ଟିଭି ର କୃଷ୍ଣ ତଥା ଅଭିନେତା Saurabh Raj Jain ଙ୍କ ଲାଇଫ ଷ୍ଟାଇଲ, ସ୍ତ୍ରୀ, ଘର, ପରିବାର ଓ ଜାଣନ୍ତୁ ତାଙ୍କ ପାଖରେ ରହିଛି କେତେ କୋଟି ଟଙ୍କାର ସମ୍ପତ୍ତି

ଆଜି ଆମେ ଆପଣଙ୍କୁ ସିରିଏଲ ମହାଭାରତରେ କୃଷ୍ଣଙ୍କ ଭୂମିକରେ ଅଭିନୟ କରିଥିବା ଅଭିନେତା ସୌରଭ ରାଜ ଜୈନ ଙ୍କ ବିଷୟରେ । ଲୋକପ୍ରିୟ ଧାର୍ମିକ ସିରିଏଲ ମହାଭାରତରେ ଅଭିନୟ କରି ଘରେ ଘରେ ନିଜ ପରିଚୟ ସୃଷ୍ଟି କରି ପାରିଛନ୍ତି ସୌରଭ । ସୌରଭ ୧ ଡିସେମ୍ବର ୧୯୮୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ ଓ ତାଙ୍କୁ ୩୬ ବର୍ଷ ବୟସ ହୋଇଛି । ସୌରଭ ନିୟୁ ଦିଲ୍ଲୀର CSKM ପବ୍ଲିକ ସ୍କୁଲରେ ପଢୁଥିଲେ ଓ ଏହାପରେ ସେ ପୁନେର ଶିମ୍ବୋସିସ ଇଣ୍ଟରନ୍ୟାସନାଲ ୟୁନିଭର୍ସିଟିରୁ MBA ଶେଷ କରିଛନ୍ତି ।

ସ୍କୁଲରେ ପଢିବା ସମୟରେ ସୌରଭ ତାଙ୍କ ତଳ କ୍ଳାସ ପିଲାଙ୍କୁ ପଢାଉଥିଲେ । ଏଥିପାଇଁ ସେ ପିଲା ପ୍ରତି ୫୦୦/- ଟଙ୍କା ଲେଖାଏଁ ନେଉଥିଲେ । ମାତ୍ର ୧୯ ବର୍ଷ ବୟସରେ ସେ ଟିଭି ଶୋ ‘ରିମିକ୍ସ’ ମାଧ୍ୟମରେ ଟିଭି ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ । ସେତେବେଳେ ସେ କଲେଜରେ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ । ସେଥିପାଇଁ ଏହି ଶୋ ଶେଷ ହେବା ପରେ ସେ ଅଭିନୟରୁ ଦୁଇ ବର୍ଷ ପାଇଁ ବ୍ରେକ ନେଇଥିଲେ । ପାଠପଢା ଶେଷ କରିବା ପରେ ସେ ୨୦୦୬ରେ ସିରିଏଲ ‘କସମ ସେ’ ରେ ରୋହିତ ଚୋପ୍ରା ଭୂମିକାରେ ଅଭିନୟ କରିଥିଲେ ।

ଏହାପରେ ସେ ‘ମିତ୍ ମିଲା ଦେ ରବବା’, ‘ଜୟ ଶ୍ରୀ କ୍ରୀଷ୍ଣା’, ‘ୟହାଁ ମେ ଘର ଘର ଖେଲି’ ଓ ‘ପରିଚୟ’ ଆଦି ସିରିଏଲରେ କାମ କରିଥିଲେ । କିନ୍ତୁ ସିରିଏଲ ‘ଦେବୋ କା ଦେବ…ମହାଦେବ’ ରୁ ହିଁ ତାଙ୍କୁ ଟିଭି ଇଣ୍ଡଷ୍ଟ୍ରିରେ ଅସଲ ପରିଚୟ ମିଳିଥିଲା । ଏହି ସିରିଏଲରେ ସେ ଭଗବାନ ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ଏହି ସିରିଏଲରେ ତାଙ୍କୁ ଦେଖିବା ପରେ ‘ମହାଭାରତ’ ର ନିର୍ମାତା ସୌରଭଙ୍କୁ ହିଁ ଶ୍ରୀକୃଷ୍ଣଙ୍କ ଚରିତ୍ରରେ ନେବେ ବୋଲି ଭାବି ନେଇଥିଲେ । ଏହାପରେ ୨୦୧୭ ରେ ସିରିଏଲ ‘ମହାକାଲି…ଅନ୍ତ ୟା ଆରମ୍ଭ’ ରେ । ଏହି ସିରିଏଲରେ ସୌରଭ ଭଗବାନ ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହାପରେ ତାଙ୍କୁ ସିରିଏଲ ‘ପଟିଆଲା ବେବ୍ସ’ ରେ ଦେଖିବାକୁ ମିଳିଥିଲା । ସିରିଏଲ ବ୍ଯତୀତ ସୌରଭ ୨୦୦୮ଏଵ ହଲିଉଡ ଫିଲ୍ମ ‘କର୍ମା: କ୍ରାଇମ, ପ୍ୟାସନ, ରିଇନକାର୍ନେସନ’ ରେ ମଧ୍ୟ କାମ କରିଛନ୍ତି ।

ସୌରଭ ଜୈନ ପରିବାରର ଅଟନ୍ତି ଓ ତାଙ୍କ ମାଙ୍କୁ ଖୁବ ଭଲ ପାଆନ୍ତି । ଟିଭି ଆକ୍ଟର ଶହୀର ଶେଖ ତାଙ୍କ ବେଷ୍ଟ ଫ୍ରେଣ୍ଡ ଅଟନ୍ତି । ସୌରଭ ସଫ୍ଟୱେୟାର ଇଞ୍ଜିନିୟର ରିଧିମାଙ୍କୁ ୩ ବର୍ଷ ଧରି ଡେଟ କରିବା ପରେ ୨୦୧୦ ରେ ତାଙ୍କୁ ବିବାହ କରିଥିଲେ । ୨୦୧୭ ରେ ସେମାନଙ୍କର ଦୁଇ ଜାଆଁଳା ପୁଅ ଏବଂ ଝିଅ ହୋଇଛନ୍ତି । ସେମାନଙ୍କ ନାମ ହେଉଛି ହ୍ରିଷଭ ଏବଂ ହ୍ରିଷିକା । ସୌରଭ ଏପିସୋଡ ପିଛା ୭୫ ହଜାର ଟଙ୍କା ନିଅନ୍ତି ଓ ତାଙ୍କର କୁଳ ସମ୍ପତ୍ତିର ମୂଲ୍ୟ ହେଉଛି ୬୫ କୋଟି ।

ତାଙ୍କ ପାଖେ ୧୨ ଲକ୍ଷ ଟଙ୍କାର ଗୋଟିଏ ଫୋର୍ଡ ଇକୋସ୍ପୋର୍ଟ ଗାଡି ଅଛି । ସୌରଭ ଖୁବ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।