ଏହି ଅଭିନେତ୍ରୀ ଖୋଲିଲେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ରାଜ୍, ଏମିତି ହେଇଥାଏ ପରଦା ପଛରେ

ଭୋଜପୁରୀ ଜଗତରେ ସୁପରହିଟ ଗୀତ ଏବଂ ଧମାକେଦାର ଫିଲ୍ମ ସବୁଦିନ ଚର୍ଚାରେ ରହିଥାଏ । ଏହା ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟରେ ଲୋକ ମାନଙ୍କର ଜୀବନର ଏକ ଅଂଶ ହୋଇ ଯାଇଛି ।କୁହାଯାଉଛି କି ବର୍ତ୍ତମାନ ଏହି ଫିଲ୍ମ ଜଗତ ମଧ୍ୟ ଭଲ ପଇସା କମାଇବା ଆରମ୍ଭ କରିଦେଇଛି ଏଆବ୍ଙ୍ଗ ଏଥିରେ କାମ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କର ଅବସ୍ଥା ଆଗ ଅପେକ୍ଷା ସୁଧୁରିବାରେ ଲାଗିଛି । ତେବେ ଏହା ଉପରେ ଅଭିନେତ୍ରୀ କନକ ପାଣ୍ଡେ ଅନେକ ରହସ୍ୟ ଖୋଲିଛନ୍ତି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଆମର ସହଯୋଗୀ ୱେବସାଇଟ ବଲିଉଡ ଲାଇଫ ଅନୁସାରେ କନକ ପାଣ୍ଡେ ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି କି ଭୋଜପୁରୀ ଇଣ୍ଡଷ୍ଟ୍ରିର ହିରୋଇନ ମାନଙ୍କୁ ବହୁତ କମ ପଇସା ମିଳିଥାଏ । କେତେଥର ପ୍ରଡ଼ସନ ବାଲା ହିରୋଇନ ମାନଙ୍କର ମେକପ ବୟ ଙ୍କର ପଇସା ଦିଅନ୍ତି ନାହିଁ ।

ଯେତବେଳେ ଅଭିନେତ୍ରୀଙ୍କୁ ପଚରାଗଲା କି ଏମିତି ଶୁଣିବାକୁ ମିଳିଥାଏ କି ସବୁ ହିରୋଇନ ମାନେ ଗୋଟିଏ ଫିଲ୍ମ ପାଇଁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇଥାନ୍ତି ସେତବେଳେ ସେ କହିଲେ ମତେ ଜଣା ନାହିଁ କେଉଁ ହିରୋଇନଙ୍କୁ ୨୦ଲକ୍ଷ ଟଙ୍କା ମିଳିଥାଏ । ମତେ ତ ମିଳିନଥାଏ । ବଲିଉଡ ଜଗତରେ ଯେତେ ଟଙ୍କା ମେକପ ବୟ, ଲାଇଟମ୍ୟାନ, କ୍ୟାମେରା ମ୍ୟାନ ଙ୍କୁ ମିଳିଥାଏ ସେତିକି ଟଙ୍କା ଏଠାକାର ହିରୋଇନ ମାନଙ୍କୁ ହିଁ ମିଳିଥାଏ । ସେମାନଙ୍କର ଅବସ୍ଥା ସୁଧୁରିବା ଦରକାର ଏବଂ ସମସ୍ତଙ୍କୁ ସମାନ ଟଙ୍କା ମିଳିବା ଦରକାର ।

ନିର୍ମାତାଙ୍କୁ ଫିଲ୍ମର ବଜେଟ କୁ ଠିକ ଭାବରେ ବାଣ୍ଟିବା ଦରକାର ଯେମିତି କି ସମସ୍ତଙ୍କୁ ଲାଭ ହେବ । କନକ ପାଣ୍ଡେ ଫିଲ୍ମର ଲେଖକଙ୍କ ଉପରେ ମଧ୍ୟ ଆଙ୍ଗୁଠି ଉଠାଇଛନ୍ତି ଏବଂ କହିଛନ୍ତି ଏଠାରେ ଭଲ ଲେଖକ ମାନଙ୍କର ପ୍ରଶଂସା କରାଯାଏ ନାହିଁ । ନିର୍ମାତା ସବୁବେଳେ ଶସ୍ତା ଲେଖକ ଖୋଜିବାରେ ଲାଗିଥାନ୍ତି ।

ଯଦି କୌଣସି ଜଣେ ଭଲ ଲେଖକ ଗୋଟିଏ ଫିଲ୍ମ ପାଇଁ ୨ଲକ୍ଷ ଟଙ୍କା ମାଗେ ଏବଂ ଆଉ ଜଣେ ଲେଖକ ଏହା କହିଥାଏ କି ସେ ୫୦ ହଜାର ରେ କାହାଣୀ ଲେଖିବ ତାହେଲେ ନିର୍ମାତା ୨ଲକ୍ଷ କହୁଥିବା ଲେଖକଙ୍କୁ ଛାଡି ଦେଇଥାନ୍ତି । ବର୍ତ୍ତମାନ ଆପଣ ଭାବନ୍ତୁ ୫୦ହଜାର ଟଙ୍କାରେ କେଉଁ ପରି ଫିଲ୍ମ ଲେଖାଯିବ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।