ ଶ୍ରୀ ଯନ୍ତ୍ର ସ୍ଥାପନା କରନ୍ତୁ ଓ ରାତି ସମୟରେ କନକଧାରା ସ୍ତ୍ରୋତ ର ପାଠ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।