ଏକ ଅଜବ ବାହାଘର କଲେ ଗାଁ ଲୋକେ, ବର ପାଇଁ ପଡିଲା ଟସ୍, ଜିତିବ ଯିଏ କନିଆଁ ହେବ ସିଏ, ପୁରା Video ଦେଖିଲେ ଆପଣଙ୍କ ହୋସ ଉଡିଯିବ

ଯିଏ ଟସ୍ ଜିତିଲା, ସିଏ ହେଲା କନିଆଁ । କଥାଟା ଆପଣଙ୍କୁ ଅବାଗିଆ ଲାଗୁଥିଲେ ମଧ୍ୟ ସତ । ଏହିପରି ଏକ ରୋଚକ ଘଟଣା ଘଟିଛି କର୍ଣ୍ଣାଟକ ହାସନ ଜିଲ୍ଲାର ଶକ୍ଳେଶପୁର ତାଲୁକରେ । ଏକ ତ୍ରିକୋଣୀୟ ପ୍ରେମ କାହାଣୀର ଫଳାଫଳ ବାହାର କରିବା ପାଇଁ ଗ୍ରାମବାସୀଙ୍କୁ ଟସ୍ ପକେଇବାକୁ ପଡିଛି । ସୂଚନା ଅନୁଯାୟୀ, ଶକ୍ଳେଶପୁର ଗ୍ରାମର ଜଣେ ୨୭ ବର୍ଷୀୟ ଯୁବକ ପଡୋଶୀ ଗାଁ ର ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ଭଲ ପାଇ ବସିଥିଲେ ।

ଏହାପରେ ଆଉ ଜଣେ ଝିଅଙ୍କ ସହ ଯୁବକଙ୍କର ବନ୍ଧୁତା ହୋଇଥିଲା ଓ ସେମାନେ ମଧ୍ୟ ପରସ୍ପରର ନିକଟତର ହୋଇଥିଲେ । ଯେତେବେଳେ ଯୁବକଙ୍କ ଜଣେ ସମ୍ପର୍କୀୟ ତାଙ୍କ ଦୁଇ ପ୍ରେମିକାଙ୍କ ମଧ୍ୟରୁ ଜଣଙ୍କ ସହ ଦେଖିଲେ ସେତେବେଳେ ଏହି କଥାଟି ପଦାକୁ ଆସିଥିଲା । ସେତେବେଳ ସୁଧା ସେହି ଦୁଇ ଯୁବତୀ ଜାଣି ନଥିଲେ ଯେ, ତାଙ୍କ ପ୍ରେମିକ ତାଙ୍କ ପ୍ରତି ବିଶ୍ଵସ୍ତ ନାହିଁ । ଯୁବକଙ୍କ ପରିବାର ତାଙ୍କୁ ଏହି ବିଷୟରେ ପଚାରିବାରୁ ସେ ସେହି ଝିଅଙ୍କୁ ଭଲ ପାଆନ୍ତି ଓ ତାଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିଥିଲେ ।

କିନ୍ତୁ ତାଙ୍କ ପରିବାର ଲୋକେ ତାଙ୍କ ସମ୍ପର୍କକୁ ସ୍ଵୀକାର ନକରି ପୁଅ ପାଇଁ ଅଲଗା ଝିଅ ଦେଖିବାକୁ ନିଷ୍ପତ୍ତି ନେଲେ । ଏହି କଥା ଦୁଇ ପ୍ରେମିକାଙ୍କ ମଧ୍ୟରୁ ଜଣେ ଜାଣିବାକୁ ପାଇଥିଲା ଓ ଅନ୍ୟ ଝିଅଟି ମଧ୍ୟ ଜାଣିବାକୁ ପାଇଥିଲା କି ପ୍ରେମିକଙ୍କ ଘରଲୋକ ତାଙ୍କ ପାଇଁ ଝା ଦେଖିବାକୁ ଯାଇଥିଲେ ବୋଲି । ଘଟଣା କ୍ରମେ ବଢିବାରୁ ତ୍ରିକୋଣୀୟ ପ୍ରେମ କାହାଣୀ କଥା ପୁଅର ଗାଁ ଲୋକେ ଜାଣିବାକୁ ପାଇଥିଲେ । ଶେଷରେ ଏହି ମାମଲାକୁ ନେଇ ଗାଁରେ ପଞ୍ଚାୟତ ସଭା ବସିଥିଲା ଓ ତିନି ପରିବାର ଲୋକେ ପଞ୍ଚାୟତ ନିର୍ଣ୍ଣୟ ମାନିବାକୁ ରାଜି ହୋଇଥିଲେ ।

ପଞ୍ଚାୟତ ସମୁଖରେ ଦୁଇ ଯୁବତୀ ପରସ୍ପର ସହ ଯୁ-କ୍ତି-ତ-ର୍କ ମଧ୍ୟ କରିଥିଲେ । ଶେଷରେ ଯୁବକଙ୍କୁ କିଏ ବାହା ହେବ ନିଷ୍ପତ୍ତି ନେବା ପାଇଁ କଏନ ଟସ୍ କରିବାକୁ ପଞ୍ଚାୟତ ନିର୍ଣ୍ଣୟ ନେଇଥିଲା । ପ୍ରଥମ ଝିଅ ସପକ୍ଷରେ ଟସ୍ ଫଳାଫଳ ଆସିଥିଲା । ପଞ୍ଚାୟତ ନିର୍ଣ୍ଣୟକୁ ସମ୍ମାନ ଦେଇ ଦ୍ଵିତୀୟ ଝିଅଟି ଏହି ଫଳାଫଳକୁ ସ୍ଵୀକାର କରି ନେଇଥିଲା । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।