ଇଏ ହେଉଛନ୍ତି ଟିଭିର ଟପ ୧୦ କୃଷ୍ଣ, ବି ଆର ଚୋପଡାଙ୍କ କୃଷ୍ଣଙ୍କୁ ରାମାନନ୍ଦ ସାଗରଙ୍କ ଏହି କୃଷ୍ଣଙ୍କ ଠାରୁ ମିଳିଥିଲା ଟକ୍କର

ମହାଭାରତରେ କୃଷ୍ଣ ନିଜର ଲୀଳା ଦେଖାଇବା ଆରମ୍ଭ କରିଦେଇ ଥିଲେ । ଶିଶୁପାଳଙ୍କ ମାଆ ଙ୍କୁ ଦେଇଥିବା କଥା ଅନୁସାରେ ତାଙ୍କ ଶହେ ଅପରାଧ ପୁରା ହେବା ପରେ କୃଷ୍ଣ ସୁଦର୍ଶନ ଚକ୍ରର ଆହ୍ଵାନ କରିଥିଲେ । କିନ୍ତୁ ଏହି ଚରିତ୍ର କରିବା ପାଇଁ ଅଭିନେତା ନୀତିଶ ଭରଦ୍ଵାଜଙ୍କର ଇଚ୍ଛା ନଥିଲା ବରଂ ସେ ମହାଭାରତରେ କିଛି ଅନ୍ୟ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଥିଲେ । କିନ୍ତୁ ଲୋକ ମାନଙ୍କର ମନୋରଞ୍ଜନ ପାଇଁ ସେ କୃଷ୍ଣ ଚରିତ୍ରରେ ଅଭିନୟ କରିଥିଲେ । ଆଜି ଆମେ ଆପଣଙ୍କୁ ଛୋଟ ପରଦାର ୧୦ ଜଣ କୃଷ୍ଣଙ୍କ ବିଷୟରେ କହିବୁ । ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ ।

ସୁମେଧ ମୁଗ୍ଦଲକର

ଷ୍ଟାର ନେଟୱର୍କରେ ଦୁଇ ବର୍ଷ ଧରି ପ୍ରସାରିତ ହେଉଥିବା ରାଧାକୃଷ୍ଣ ଧାରାବାହିକ ଶୁଟିଙ୍ଗ ବର୍ତ୍ତମାନ ବନ୍ଦ ହୋଇଛି । ଏହି ଧାରାବାହିକ ରେ ସୁମେଧ ମୁଗ୍ଦଲକର ଭଗବାନ ଶ୍ରୀ କୃଷ୍ଣ ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ସବୁଠାରୁ ଖାସ କଥା ଏହାକି ଏହି ଧାରାବାହିକ ଆରମ୍ଭ ହେବାର ୫ବର୍ଷ ପୂର୍ବରୁ ମହାଭାରତ ରେ କୃଷ୍ଣ ଚରିତ୍ରରେ ଅଭିନୟ କରୁଥିବା ସୌରଭ ରାଜ ଏହି ଧାରାବାହିକ ରେ କଥା ବାଚକ ର ଭୂମିକା ତୁଲାଉଛନ୍ତି ।

ରାହୁଲ ଶର୍ମା ଏବଂ କୁଳଦୀପ ସିଂହ

୨୦୧୭ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାଲି ଆସୁଥିବା ଧାରାବାହିକ ବିଘ୍ନହର୍ତା ଗଣେଶ ରେ ଭଗବାନ କୃଷ୍ଣଙ୍କ ଚରିତ୍ରରେ ରାହୁଲ ଶର୍ମା ଏବଂ କୁଳଦୀପ ସିଂହ ଅଭିନୟ କରିଛନ୍ତି । ଏହି ଧାରାବାହିକ ଗଣେଶ ଙ୍କର ଲୀଳା ଉପରେ ଆଧାରିତ କରାଯାଇଛି । ରାହୁଲ ଶର୍ମା ‘ଏକ ଘର ବନାଉଙ୍ଗା’ ଏବଂ ‘ଏକ ରିସ୍ତା ଏସା ଭି’ ଧାରାବାହିକ ରେ ବହୁତ ଭଲ ଅଭିନୟ ମଧ୍ୟ କରିଛନ୍ତି । କୁଳଦୀପ ନିଜକୁ ଜଣେ ଗଜଲ ସଙ୍ଗୀତକାର ରୂପେ ପରିଚିତ କରିଛନ୍ତି ।

ଗଗନ ମଲିକ

ଗଗନ ମଲିକ ସଙ୍କଟ ମୋଚନ ମହାବଳୀ ହନୁମାନ ଧାରାବାହିକ ରେ ଶ୍ରୀରାମ, ବିଷ୍ଣୁ ଏବଂ କୃଷ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ସେ ଏହି ଧାରାବାହିକ ରେ ନିଜର ଭଲ ଅଭିନୟ ଦେଇଛନ୍ତି ଏବଂ ଏହି ଧାରାବାହିକ କୁ ଦର୍ଶକ ମାନଙ୍କର ଭଲ ପ୍ରତିକ୍ରିୟା ମିଳିଛି ।

ସୌରଭ ପାଣ୍ଡେ

ଧାରାବାହିକ ସୂର୍ଯ୍ୟପୁତ୍ର କର୍ଣ ରେ ସୌରଭ ପାଣ୍ଡେ କୃଷ୍ଣ ଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଧାରାବାହିକ କୁ କୁନ୍ତୀଙ୍କର ପ୍ରଥମ ପୁତ୍ର କର୍ଣ ଙ୍କୁ କେନ୍ଦ୍ରରେ ରଖି ପ୍ରସ୍ତୁତ କରାଯାଇ ଥିଲା ।

ସୌରଭ ରାଜ ଜୈନ

ମହାଭାରତ ରେ ଶ୍ରୀକୃଷ୍ଣ ଏବଂ ଭଗବାନ ବିଷ୍ଣୁ ଚରିତ୍ରରେ ସୌରଭ ରାଜ ଜୈନ ଅଭିନୟ କରିଥିଲେ । ଏହି ଧାରାବାହିକ ମାଧ୍ୟମରେ ସୌରଭ ଙ୍କୁ ବହୁତ ଭଲ ପରିଚୟ ମିଳିଥିଲା । ଜୟ ଶ୍ରୀ କୃଷ୍ଣା ଧାରାବାହିକରେ ବି ସୌରଭ ଭଗବାନ ବିଷ୍ଣୁଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ବିଶାଲ କରବାଲ

ଧାରାବାହିକ ‘ପରମାବତାର ଶ୍ରୀକୃଷ୍ଣ’ ଏବଂ ‘ଦ୍ଵରକାଧୀଶ ଭଗବାନ ଶ୍ରୀ କୃଷ୍ଣ’ ରେ ବିଶାଲ କରବାଲ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଛନ୍ତି । ଏହି ଧାରାବାହିକ ଏନଡିଟିଭି ଇମାଜିନ ରେ ପ୍ରସାରିତ ହେଉଥିଲା କିନ୍ତୁ ପରେ ଏହି ଚ୍ୟାନେଲ ବନ୍ଦ ହୋଇଯାଇ ଥିଲା ।

ମେଘନ ଯାଦବ

ରାମାନନ୍ଦ ସାଗର ଙ୍କର ଧାରାବାହିକ ‘ଶ୍ରୀ କୃଷ୍ଣ’ ରେ ମେଘନ ଯାଦବ ବୟସ୍କ କୃଷ୍ଣ ଚରିତ୍ରରେ ଅଭିନୟ କରିଥିଲେ । ଏହା ପୂର୍ବରୁ ଶିଶୁ କୃଷ୍ଣ ଚରିତ୍ରରେ ଅନ୍ୟ ମାନେ ଅଭିନୟ କରିଥିଲେ ।

ମୃଣାଲ ଜୈନ

ମୃଣାଲ ଜୈନ ‘କାହାଣୀ ହମାରେ ମହାଭାରତ କି’ ଧାରାବାହିକ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଚଟିତ୍ରରେ ଅଭିନୟ କରିଥିଲେ ଏବଂ ସେ ନିଜ କ୍ୟାରିୟର ଏହି ଧାରାବାହିକ ରୁ ହିଁ ଆରମ୍ଭ କରିଥିଲେ ।

ରାଜେଶ ଶୃଙ୍ଗାରପୁରେ

ସାରଥି ଧାରାବାହିକ ରେ ରାଜେଶ ଭଗବାନ କୃଷ୍ଣ ଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଧାରାବାହିକ କୁ ଲୋକ ମାନଙ୍କର ବହୁତ ଭଲ ପ୍ରତିକ୍ରିୟା ମିଳିଥିଲା ଏବଂ ଏଥିପାଇଁ ଏହି ଧାରାବାହିକ ଟି ସଫଳତାପୂର୍ବକ ସାଢେ ତିନି ବର୍ଷ ପାଇଁ ଟିଭିରେ ପ୍ରସାରିତ ହେଇଥିଲା ।

ସର୍ବଦମନ ବାନାର୍ଜୀ, ସ୍ଵପ୍ନିଲ ଜୋଶୀ

ଆମେ କଥା ଆରମ୍ଭ କରିଥିଲୁ ବି ଆର ଚୋପଡା ଙ୍କ ମହାଭାରତର କୃଷ୍ଣଙ୍କ ଠାରୁ ଆସି ପହଞ୍ଚିଲେ ରାମାନନ୍ଦ ସାଗରଙ୍କ କୃଷ୍ଣଙ୍କ ପାଖରେ । ନିର୍ଦ୍ଦେଶକ ତଥା ଲେଖକ ରାମାନନ୍ଦ ସାଗର ‘ରାମାୟଣ’ ସୁପରହିଟ୍ ହେବା ପରେ ‘କୃଷ୍ଣ’ ସିରିଏଲ୍ ପ୍ରସ୍ତୁତ କରିଥିଲେ । ଏହି ଶୋ ପ୍ରଥମେ ୧୯୯୩ ରେ ଦୂରଦର୍ଶନର ମେଟ୍ରୋ ଚ୍ୟାନେଲରେ ପ୍ରସାରିତ ହୋଇଥିଲା ।

ଶ୍ରୀ କୃଷ୍ଣ ଧାରାବାହିକ ରେ କିଶୋର ଅବସ୍ଥାରେ କୃଷ୍ଣ ଙ୍କ ଭୂମିକାରେ ସ୍ଵପ୍ନିଲ ଜୋଶୀ ଏବଂ ଯୁବାବସ୍ଥାରେ ସର୍ବଦମନ ବାନାର୍ଜୀ କୃଷ୍ଣଙ୍କ ଚରିତ୍ରରେ ଅଭିନୟ କରିଥିଲେ । ଏହି ଶୋ ‘ରାମାୟଣ’ ଏବଂ ‘ମହାଭାରତ’ ଭଳି ହିଟ୍ ହୋଇଥିଲା । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।