ବିବାହର 8 ବର୍ଷ ପରେ ସମ୍ପର୍କରେ ଆସିଲା ଫାଟ, ଆଲଗା ହେଲେ Shikhar Dhawan ଓ ପତ୍ନୀ Aesha Mukerji

ଆଇପିଏଲ ପୂର୍ବରୁ ଧାୱନ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ନିରାଶଜନକ ଖବର । ଶିଖରଙ୍କ ସମ୍ପର୍କରେ ସୃଷ୍ଟି ହୋଇଛି ଫାଟ । ଭାଙ୍ଗି ଯାଇଛି ଦୀର୍ଘ ୮ ବର୍ଷର ସମ୍ପର୍କ । ଭାରତୀୟ କ୍ରିକେଟ ଟିମ୍ ର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାୱନଙ୍କ ବୈବାହିକ ସମ୍ପର୍କରେ ଫା-ଟ ସୃଷ୍ଟି ହୋଇଛି । ଶିଖର ପତ୍ନୀ ଆୟେଶା ମୁଖାର୍ଜୀଙ୍କ ଠାରୁ ଡିଭୋର୍ସ ନେଇଥିବା କଥା ଆନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ANI ଠାରୁ ସୂଚନା ମିଳିଛି ।

ପ୍ରାୟ ଆଠ ବର୍ଷ ତଳେ ଆୟେଶା ମୁଖାର୍ଜୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଭାରତୀୟ କ୍ରିକେଟ ଟିମ୍ ର ଗରବ ଅକା ଶିଖର ଧାୱନ । ୨୦୧୨ରେ ସେମାନେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତାଙ୍କ ନାମ ହେଉଛି ଜୋରାବର । ଆୟେଶା ଶିଖର ଧାୱନଙ୍କ ଠାରୁ ୧୦ ବର୍ଷ ବଡ ଅଟନ୍ତି ଓ ସେ ପୂର୍ବରୁ ମଧ୍ୟ ବିବାହ କରିଥିଲେ । ପ୍ରଥମ ବିବାହରୁ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ୨୦୧୪ ରେ ଆୟେଶା ପୁଅ ଜୋରାବରକୁ ଜନ୍ମ ଦେଇଥିଲେ । ଧାୱନ ଆୟେଶାଙ୍କୁ ବିବାହ କରିବା ନେଇ ଅନେକ ପ୍ରଶ୍ନ ଉଠିଥିଲା ।

କିନ୍ତୁ ସେତେବେଳେ ଧାୱନଙ୍କ ମା ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ତେବେ ବର୍ତ୍ତମାନ ଆଉ ଥରେ ଶିଖରଙ୍କ ଠାରୁ ମଧ୍ୟ ଆୟେଶାଙ୍କୁ ଅଲଗା ହେବାକୁ ପଡିଛି । ଆୟେଶା ନିଜ ଇଂ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ-ରେ ଏହି କଥା ପୋଷ୍ଟ କରି ଜଣାଇଛନ୍ତି ଓ ଧାୱନଙ୍କ ସହ ଥିବା ସମସ୍ତ ଫଟୋ ମଧ୍ୟ ଡି-ଲେ-ଟ କରି ଦେଇଛନ୍ତି । ତେବେ ଧାୱନଙ୍କ ତରଫରୁ ଏପର୍ଯ୍ୟନ୍ତ ଏହି ବିଷୟରେ କୌଣସି ସ୍ପଷ୍ଟୀକାରଣ ମିଳିନାହିଁ ।

ସବୁଠୁ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ହେଉଛି ଏମାନଙ୍କୁ ଦେଖି କେବେ ମଧ୍ୟ ଲାଗୁ ନଥିଲା କି ସେମାନଙ୍କ ମଧ୍ୟରେ କିଛି ସମସ୍ଯା ରହିଛି । କିଛି ଦିନ ପୂର୍ବରୁ ଶିଖର ଧାୱନ ବୈଷ୍ଣୋଦେବୀ ମଧ୍ୟ ବୁଲି ଆସିଥିଲେ ଓ ଫଟୋ ପୋଷ୍ଟ କରିଥିଲେ । ତେବେ ଅକସ୍ମାତ ଏପ୍ରକାର ସେମାନଙ୍କ ସମ୍ପର୍କରେ ଫା-ଟ ସୃଷ୍ଟି ହେବା ବହୁତ ବଡ କଥା ଅଟେ । ଆୟେଶା ମଧ୍ୟ ଖୁବ ଲମ୍ବା ଚଉଡା ପୋଷ୍ଟ କରିଥିଲେ ଯାହା ପଢିଲେ ଆପଣଙ୍କୁ ନିଶ୍ଚୟ ଦୁଃଖ ଲାଗିବ ।

ତେବେ ଦେଖିବାକୁ ବାକି ରହିଲା ଧାୱନ ଏନେଇ କେବେ ମୁହଁ ଖୋଲୁଛନ୍ତି । ଆପଣଙ୍କଉ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।