ଯୋଧା ଆକବରରୁ ଫେମସ ହେଇଥିବା ଏହି କଳାକାର ମାନଙ୍କ ରିଅଲ ଲାଇଫ ପାର୍ଟନର

କିଛି ବର୍ଷ ପୂର୍ବେ ଜି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ “ଯୋଧା ଆକବର୍” ଆପଣ ନିଶ୍ଚୟ ଦେଖିଥିବେ । ଯାହା ଏକ ଐତିହାସକ ପ୍ରେମ କାହାଣୀ ଉପରେ ଆଧାରିତ ଥିଲା । ସେଥିରେ ପରିଧି ଶର୍ମା ଓ ରଜତ ଟୋକାସ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ପରଦା ଉପରେ ସେମାନଙ୍କର ଯୋଡ଼ି ଦର୍ଶକଙ୍କୁ ଖୁବ୍ ଆକର୍ଷିତ କରିଥିଲା । ଯାହାଦ୍ଵାରା ଏହି ଧାରାବାହିକ ସେହି ସମୟର ଅତି ଲୋକପ୍ରିୟ ଥିଲା । ଏହି ଶୋ ଅନେକ ବର୍ଷରୁ ଶେଷ ହୋଇ ଗଲାଣି । ତେବେ ଆସନ୍ତୁ ଜାଣିବା ଏହି ଶୋ ରେ କାମ କରିଥିବା କିଛି କଳାକାରଙ୍କ ଅସଲି ଜୀବନସାଥିଙ୍କ ବିଷୟରେ ।

ଚେତନ ହଂଶରାଜ- ଏହି ଧାରାବାହିକରେ ଆଦମ୍ ଖାନ୍ ଓ ଫୈଜଲ୍ ଖାନ୍ଙ୍କ ଚରିତ୍ରରେ ଅଭିନେତା ଚେତନ ହଂଶରାଜ ଅଭିନୟ କରିଥିଲେ । ତାଙ୍କ ଭୂମିକା ନକାରାତ୍ମକ ଥିଲେ ମଧ୍ୟ ଲୋକ ତାଙ୍କ ଅଭିନୟରେ ତାଙ୍କର ଦିୱାନା ହୋଇଥିଲେ । ଏହି ଦମଦାର ଅଭିନେତାଙ୍କ ପତ୍ନୀଙ୍କ ନାମ ଲାବନିଆ ପରେରା ଅଟେ । ୨୦୦୪ ମସିହାରେ ସେ ତାଙ୍କ ସହ ବିବାହ କରିଥିଲେ । ତାଙ୍କ ପତ୍ନୀ ଜଣେ ବିଜନେସ ୱମ୍ଯାନ୍ ସହ ଜଣେ ମଡେଲ ମଧ୍ୟ । ଏମାନେ ଆଜି ବି ପରସ୍ପର ସହ ବହୁତ ପ୍ରେମରେ ଅଛନ୍ତି ।

ଅଶ୍ଵିନୀ କଲେଶକର

ଏହି ଶୋ ରେ ମେହମଅଙ୍ଗା ଚରିତ୍ରରେ ଅଭିନେତ୍ରୀ ଅଶ୍ଵିନୀ କଲେଶକର ଅଭିନୟ କରିଥିଲେ । ତାଙ୍କ ଭୂମିକା ମଧ୍ୟ ନକାରାତ୍ମକ ଥିଲା । କିନ୍ତୁ ସେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିତି ପାରିଥିଲେ । ତାଙ୍କ ସ୍ବାମୀଙ୍କ ନାମ ହେଉଛି ମୁରଲୀ ଶର୍ମା । ସେ ମଧ୍ୟ ଜଣେ ଅଭିନେତା ଓ ସେମାନେ ଆଜି ମଧ୍ୟ ଏକାଠି ଅଛନ୍ତି ।

ରଜତ ଟୋକାସ

ଏହି ଶୋ ରେ ମୁଖ୍ୟ ଚରିତ୍ର ଆକବର ଭୂମିକାରେ ଅଭିନୟ କରିଥିଲେ ରଜତ ଟୋକାସ । ଏହି ଭୂମିକାରେ ଅତି ସୁନ୍ଦର ଭାବେ ଅଭିନୟ କରି ସେ ଖୁବ୍ ଲୋକପ୍ରିୟ ହୋଇଥିଲେ । ତାଙ୍କ ପତ୍ନୀ ଶ୍ରିଷ୍ଟି ନାୟର ଜଣେ ହାଉସ ୱାଇଫ୍ ଅଟନ୍ତି । ଏମାନେ ୨୦୧୫ ରେ ବିବାହ କରି ଏବେ ମଧ୍ୟ ଖୁସିରେ ଅଛନ୍ତି ।

ଲଭିନା ଟଣ୍ଡନ୍

ଏହି ଶୋ ରେ ଆକବରଙ୍କ ଦ୍ଵିତୀୟ ପତ୍ନୀ ରଜେୟା ବେଗମ୍ ଚରିତ୍ରରେ ଅଭିନୟ କରିଥିଲେ ଅଭିନେତ୍ରୀ ଲଭିନା ଟଣ୍ଡନ୍ । ସେ ମଧ୍ୟ ନିଜ ନକାରାତ୍ମକ ଅଭିନୟରେ ଦର୍ଶକଙ୍କ ଉପରେ ଖୁବ୍ ପ୍ରଭାବ ପକାଇ ଥିଲେ । ଲଭିନା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଅବିବାହିତ ଅଛନ୍ତି ଓ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି ।

ପରିଧି ଶର୍ମା

ଏହି ଧାରାବାହିକରେ ମୁଖ୍ୟ ଚରିତ୍ର ଯୋଧା ବାଈ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ପରିଧି ଶର୍ମା । ଏହି ଭୂମିକାରେ ଅତି ସୁନ୍ଦରତା ରେ ଅଭିନୟ କରି ସେ ଦର୍ଶକଙ୍କ ଅତିପ୍ରିୟ ହୋଇଥିଲେ । ତାଙ୍କ ସ୍ଵାମୀ ତନଭେ ସକ୍ସେନା ଅହମଦାବାଦ ର ଜଣେ ସଫଳ ବିଜନେସ ମ୍ୟାନ । ସେ ତାଙ୍କୁ ୨୦୦୯ ମସିହାରେ ବିବାହ କରିଥିଲେ । ତାଙ୍କର ଗୋଟେ ଝିଅ ମଧ୍ୟ ଅଛି । ସେ ମୁମ୍ବାଇରେ ନିଜ ପରିବାର ସହ ଖୁସିରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।