Jyotisha Shastra- ବାଛନ୍ତୁ ନିଜର ଓ ନିଜ ପ୍ରିୟଜନଙ୍କ ଜନ୍ମ ବର୍ଷ ଓ ଜାଣନ୍ତୁ ଏକ Special ଗୁଣ ବିଷୟରେ

ଆପଣ ତ ଜାଣିଛନ୍ତି ଆପଣଙ୍କ ଜନ୍ମ ତାରିଖ ଆପଣଙ୍କ ବିଷୟରେ ବହୁତ କିଛି ଜଣାଇ ଦିଏ । କିନ୍ତୁ ଆପଣ କଣ ଜାଣିଛନ୍ତି କି ଆପଣଙ୍କ ଜନ୍ମ ବର୍ଷ ମଧ୍ୟ ଆପଣଙ୍କ ବିଷୟରେ ଆହୁରି ବହୁତ କିଛି ଜଣାଇ ଦିଏ । ଆପଣଙ୍କ ଜନ୍ମ ବର୍ଷ ଆପଣଙ୍କ ସ୍ଵଭାବ ଓ ବ୍ୟକ୍ତିତ୍ଵ ସହ ଆପଣଙ୍କ ସହ ଜଡ଼ିତ ଅନେକ ରହସ୍ୟ ମଧ୍ୟ ପ୍ରକାଶ କରିଥାଏ ଯାହା କେହି ମଧ୍ୟ ଜାଣନ୍ତି ନାହିଁ । ଯଦି ଆପଣଙ୍କ ଜନ୍ମ ୧୯୮୦ ବା ତା ପରେ ହୋଇଛି ତେବେ ଚାଲନ୍ତୁ ଜାଣିବା ନିଜ ବିଷୟରେ ।

୧୯୮୦- ଏହି ବର୍ଷରେ ଜନ୍ମ ନେଇଥିବା ବ୍ୟକ୍ତିଙ୍କ ସ୍ୱଭାବରେ ଚୁମ୍ବକୀୟ ଆକର୍ଷଣ ରହିଥାଏ । ଏମାନେ ବୌଦ୍ଧିକ କ୍ଷମତାର ଧନୀ ହୋଇଥାନ୍ତି ଓ ଜିଜ୍ଞାସୁ ସ୍ଵଭାବ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ଏମାନଙ୍କ ଭିତରେ ଲୁଚି ରହିଥିବା ଗର୍ବ ତଥା ଅହଂ ଭାବକୁ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ ।

୧୯୮୧- ଏମାନେ ବହୁତ ମହତ୍ତ୍ଵକାଂକ୍ଷୀ ଓ ସ୍ମାର୍ଟ ହୋଇଥାନ୍ତି । ଏମାନେ ନିଜ ଗମ୍ଭୀରତା ଓ ପରିଶ୍ରମ ବଳରେ ଜୀବନରେ କିଛି ବି ହାସଲ କରି ପାରିବେ । ଏମାନେ ନିଜ ପରିଶ୍ରମ ଉପରେ ହିଁ ଭରସା କରନ୍ତି ଓ କାହା ଉପରେ ସହଜରେ ବିଶ୍ୱାସ କରନ୍ତି ନାହିଁ । ସେଥିପାଇଁ ଲୋକ ତାଙ୍କୁ ଆତ୍ମକେନ୍ଦ୍ରିତ ଓ ସ୍ୱାର୍ଥପର ବୋଲି ଭାବି ନିଅନ୍ତି ।

୧୯୮୨- ଏମାନେ ବିଶ୍ୱସନୀୟ ଓ ସ୍ନେହୀ ହୋଇଥାନ୍ତି । ନିଜ ପ୍ରିୟଜନଙ୍କ ପାଇଁ ଏମାନେ ସବୁ କିଛି କରନ୍ତି । କିନ୍ତୁ ଏମାନଙ୍କୁ କିଛି ସ୍ଵଭାବ କୁ ଜଗିବାକୁ ପଡ଼ିବ ।

୧୯୮୩- ଏମାନେ ବହୁତ ଦୟାଳୁ ଓ ନମ୍ର ହୋଇଥାନ୍ତି । ଏମାନେ ଶୀଘ୍ର ଅନ୍ୟ ଲୋକଙ୍କ ସହ ମିଶିଯାନ୍ତି । କାହା ଉପରେ ବିଶ୍ୱାସ କରିବା ଆଗରୁ ତାଙ୍କୁ ଠିକ୍ ସେ ଜାଣିବା ଉଚିତ୍ । ଅନ୍ୟଥା ଧୋକା ପାଇବାର ଆଶଙ୍କା ରହିଛି ।

୧୯୮୪- ଏମାନେ ବହୁତ ସକାରାତ୍ମକ ସ୍ୱଭାବର ହୋଇଥାନ୍ତି । ନିଜ ଖୁସିମିଜାଜ୍ ସ୍ଵଭାବ ଯୋଗୁଁ ଏମାନେ ଲୋକପ୍ରିୟ ହୋଇଥାନ୍ତି । କିନ୍ତୁ ଏମାନେ ନିଜ ଶବ୍ଦ ଓ କଥାବାର୍ତ୍ତାରେ ଟିକେ ଧ୍ୟାନ ରଖିବା ଉଚିତ ।

୧୯୮୫- ଏମାନେ ସବୁବେଳେ ନିଜ ହୃଦୟ କଥା ଶୁଣନ୍ତି ଓ ସେଇ ଅନୁସାରେ କାର୍ଯ୍ୟ କରନ୍ତି । ନିଜ ନିର୍ଣ୍ଣୟ ଉପରେ ଏମାନେ ନିଶ୍ଚିତ ରୁହନ୍ତି । କିନ୍ତୁ ଏମାନଙ୍କୁ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ଅଟେ ।

୧୯୮୬- ଏମାନେ ସ୍ଵତନ୍ତ୍ର ବିଚାରଧାରା ର ବ୍ୟକ୍ତି ଅଟନ୍ତି । କାହା ଚାପରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ପୁନଃବିଚାର କରିବା ଠିକ୍ ହେବ ।

୧୯୮୭- ଏମାନେ ନିଜ ପ୍ରେମିକ/ପ୍ରେମିକଙ୍କୁ ସବୁଠୁ ଆଗ ଗୁରୁତ୍ବ ଦିଅନ୍ତି ଓ ଯତ୍ନ ନିଅନ୍ତି । ଏମାନଙ୍କ ସେନ୍ସ ଅଫ୍ ହ୍ୟୁମର ସମସ୍ତଙ୍କୁ ପସନ୍ଦ ଆସେ ।

୧୯୮୮- ଏମାନେ ଜୀବନସାରା ମସ୍ତି କରିବା ମିଜାଜରେ ରୁହନ୍ତି । ଏମାନେ ସ୍ୱଭାବରେ ବହୁତ ରୋମାଣ୍ଟିକ ହୋଇଥାନ୍ତି । କିନ୍ତୁ ଏମାନଙ୍କୁ ନିଜ ସ୍ୱଭାବରେ ସନ୍ତୁଳନ ରଖିବା ଜରୁରୀ ଅଟେ ।

୧୯୮୯- ଏମାନେ ମଧ୍ୟ ମହତ୍ତ୍ଵକାଂକ୍ଷୀ ଓ ସମସ୍ତଙ୍କର ଧ୍ୟାନ ରଖିବା ସ୍ୱଭାବର ହୋଇଥାନ୍ତି । ନିଜ ଦୃଢ଼ ନିଶ୍ଚୟ ଓ ପରିଶ୍ରମ ଯୋଗୁଁ ଏମାନେ ଯାହା ଇଚ୍ଛା କରନ୍ତି ତାହା ହାସଲ କରନ୍ତି ।

୧୯୯୦- ଏମାନଙ୍କୁ ନିଜ ଚିନ୍ତା ଭାବନା ଉପରେ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଆବଶ୍ୟକ ଅଟେ । କିଛି ସମସ୍ୟା ସମାଧାନ କରି ନ ପାରିଲେ ଏମାନେ ହାରିଗଲା ପରି ଅନୁଭବ କରନ୍ତି । ସେଥିପାଇଁ ଏହି ବିଷୟ ପ୍ରତି ଧ୍ୟାନ ରଖନ୍ତୁ ।

୧୯୯୧- ଏମାନେ ବହୁତ ରଚନାତ୍ମକ ପ୍ରକୃତିର ହୋଇଥାନ୍ତି । ଏମାନେ ଲୋକଙ୍କ ଉପରେ ବିଶ୍ୱାସ କରିବାରେ ଓ ନିଜ ଭାବନା ବ୍ୟକ୍ତ କରିବାରେ ବହୁତ ସମୟ ଲଗାଇ ଦିଅନ୍ତି । ଏମାନଙ୍କୁ ନିଜ ନିରାଶାଜନକ ସ୍ଵଭାବ କୁ ନିୟନ୍ତ୍ରଣରେ ରଖିବା ଆବଶ୍ୟକ ।

୧୯୯୨- ଏମାନଙ୍କର କିଛି ଦକ୍ଷତା ଏମାନଙ୍କ ଜୀବନରେ ସଫଳତାର କାରଣ ହୋଇଥାଏ । ଏମାନେ ନିଜ ଜ୍ଞାନ ଉପରେ ଅଧିକ ଭରସା କରନ୍ତି । ଏମାନଙ୍କ ଭିତରେ ଦକ୍ଷ ନେତୃତ୍ୱ କ୍ଷମତା ମଧ୍ୟ ରହିଥାଏ ।

୧୯୯୩- ଏମାନଙ୍କ ମସ୍ତିଷ୍କ ବହୁତ ତେଜ ହୋଇଥାଏ ଓ ନିଜ ଭୁଲ ଗୁଡ଼ିକୁ ସମସ୍ତଙ୍କ ଆଗରେ ସ୍ବୀକାର କରି ପାରନ୍ତି । ଏହା ସମସ୍ତଙ୍କୁ ଭଲ ଲାଗିଥାଏ । ଏମାନଙ୍କୁ ନିଜ ମନୋବୃତ୍ତି ଉପରେ ନିୟନ୍ତ୍ରଣ ରଖିବା ଉଚିତ୍ ।

୧୯୯୪- ଏମାନେ ସବୁଠୁ ଉତ୍ତମ ପ୍ରେମୀ ଓ ବନ୍ଧୁ ହୋଇଥାନ୍ତି । ଲୋକ ଏମାନଙ୍କ ପ୍ରତି ସହଜରେ ଆକର୍ଷିତ ହୋଇଥାନ୍ତି । ନିଜ କାର୍ଯ୍ୟ ଓ ବୁଦ୍ଧି ଯୋଗୁଁ ଏମାନେ ଲୋକପ୍ରିୟ ହୁଅନ୍ତି ।

୧୯୯୫- ଏମାନେ ଜୀବନରେ ସକାରାତ୍ମକ ଦୃଷ୍ଟିକୋଣ ରଖିଥାନ୍ତି । ଖରାପ ଅବସ୍ଥାରେ ମଧ୍ୟ ଜୀବନ ପ୍ରତି ଦୃଷ୍ଟିକୋଣ ବଦଳନ୍ତି ନାହିଁ ଓ କାହା ଆଗରେ ମୁଣ୍ଡ ନୂଆଁନ୍ତି ନାହିଁ । ଏମାନଙ୍କୁ କାହା ଉପରେ ଅନ୍ଧ ପରି ବିଶ୍ୱାସ କରିବା ଉଚିତ୍ ନୁହେଁ ।

୧୯୯୬- ଏମାନେ ବହୁତ ପ୍ରକୃତି ପ୍ରେମୀ ହୋଇଥାନ୍ତି । ପ୍ରତ୍ୟେକ ବିଷୟ ପ୍ରତି ଲାଳସା ହିଁ ଏମାନଙ୍କୁ କଠିନ ପରିଶ୍ରମ କରିବାକୁ ଉତ୍ସାହିତ କରିଥାଏ ।

୧୯୯୭- ଏମାନେ ନିଜ ପ୍ରେମୀଙ୍କ ପ୍ରତି ପୂର୍ଣ୍ଣ ରୂପେ ସମର୍ପିତ ରୁହନ୍ତି । ସବୁ ବିକଳ୍ପ ଉପରେ ଚିନ୍ତା କରିବା ପରେ ହିଁ ଏମାନେ ନିର୍ଣ୍ଣୟ ନିଅନ୍ତି । ଏମାନଙ୍କୁ କେବଳ ନିଜ ଜିଦି ସ୍ଵଭାବ କୁ ଜଗିବା ଆବଶ୍ୟକ ରହିଛି ।

୧୯୯୮- ଏମାନେ ମଧ୍ୟ ସ୍ୱଭାବରେ ବହୁତ ରଚନାତ୍ମକ ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କ ଆତ୍ମବିଶ୍ବାସ ସ୍ଵଭାବ ଏମାନଙ୍କୁ ଜୀବନରେ ସଫଳ କରାଇ ଥାଏ ।

୧୯୯୯- ଏମାନଙ୍କ ସମ୍ବେଦନଶୀଳ ସ୍ଵଭାବ ସମସ୍ତଙ୍କୁ ପସନ୍ଦ ହୋଇଥାଏ । ଏମାନେ ଭିଡ଼ ଭିତରେ ବି ବାରି ହୋଇଯାନ୍ତି ଓ ଲୋକ ବହୁତ ପସନ୍ଦ କରନ୍ତି ।

୨୦୦୦- ଏମାନେ ବହୁତ ଆତ୍ମବିଶ୍ବାସୀ ହୋଇଥାନ୍ତି । କିନ୍ତୁ ମିଥ୍ୟାବାଦୀ ଲୋକଙ୍କୁ ଜମା ବି ପସନ୍ଦ କରନ୍ତି ନାହିଁ । ଏମାନେ ନିଜ ପରିଶ୍ରମ ଆଧାରରେ ଆଗକୁ ବଢ଼ିଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।