Amitabh ଥିଲେ ‘ଇକବାଲ ଶ୍ରିବାସ୍ତବ’ ତ Akshay ଥିଲେ ‘ରାଜୀବ ହରିଓମ ଭାଟିୟା’ ଜାଣନ୍ତୁ Bollywood ର ଏହି Top 10 ଆକ୍ଟର ମାନଙ୍କ ଅସଲ ନାମ !

ସମସ୍ତଙ୍କ ଜୀବନରେ ନାଁ ର ଭୂମିକା ବହୁତ ମହତ୍ଵ ରଖିଥାଏ । କାରଣ ନାଁ ଦ୍ଵାରା ବ୍ୟକ୍ତିର ପରିଚୟ ହୋଇଥାଏ । ଯଦି ନାଁ ଛୋଟ ଓ ଶୁଣିବାକୁ ଏବଂ କହିବାକୁ ଭଲ ଲାଗେ ତେବେ ସହଜରେ ଲୋକମାନେ ତାକୁ ମନେ ରଖି ଦିଅନ୍ତି । ଏହି କାରଣ ଅଟେ କି ବଲୀଉଡ ଷ୍ଟାର ଫିଲ୍ମରେ ଆସିବା ପରେ ନିଜର ନାଁ ବଦଳାଇ ଦେଇ ଥିଲେ । ଆଜି ଆମେ ସେହି ଷ୍ଟାରଙ୍କ ବିଷୟରେ କହିବୁ ଯେଉଁମାନେ ନିଜର ଅସଲ ନାଁ ବିଷୟରେ କେହି ବି ଜାଣି ନାହାନ୍ତି ।

କ୍ୟାଟ୍ରିନା କେଫ

କ୍ୟାଟ୍ରିନା କେଫଙ୍କ ଅସଲ ନାଁ Katrina Turquotte ଥିଲା । କିନ୍ତୁ ଫିଲ୍ମରେ ଆସିବା ପୂର୍ବରୁ କ୍ୟାଟ୍ରିନା କେଫ ନିଜର କାଶ୍ମିରୀ ପିତାଙ୍କ ଟାଇଟେଲ କେଫ ଲଗାଇ ଦେଇ ଥିଲେ । ଏହି କାରଣ ଅଟେ କି ତାଙ୍କର ନାଁ ର ଉଚ୍ଚାରଣ ବହୁତ ସହଜ ହୋଇଥାଏ ।

ପ୍ରୀତି ଜିନ୍ଟା

ଅଭିନେତ୍ରୀ ପ୍ରୀତିଙ୍କ ପିଲାଦିନର ପୁରା ନାଁ ପ୍ରୀତମ ସିଂହ ଜିନ୍ଟା ଥିଲା । କିନ୍ତୁ କିଛି ଦିନ ପରେ ସେ ନିଜର ନାଁକୁ ଛୋଟ କରି ପ୍ରୀତି କରି ଦେଇଥିଲେ ।

ସଲମାନ ଖାନ

ବଲୀଉଡର ସୁପରଷ୍ଟାର ସଲମାନ ଖାନଙ୍କ ପୁରା ନାଁ ଅବୁଦଲ ରଶିଦ ସଲିମ ସଲମାନ ଖାନ ଅଟେ । କିନ୍ତୁ ଏତେ ବଡ ନାଁକୁ ଛୋଟ କରି ସେ କେବଳ ସଲମାନ ଖାନ କରି ଦେଇଛନ୍ତି ।

ଅକ୍ଷୟ କୁମାର

ରାଜୀବ ହରୀ ଓମ ଭାଟିୟା ଏହି ନାଁ ଆପଣଙ୍କୁ ଶୁଣିବାକୁ ଅଜବ ଲାଗୁଥିବ । କିନ୍ତୁ ଏହା ଅକ୍ଷୟଙ୍କ ପୁରା ନାଁ ଅଟେ । ବଲୀଉଡରେ ଆସିବା ପରେ ଅକ୍ଷୟ କୁମାର ନିଜର ପର୍ସନାଲିଟୀ ହିସାବରେ ନାଁ ବଦଳାଇ ଦେଇଥିଲେ ।

ରଣବୀର ସିଂହ

ରଣବୀରଙ୍କ ପୁରା ନାଁ ରଣବୀର ସିଂହ ଭବାନୀ ଅଟେ । କିନ୍ତୁ ଫିଲ୍ମରେ ଡେବ୍ୟୁ କରିବା ପୂର୍ବରୁ ରଣବୀର ନିଜ ନାଁରୁ ଭବାନୀ ହଟାଇ ଦେଇ ଥିଲେ ।

ସୈଫ ଅଲୀ ଖାନ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସୈଫ ଅଲୀ ଖାନଙ୍କ ଅସଲ ନାଁ ସାଜିଦ ଅଲି ଖାନ ଅଟେ । କିନ୍ତୁ ପରେ ସେ ସାଜିଦକୁ ହଟାଇ ସୈଫ କରି ଦେଇଥିଲେ ।

ମଲ୍ଲିକା ଶେରାବତ

ମଲ୍ଲିକାଙ୍କ ଅସଲ ନାଁ ରିମା ଲାମ୍ବା ଅଟେ । କିନ୍ତୁ ବଲୀଉଡକୁ ଆସିବା ପୂର୍ବରୁ ମଲ୍ଲିକା ନିଜର ନାଁ ବଦଳାଇ ଦେଇ ଥିଲେ ।

ଶିଲ୍ପା ଶେଟ୍ଟୀ

ଶିଲ୍ପାଙ୍କ ଅସଲ ନାଁ ଅଶ୍ଵିନୀ ଶେଟ୍ଟୀ ଅଟେ । କିନ୍ତୁ ଜ୍ୟୋତିଷୀଙ୍କ କଥା ମାନି ସେ ନିଜର ଭଲ ଭାଗ୍ୟ ପାଇଁ ଅଶ୍ଵିନୀକୁ ବଦଳାଇ ଶିଲ୍ପା କରି ଦେଇଥିଲେ ।

ଅମିତାଭ ବଚ୍ଚନ

ଅମିତାଭ ବଚ୍ଚନଙ୍କ ଅସଲ ନାଁ ‘ଇନ୍କଲାବ ଶ୍ରୀବାସ୍ତବ’ ଅଟେ । କିନ୍ତୁ ଅମିତାଭ ବଚ୍ଚନ ନିଜର ଏହି ନାଁକୁ ବଦଳାଇ ଦେଇ ଥିଲେ ।

ଅଜୟ ଦେବଗନ

ଅଜୟ ଦେବଗନଙ୍କ ଅସଲ ନାଁ ବିଶାଳ ଦେବଗନ ଥିଲା । ଯାହାକୁ ସେ ପରେ ବଦଳାଇ ଦେଇଥିଲେ ।

ରଜନୀକାନ୍ତ

ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଅସଲ ନାଁ ଶିବାଜି ରାୱ ଗାଏକୱାଡ ଅଟେ ।