ଏହି 5 ଟି ଅଭିନେତା ସବୁଠୁ ପ୍ରଥମେ ବଡି ବନାଇବା କରିଥିଲେ ଆରମ୍ଭ, No.2 ପାଇଁ ତ ସାରା ଦେଶ କରେ ଗର୍ବ

ଏକ ଭଲ ବଡି ବନାଇବାର ଇଛା ଆଜିକାଲି ସବୁ ଯୁବକମାନଙ୍କର ସ୍ଵପ୍ନ ଅଟେ । ସବୁ ଯୁବକ ମାନେ ନିଜର ଜବରଦସ୍ତ ବଡି ବନାଇବା ପାଇଁ ବହୁତ ଚେଷ୍ଟା କରନ୍ତି । ପ୍ରାୟତଃ ଯୁବକମାନେ ଫିଲ୍ମରେ ନିଜର ବଡିକୁ ପ୍ରଦର୍ଶନ କରୁଥିବା ଅଭିନେତାଙ୍କୁ ଦେଖି ନିଜର ଏମିତି ବଡି କରିବା ପାଇଁ ସ୍ଵପ୍ନ ଦେଖନ୍ତି । କିନ୍ତୁ ଯେତେବଳେ ହିନ୍ଦୀ ସିନେମା ଆରମ୍ଭ ହୋଇଥିଲା ସେତେବେଳେ ସିନେମାରେ ଆସିବା ପାଇଁ ବଡି ଦରକାର ହେଉ ନ ଥିଲା କିନ୍ତୁ ସମୟ ସହିତ ଡିମାଣ୍ଡ ବଢିବାରୁ ସମସ୍ତ ଅଭିନେତାମାନେ ନିଜର ବଡି କରିବା ଆରମ୍ଭ କରିଦେଲେ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି ସିନେମା ଜଗତରେ ବଡି ବନାଇବା ପ୍ରଥମେ କିଏ ଆରମ୍ଭ କରିଥିଲେ ? ଚାଲନ୍ତୁ ଆଜି ଆମେ ଆପଣମାନଙ୍କୁ ସେହି ବିଷୟରେ କହିବାକୁ ଯାଉଛୁ ।

ସୁନୀଲ ସେଟ୍ଟୀ

ବଲୀଉଡର ଅଭିନେତା ସୁନୀଲ ସେଟ୍ଟୀ ବର୍ତ୍ତମାନ ସମୟରେ ବଡି ମାମଲାରେ କାହା ଠାରୁ ପଛରେ ନାହାନ୍ତି । ଆପଣଙ୍କୁ କହିଦେଉଛୁ ଯେ ଅଭିନେତା ସଲମାନ ଖାନଙ୍କ ଠାରୁ ପାଖାପାଖି 2 ବର୍ଷ ପୂର୍ବରୁ ସୁନୀଲ ସେଟ୍ଟୀ ବଡି ବନାଇବା ଆରମ୍ଭ କରି ଦେଇଥିଲେ । ଦର୍ଶକଙ୍କୁ ବିନାଶକ, ମୋହରା ଏବଂ ଭାଇ ଭଳି ଫିଲ୍ମରେ ତାଙ୍କର ଦମଦାର ବଡି ଦେଖିବାକୁ ମିଳିଥିଲା ।

ଦାରା ସିଂହ

ହିନ୍ଦୀ ସିନେମାରେ ସବୁଠୁ ପ୍ରଥମେ ବଡି କରିଥିଲେ ଅଭିନେତା ଦାରା ସିଂହ କିନ୍ତୁ ସେ ବର୍ତ୍ତମାନ ଆମ ଗହଣରେ ନାହାନ୍ତି । ସେ ୮୧ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ । ତାଙ୍କୁ ହିନ୍ଦୀ ସିନେମାର ଲିଜେଣ୍ଡ ବୋଲି କୁହାଯାଏ । ସେ ରାମାନନ୍ଦ ସାଗରଙ୍କର ‘ରାମାୟଣ’ରୁ ବେଶି ଲୋକପ୍ରିୟତା ପାଇଥିଲେ । ସେହି ସିରିୟଲରେ ଆପଣ ତାଙ୍କର ବଡିକୁ ଦେଖିଥିବେ ।

ସଞ୍ଜୟ ଦତ୍ତ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଅଭିନେତା ସଞ୍ଜୟ ଦତ୍ତ ସଲମାନ ଖାନ ସୁନୀଲ ସେଟ୍ଟୀଙ୍କ ପୂର୍ବରୁ ନିଜର ବଡି ବନାଇବା ଆରମ୍ଭ କରି ଦେଇଥିଲେ ଏବଂ ତାଙ୍କର ଦମଦାର ବଡି ଫିଲ୍ମରେ ବି ଦେଖାଯାଏ ।

ସଲମାନ ଖାନ

ବର୍ତ୍ତମାନ ସମୟର ବଲୀଉଡ ଇଣ୍ଡଷ୍ଟ୍ରିର ଅଭିନେତା ସଲମାନ ଖାନଙ୍କର ନାମ ସବୁଠୁ ଉପରେ ଆସିଥାଏ । ସଲମାନଙ୍କ ଫିଲ୍ମ “ବୀୱୀ ହୋ ତୋ ଐସୀ” ରେ ଆପଣ ତାଙ୍କୁ ବହୁତ ପତଳା ଏବଂ କମଜୋର ଦେଖିଥିବେ । ଏହି ଫିଲ୍ମଟି ବେଶୀ ହିଟ ହୋଇ ନଥିଲା । ଯେଉଁ କାରଣରୁ ସଲମାନ ଖାନ ନିଜର ବଡି ବନାଇବା ଆରମ୍ଭ କରି ଦେଇଥିଲେ । ବର୍ତ୍ତମାନ ସମୟରେ ଅଭିନେତା ସଲମାନ ଖାନ ବଲୀଉଡ ଇଣ୍ଡଷ୍ଟ୍ରିର ଏକମାତ୍ର ଅଭିନେତା ଅଟନ୍ତି ଯାହାଙ୍କର ବଡିର ଉଦାହରଣ ଆଜି ବି ଦିଆଯାଏ ।

ସନୀ ଦେଓଲ

ହିନ୍ଦୀ ସିନେମାରେ ସନୀ ଦେଓଲ ଏକ ଏମିତି ଅଭିନେତା ଅଟନ୍ତି ଯିଏକି ସଲମାନ ଖାନ ଏବଂ ସୁନୀଲ ସେଟ୍ଟୀଙ୍କ ପୂର୍ବରୁ ବଡି ବନାଇଥିଲେ । ସନୀଙ୍କର ବଡିର ଜବରଦସ୍ତ ଅନ୍ଦାଜ ତାଙ୍କର ଫିଲ୍ମରେ ଦେଖାଯାଏ । ସନୀ ଦେଓଲ କହନ୍ତି କି ସେ ନିଜର ବଡି ଜିମ ରେ ବନାଇ ନାହାନ୍ତି ନିଜ ପରିଶ୍ରମ କରି ବନାଇ ଛନ୍ତି ।