Jyotish Shastra- ଯଦି ଆପଣଙ୍କ ନାମ ବି “S” ରୁ ଆରମ୍ଭ ହେଉଛି ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ

ନିଜ ନାମର ପ୍ରଥମ ଅକ୍ଷରରୁ ଲୋକେ ନିଜ ସ୍ଵଭାବ ଓ ପ୍ରେମ ଜୀବନ ବିଷୟରେ ଜାଣିବା ପାଇଁ ଉତ୍ସୁକ ରହିଥାନ୍ତି । ପ୍ରତ୍ୟେକ ବ୍ୟକ୍ତିଙ୍କ ନାମର ପ୍ରଥମ ଅକ୍ଷର ସେମାନଙ୍କ ବିଷୟରେ ଅନେକ ଖାସ୍ ଓ ଲୁଚି ରହିଥିବା କଥା ପ୍ରକାଶ କରେ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ବହୁତ ଗୁରୁତ୍ଵପୂର୍ଣ୍ଣ । ତେବେ ଆଜି ଆମେ ଇଂରାଜୀ ଅକ୍ଷର S ରେ ନାମ ଥିବା ଲୋକଙ୍କ ସ୍ଵଭାବ ଓ ସେମାନଙ୍କ ପ୍ରେମ ଜୀବନ ବିଷୟରେ ଜାଣିବା ।

୧- S ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକମାନେ ପ୍ରେମ ମାମଲାରେ ବହୁତ ଗମ୍ଭୀର ହୋଇଥାନ୍ତି । ପ୍ରେମ ତାଙ୍କ ପାଇଁ ସବୁଠୁ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ । ଏମାନେ ବହୁତ ସହଜରେ ପ୍ରେମରେ ପଡ଼ିବା ସହିତ ବହୁତ ଗମ୍ଭୀର ମଧ୍ୟ ହୋଇଥାନ୍ତି ।

୨- ଏମାନେ ଯାହାକୁ ପ୍ରେମ କରନ୍ତି ତାଙ୍କ ସହ ଯୋଡ଼ି ହୋଇ ରହିବାକୁ ବହୁତ ଭଲ ପାଆନ୍ତି । ତାଙ୍କର ଏହି ଗୁଣ ଯୋଗୁଁ ତାଙ୍କୁ ସତ୍ୟରେ ପ୍ରେମ କରୁଥିବା ସାଥୀ ମଧ୍ୟ ମିଳନ୍ତି ।

୩- ଏହି ଅକ୍ଷରର ଲୋକ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ନିଜ କଠିନ ପରିଶ୍ରମ ଦ୍ଵାରା ସମସ୍ତ କିଛି ହାସଲ କରନ୍ତି ।

୪- ଏହି ଲୋକମାନେ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି । ଯେଉଁଠାରୁ ମଧ୍ୟ ଜ୍ଞାନ ମିଳିଲେ ଏମାନେ ତାହା ହୃଦୟର ସହ ଗ୍ରହଣ କରନ୍ତି । ଏମାନେ ନିଜ ବୁଦ୍ଧି ଦ୍ଵାରା ସମସ୍ତ ସମସ୍ୟାକୁ ମଧ୍ୟ ସମାଧାନ କରି ନିଅନ୍ତି ।

୫- ଏହି ଅକ୍ଷରର ବ୍ୟକ୍ତି ଲୋକପ୍ରିୟ ଓ ବହୁତ ଆକର୍ଷଣୀୟ ସ୍ୱଭାବର ହୋଇଥାନ୍ତି । ଖାସ୍ କରି ବିପରୀତ ଲିଙ୍ଗର ଲୋକମାନେ ଶୀଘ୍ର ଏମାନଙ୍କ ଦ୍ଵାରା ପ୍ରଭାବିତ ହୋଇଯାଆନ୍ତି । ଏହା ବ୍ୟତୀତ ଏମାନେ ନିଜ ମାତା ପିତାଙ୍କୁ ମଧ୍ୟ ବହୁତ ପ୍ରେମ ଓ ସମ୍ମାନ କରନ୍ତି ।

୬- ଏହି ଲୋକମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ମାତ୍ର କେବେ କେବେ ଏମାନେ ବହୁତ ରାଗି ଯାଆନ୍ତି ଓ କ୍ରୋଧରେ କାହାର କଥା ଶୁଣିବାକୁ ପସନ୍ଦ କରନ୍ତି ନାହିଁ । ଯେତେ ଶୀଘ୍ର ରାଗନ୍ତି, ସେତେ ଶୀଘ୍ର ଶାନ୍ତ ମଧ୍ୟ ହୋଇଯାନ୍ତି ।

୭- ପ୍ରେମ ମାମଲାରେ ସାମାନ୍ୟ ଲାଜକୁଳା ହେବା ସହ କେବେ କେବେ ଏହି ଅକ୍ଷରର ଲୋକମାନେ ବହୁତ କଠୋରତା ଦେଖାଇ ଥାଆନ୍ତି । ସେଥିପାଇଁ ଅନେକ ସମୟରେ ନିଜ ଜୀବନ ସାଥିଙ୍କ ସହ ଏମାନଙ୍କ ତାଳମେଳ ଠିକ୍ ରହିପାରେ ନାହିଁ ।

୮- ଏମାନେ ବହୁତ ହସ ଖୁସି ସ୍ୱଭାବର ହୋଇଥାନ୍ତି । ହୃଦୟରୁ ଏମାନେ ଖରାପ ହୋଇ ନ ଥିଲେ ମଧ୍ୟ ଅନେକ ସମୟରେ ଏମାନଙ୍କ ତେଜ ସ୍ଵଭାବ ବା ସାମାନ୍ୟ କଡା ସ୍ଵଭାବ ଏମାନଙ୍କୁ ସାମାନ୍ୟ ଖରାପ ବନେଇ ଦେଇଥାଏ । ଏମାନେ ଟିକେ କାମ୍ପି ହୋଇଥାନ୍ତି, ମାତ୍ର ପ୍ରିୟଜନଙ୍କ ପାଇଁ ସବୁ କିଛି ଦେବାକୁ ପ୍ରସ୍ତୁତ ରୁହନ୍ତି ।

୯- ଏହି ଲୋକମାନେ ସ୍ୱ ନିର୍ମିତ ବା ନିଜେ ନିଜ କ୍ୟାରିଅର ବନାନ୍ତି । ନିଜେ ସବୁ କିଛି କରିବା ସହ ନିଜ ଦମ୍ ରେ ସବୁକିଛି ହାସଲ କରନ୍ତି । ଅନ୍ୟର ସାହାଯ୍ୟରେ ଆଗକୁ ବଢ଼ିବାକୁ ଏମାନେ ନାପସନ୍ଦ କରନ୍ତି ।

୧୦- ଏହି ଲୋକମାନେ ସର୍ବଦା ସତ୍ୟତାର ସହ ଛିଡ଼ା ହୁଅନ୍ତି । ମାତ୍ର ଯେକୌଣସି କାର୍ଯ୍ୟ ମଧ୍ୟ ବିନା ଭାବିଚିନ୍ତି କରି ପକାନ୍ତି । ଏହା ବ୍ୟତୀତ ଏମାନେ ବହୁତ ଭାଗ୍ୟଶାଳୀ ବୋଲି ମାନାଯାଏ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।