ଇଣ୍ଡଷ୍ଟ୍ରିକୁ ଛାଡି ନିଜର ବିବାହ ପରେ ବିଦେଶରେ ରହୁଛନ୍ତି ଏହି ଓଡିଆ ଅଭିନେତ୍ରୀମାନେ

ଆଜି ଆମେ ଆପଣଙ୍କୁ ଓଡିଶାର କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ବିବାହ ପରେ ବିଦେଶରେ ରହୁଛନ୍ତି । କହିବାକୁ ଗଲେ ଏମାନେ ନିଜର କ୍ୟାରିୟରରେ ବହୁତ ସଫଳତା ହାସଲ କରିଛନ୍ତି ଓ ନିଜର ଅଭିନୟ ଦ୍ଵାରା ଲକ୍ଷ ଲକ୍ଷ ଓଡିଆଙ୍କ ହୃଦୟରେ ନିଜ ପାଇଁ ଏକ ଖାସ ସ୍ଥାନ ବି କରିଛନ୍ତି । କିନ୍ତୁ ବର୍ତ୍ତମାନ ଏହି ସମସ୍ତେ ଅଭିନେତ୍ରୀମାନେ ଓଡିଆ ଟିଭି ଇଣ୍ଡଷ୍ଟ୍ରିକୁ ଛାଡି ଓ ନିଜ ଦେଶ ଛାଡି ବିବାହ କରି ବିଦେଶରେ ରହୁଛନ୍ତି । ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଈପ୍ସିତା ମହାନ୍ତି

ଓଡିଆ ଧାରାବାହିକ ‘ତୁଲସୀ’ ସିରିୟଲରୁ ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଈପ୍ସିତା ମହାନ୍ତି ନିଜର କ୍ୟାରିୟରର ସବୁଠୁ ଶୀର୍ଷରେ ଥିବା ସମୟରେ ଓଡିଆ ଇଣ୍ଡଷ୍ଟ୍ରିରୁ ଦୂରେଇ ଗଲେ ଓ ବିବାହ ବନ୍ଧନରେ ବାନ୍ଧି ହୋଇଗଲେ । ଆପଣଙ୍କୁ କହିଦେଉଛୁ କି ବିବାହ ପରେ ଈପ୍ସିତା ମହାନ୍ତି ନିଜର ସ୍ଵାମୀ ରୋହିତ ମହାନ୍ତି ଓ ନିଜର ଦୁଇ ସନ୍ତାନଙ୍କ ସହ ଦୁବାଇରେ ରହୁଛନ୍ତି । ତାଙ୍କର ଗୋଟିଏ ପୁଅ ଓ ଝିଅ ଅଛି ।

ସୁନିତା

ଆଲବମ ଓ କିଛି ମେଘା ଧାରାବାହିକରେ କାମ କରିଥିବା ସୁନିତା କିଛି ଦିନ ଓଡିଆ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିବା ପରେ ଶେଷରେ ସେ ବିବାହ କରି ନେଇଛନ୍ତି । ବିବାହ ପରେ ସେ ବର୍ତ୍ତମାନ ନିଜ ସ୍ଵାମୀଙ୍କ ସହ ଏରିଲ୍ୟାଣ୍ଡରେ ରହୁଛନ୍ତି ।

ଜାଜ୍ଞସେନୀ ଜେନା

‘ତୋ ପାଇଁ ମୁଁ’ ସିରିୟଲରେ ଜୟା ଚରିତ୍ରରେ ଅଭିନୟ କରି ଜାଜ୍ଞସେନୀ ଜେନା ଲକ୍ଷ ଲକ୍ଷ ଦର୍ଶକମାନଙ୍କୁ ନିଜର କରି ନେଇ ଥିଲେ । କିନ୍ତୁ ଗତ ବର୍ଷ ସେ ବିବାହ କରି ସିରିୟଲକୁ ଅଧାରେ ଛାଡି ଦେଲେ । ତାଙ୍କର ସ୍ଵାମୀ ସଛିକାନ୍ତ ସ୍ଵାଇଁ ଜଣେ ସଫ୍ଟୱେର ଇଞ୍ଜିନିୟର ଅଟନ୍ତି ଓ ସେ ନିଜର ସ୍ଵାମୀଙ୍କ ସହ ଦୁବାଇରେ ରହୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।