କେବଳ ଏହାକୁ ଲଗେଇ ନିଅନ୍ତୁ, 99 % ଆଣ୍ଠୁ ଗଣ୍ଠି ଦରଜ (Joint Pain), ହାତ ଗୋଡ ବିନ୍ଧା ପୁରା ପୁରି ଗାୟବ ହେଇଯିବ

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖା ଯାଇଥାଏ । କିଛି ରୋଗ ଔଷଧ ଖାଇଲେ ଭଲ ହୋଇଥାଏ ତ ଆଉ କିଛି ରୋଗ ଯେତେ ଔଷଧ ଖାଇଲେ ମଧ୍ୟ ଭଲ ହୋଇ ନ ଥାଏ । ଯେମିତିକି ଆଁଠୁ ଗଣ୍ଠିରେ ଯନ୍ତ୍ରଣା ହେବା, ହାତ ବା ଗୋଡରେ ଯନ୍ତ୍ରଣା ହେବା ଆଦି ବିଭିନ୍ନ କାରଣରୁ ହୋଇଥାଏ । ଏହି ସବୁ ସମସ୍ୟାର ସମାଧାନ ପାଇଁ କିଛି ଥେରେପି ରହିଛି ଯାହା ଫଳରେ ଆମ ଶରୀରରେ ହେଉଥିବା ଯନ୍ତ୍ରଣା ଦୂର ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ଏହାର ପ୍ରତିକାର ବିଷୟରେ କହିବାକୁ ଯାଉଛୁ ।

ଏହି ରୋଗରୁ ମୁକ୍ତି ପାଇବା ପାଇଁ ସେନ୍ଧା ନମକ ବହୁତ ଉପକାରୀ ଜିନିଷ ଅଟେ । ଗୋଟିଏ ସେନ୍ଧା ନମକକୁ କିଛି ପରିମାଣରେ ଗୁଣ୍ଡ କରି ଦିଅନ୍ତୁ । ଏହା ପରେ କିଛି ଉଷୁମ ପାଣି ଗୋଟିଏ ପାତ୍ରରେ ନିଅନ୍ତୁ । ସେହି ପାଣିରେ ଅଧ ଚାମଚ ସେନ୍ଧା ନମକର ପାଉଡରକୁ ପକାଇ ଦିଅନ୍ତୁ । ଏକ ରୁମାଲ ବା କପଡାରେ ସେହି ଉଷୁମ ପାଣିରେ ବୁଡାଇ ଯେଉଁଠି ଆପଣଙ୍କର ଯନ୍ତ୍ରଣା ହେଉଛି ଯେମିତିକି ଆଁଠୁ, ଗଣ୍ଠି, ହାତ ବା ଗୋଡରେ ସୁଜନ ଅଛି ସେହି ସ୍ଥାନରେ ସେକ ଦିଅନ୍ତୁ ।

ଏହାକୁ ପ୍ରତିଦିନ ୩ ରୁ ୪ ଥର କରିଲେ ଆପଣଙ୍କୁ ବହୁତ ଆରାମ ମିଳିବ । ଏହା ଛଡା ଆଉ କିଛି ନିୟମ ରହିଛି ଯାହାକୁ ପାଳନ କରିବା ଆମ ସ୍ୱାସ୍ଥ୍ୟ ପକ୍ଷେ ହିତକରକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ନିୟମ ଗୁଡିକ କଣ କଣ ଅଟେ । ଆମ ଶରୀରରେ ନାଡିର ଜାଲ ରହିଥାଏ । ଆୟୁର୍ବେଦରେ ଏହାକୁ ବାତ ନାଡି ବୋଲି କୁହାଯାଏ । ଯଦି କୌଣସି ବ୍ୟକ୍ତିକୁ ଆଁଠୁ, ଗଣ୍ଠି, ବା ଅନ୍ୟ କୌଣସି ସ୍ଥାନରେ ଯନ୍ତ୍ରଣା ହୁଏ ତେବେ ଏହାର କାରଣ ଆମ ଶରୀରରେ ଥିବା ବାତ ବା ବାୟୁ ଯୋଗୁ ହୋଇଥାଏ ।

ଆମ ଶରୀରରେ ୩ଟି ଧାତୁ ରହିଥାଏ ଯାହା ସନ୍ତୁଳନ ହୋଇ ରହିଲେ ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ । କିନ୍ତୁ ଯେବେ ଏହାର ସନ୍ତୁଳନ ବିଗିଡି ଯାଏ ତେବେ ଆମ ଶରୀରରେ ଯନ୍ତ୍ରଣା ହୋଇଥାଏ । ଏଥି ପାଇଁ ଆପଣ ମାନଙ୍କୁ ନିଜ ଖାଦ୍ଯ ଉପରେ ଧ୍ୟାନ ଦେବା ଉଚିତ । ଦହି ବା କୌଣସି ଖଟା ଖାଦ୍ଯ ଖାଇବା ଉଚିତ ନୁହେ । କୌଣସି ଫଳ ବା ଲେମ୍ବୁ ଆଦିକୁ ରାତିରେ ଖାଇବା ଉଚିତ ନୁହେ । ବାୟୁ ବା ବାତକୁ ରୋକିବା ପାଇଁ କିଛି ଆୟୁର୍ବେଦିକ ଔଷଧ ରହିଛି ଯାହା ଆମ ସଶରୀର ପାଇଁ ହିତକାରକ ହୋଇଥାଏ ।

ପ୍ରଥମଟି ହେଉଛି ମେଥି ଦାନା ଓ ଦିତୀୟଟି ହେଉଛି ଗିଲୋଇ ଏହି ୨ଟି ମଧ୍ୟରୁ ଆପଣ ଯାହାକୁ ବି ସେବନ କରି ପାରିବେ । ମେଥି ଦାନକୁ ରାତିରେ ପାଣିରେ ତିନ୍ତାଇ ସକାଳେ ଖାଇବା ଉଚିତ । ଏହାକୁ ୧୫ରୁ ୨୦ ଦିନ ପର୍ଯ୍ୟନ୍ତ ଖାଇଲେ ଆମ ଶରୀରରେ ହେଉଥିବା ବାୟୁ ବା ବାତ ଯନ୍ତ୍ରଣା ଦୂର ହୁଏ । ମେଥି ଦାନକୁ ୩ ମାସ ସେବନ କରିଲେ ଯେଉଁ ବ୍ଯକ୍ତିର ଡାଇବେଟିସ ଥିବା ତାହା ଭଲ ହୋଇଥାଏ । ଗିଲୋଇକୁ ଜୁସ କରି ସେଥିରେ ପାଣି ମିଶାଇ ସକାଳେ ବା ସନ୍ଧ୍ୟାରେ ଖାଲି ପେଟରେ ସେବନ କରିବା ଉଚିତ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।