ଏତେ ଫେମସ ସେଲିବ୍ରିଟି ହେଇ ବି ଟିକିଏ ହେଲେ ନାହିଁ ଗର୍ବ, ସାଧାରଣ ଝିଅଙ୍କୁ କରିନେଲେ ବିବାହ, ଦେଖନ୍ତୁ ଆପଣଙ୍କ ଫେବ୍ରେଟ କିଏ ?

କୁହାଯାଏ ଯେ ଯେବେ କାହାକୁ ପ୍ରେମ ହୋଇଥାଏ ତେବେ ସେ ଧନୀ କି ଗରିବ ଦେଖି ନ ଥାଏ । କେବେଳ ହୃଦୟର ମିଳନ ହୋଇଥାଏ । ଏମିତି କିଛି ଘଟଣ। ବଲିଉଡର ସିତାରଙ୍କ ସହ ହୋଇଛି । ଏମାନେ ପ୍ରସିଦ୍ଧ ସେଲିବ୍ରେଟି ହୋଇଥିଲେ ମଧ୍ୟ ସାଧାରଣ ଘରର ଝିଅଙ୍କ ସହ ବିବାହ କରିଛନ୍ତି । ଏମିତିକି ଏମାନଙ୍କ ମଧ୍ୟରୁ ଜଣେ ସେଲିବ୍ରେଟି ସାଧାରଣ ଘରର ଝିଅକୁ ବିବାହ କରିବା ପାଇଁ ହେମା ମାଳିନୀଙ୍କୁ ଛାଡି ଦେଇଥିଲେ ।

ଶ୍ରେୟ ତଲପଡେ : ବଲିଉଡର ଏହି କଳାକାର ଜଣକ ମନ ଚିକିଶକ ଡାକ୍ତରଙ୍କ ସହ ବିବାହ କରିଛନ୍ତି । ଶ୍ରେୟସ କଲେଜରେ ସେଲିବ୍ରେଟି ଭାବେ ଗେଷ୍ଟ ହୋଇକି ଯାଇଥିବା ବେଳେ ତାଙ୍କର ଦୀପତିଙ୍କ ସହ ଭେଟ ହୋଇଥିଲା । ପରେ ଦୁଇ ଜଣଙ୍କର ବିବାହ ହୋଇଥିଲା ।

ଇମରାନ ଖାନ : ଇମରାନ ଖାନ ଅବନ୍ତିକା ମାଲିକ ନାମରେ ସାଧାରଣ ମହିଳାଙ୍କ ସହ ବିବାହ କରିଥିଲେ । ଦୁହେଁ ପରସ୍ପରକୁ ଦୀର୍ଘ ୧୦ ବର୍ଷ ହେଲା ଜାଣିଥିଲେ । ଇମରାନ ଯେତେବେଳେ ବଲିଉଡରେ ନାଁ କରିଲେ ସେତେବେଳେ ଅବନ୍ତିକାଙ୍କ ସହ ବିବାହ କରିଥିଲେ ।

ବିବେକ ଓବରଏ : ବିବେକ ଓବରଏ ଐଶ୍ଵରିଆଙ୍କ ଠାରୁ ପ୍ରେମରେ ଧୋକା ଖାଇବା ପରେ ଆଉ ଗୋଟେ ବିବାହ କରିବା ପାଇଁ ମନସ୍ଥ କଲେ । ବିବେକ କର୍ଣାଟକର ପୂର୍ବତନ ମନ୍ତ୍ରୀଙ୍କ ଝିଅ ଆଲବାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବର୍ତ୍ତମାନ ଦୁହେଁ ବହୁତ ଖୁସିରେ ଜୀବନ ଅତିବାହିତ କରୁଛନ୍ତି ।

ସୋନୁ ନିଗମ : ସୋନୁ ନିଗମ କେବଳ ଜଣେ ଭଲ ଗୀତିକାର ନୁହେଁ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଅଟନ୍ତି । ସେ ମଧୁରିମା ନାମକ ଜଣେ ଫ୍ୟାସନ ଡିଜାଇନର ଛାତ୍ରୀଙ୍କ ସହ ବିବାହ କରିଥିଲେ ।

ଜନ ଇବ୍ରାହିମ : ଜନ ଇବ୍ରାହିମ ବିପାଶା ବାସୁଙ୍କ ସହ ୧୦ ବର୍ଷ ସମ୍ପର୍କ ରଖିଲେ ମଧ୍ୟ ବିବାହ ପର୍ଯ୍ୟନ୍ତ କଥା ହୋଇପାରି ନ ଥିଲା । ତେଣୁ ସେ ବ୍ୟାଙ୍କରେ କାମ କରୁଥିବା ପ୍ରିୟା ଋଞ୍ଚଲଙ୍କ ସହ ନିଜର ସାରା ଜୀବନ ଅତିବାହିତ କରିବା ପାଇଁ ନିଷ୍ପତି ନେଇଥିଲେ ।

ଜିମି ସେରଗିଲ : ଜିମି ସେରଗଲ ବଲିଉଡରେ ନିଜର ଅଲଗା ନାଁ କରିଛନ୍ତି । ସେ ଦିଲ୍ଲୀରେ ରହୁଥିବା ଏକ ସାଧାରଣ ଝିଅ ପ୍ରିୟଙ୍କା ପୁରୀଙ୍କ ସହ ବିବାହ କରିଥିଲେ । ଦୁଇ ଜଣଙ୍କର ସମ୍ପର୍କ ଏକ ସାଧାରଣ ବନ୍ଧୁତାରୁ ଆରମ୍ଭ ହୋଇଥିଲା ।

ଇମରାନ ହାସମୀ : ବଲିଉଡର ଚକଲେଟ ହୀରୋ ଭାବେ ଇମାରନ ହାସମୀଙ୍କୁ ସମସ୍ତେ ଜାଣିଛନ୍ତି । ସେ ଜଣେ ଭଲ ମଣିଷ ହୋଇଥିବାରୁ ସ୍କୁଲରେ ଛୋଟ ଛୁଆଙ୍କୁ ପଢାଉଥିବା ପରବୀନ ସାହାନୀଙ୍କ ସହ ବିବାହ କରିଥିଲେ ।

ଶାହରୁଖ ଖାନ : ବଲିଉଡର ରାଜା ଶାହରୁଖ ଖାନ ମଧ୍ୟ ଦିଲ୍ଲୀର ଜଣେ  ସାଧାରଣ ଝିଅ ଗୌରୀଙ୍କ ସହ ବିବାହ କରିଥିଲେ । ଦୁହିଙ୍କର ଗୋଟେ ସାଧାରଣ ପାର୍ଟିରେ ଭେଟ ହୋଇଥିଲା ।

ସାହିଦ କପୁର : କରିନା କପୁରଙ୍କା ସହ ସମ୍ପର୍କ ରଖିଥିଲେ ମଧ୍ୟ ସାହିଦ ଆରେଞ୍ଜ ବିବାହ କରିଥିଲେ । ଦୁହିଙ୍କ ବୟସରେ ୧୪ ବର୍ଷ ପାର୍ଥକ ଥିଲେ ବି  ସେ ଦିଲ୍ଲୀରେ ରହୁଥିବା ମୀରା ରାଜପୁତଙ୍କ ସହ ବିବାହ କରିଥିଲେ ।

ଜିତେନ୍ଦ୍ର : ଜିତେନ୍ଦ୍ର ବ୍ରିଟିଶ ଏଯରବେଜରେ କାମ କରୁଥିବା ସାଧାରଣ ଏୟାରହୋଷ୍ଟେସ ଶୋଭାଙ୍କା ସହ ବିବାହ କରିବା ପାଇଁ  ସେ ବଲିଉଡର ସୁପରଷ୍ଟାର ହିରୋଇନ ହେମା ମଳିନୀଙ୍କୁ ଛାଡି ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।