କରୋନା ଭୟ, ଶବକୁ ଛୁଇଁଲେ ନାହିଁ ଘର ଲୋକ, ବାଧ୍ୟ ହୋଇ ପୋଲିସ କଲା ଶବ ସତ୍କାର

କରୋନା ର ଏହି ଘଡିସନ୍ଧି ମୁହୂର୍ତ୍ତରେ ସବୁଠାରୁ ଗଭୀର ପ୍ରଭାବ ପଡିଛି ଆମ ମଣିଷ ପଣିଆ ଉପରେ । କିଛି ସ୍ଥାନରେ ମଣିଷ ପଣିଆ ର ଝଲକ ଦେଖିବାକୁ ମିଲିଥିଲେ ମଧ୍ୟ ଅନେକ ସ୍ଥାନରେ ଏହି ମଣିଷ ପଣିଆ ତଳକୁ ଖସି ଯିବାର ଦୃଶ୍ୟ ମଧ୍ୟ ଆଖି ଆଗକୁ ଆସିଛି । କର୍ଣ୍ଣାଟକର ମଇସୋରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ମାନସିକ ସ୍ତରରେ ଅସୁସ୍ଥ ହୋଇ ବନ୍ୟଜନ୍ତୁ ଆକ୍ରମଣ ହେତୁ ମୃତ୍ୟୁ ବରଣ କରିଥିଲେ । ଏହା ପରେ ପରିବାର ଲୋକଟିର ଶବ ନେବାକୁ ମନା କରିଦେଇଥିଲେ । ତେଣୁ ଏହା ପରେ କର୍ଣ୍ଣାଟକ ପୋଲିସ ବିଭାଗ ଉକ୍ତ ବ୍ୟକ୍ତିଙ୍କୁ ସବସତ୍କାର ଅନୁଯାୟୀ ପୋତି ଦେଇଥିଲା ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକରେ ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ତିନି ଜଣ ପୋଲିସ ଶବଦାହ କରିଥିଲେ । ଯେତେବେଳେ ତାଙ୍କ ପରିବାର ସଦସ୍ୟ ଶବଦାହ କରିବାକୁ ମନା କରିଦେଇଥିଲେ ଏବଂ କରୋନୋ ଜୀବାଣୁ ଭୟ ମଧ୍ୟରେ ପରିବାର ମୃତଦେହ ନେଇ ନଥିଲେ ।

ଚାରି ଦିନ ପୂର୍ବେ ମାଇସୋର ସୀମାବର୍ତ୍ତୀ ଚାମରାଜାନଗର ଜିଲ୍ଲାରେ ଜଣେ 44 ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ସାପ କାମୁଡ଼ି ଦେଇଥିଲା । ଏହି ଅଞ୍ଚଳରେ ପ୍ରାୟତ ବଣୁଆ ଜନ୍ତୁର ଭୟ ଦେଖାଯାଏ । ପୋଷ୍ଟମର୍ଟମ ପରେ ତାଙ୍କ ପରିବାର ଜିଲ୍ଲାର ଏକ ଗାଁରେ ଶବ ନେବାକୁ ମନା କରିଦେଇଥିଲେ ।

ପୋଲିସ ଉକ୍ତ ବ୍ୟକ୍ତିଙ୍କ ପାଇଁ ଏକ କବର ଖୋଳିଥିଲା । ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ମେଡଗୋଡା ଏବଂ ଅନ୍ୟ ଦୁଇଜଣ ପୋଲିସ ନିଶ୍ଚିତ କରିଛନ୍ତି ଯେ ଉକ୍ତ ବ୍ୟକ୍ତିଙ୍କ ମର ଶରୀର ର ଶେଷ କୃତ୍ୟ କରାଯାଇଛି । ସେ ତାଙ୍କୁ ଚାମରାଜାନଗରର ଏକ ଶ୍ମଶାନରେ ଶବସତ୍କାର କରିଥିଲେ । ସେଠାରେ କୌଣସି ଯାଜକ ଉପସ୍ଥିତ ନଥିଲେ । ତଥାପି ଜଣେ ପୋଲିସ ଅଫିସର ଶବ ଟିର ଶେଷ କୃତ୍ୟ ସମ୍ପନ୍ନ କରିଛନ୍ତି ।

ଏହି ଘଟଣା ଏହା ଦେଖାଉଛି କି ଆଜି ମଧ୍ୟ ମଣିଷ ପଣିଆ ବଞ୍ଚିଛି । କେବଳ ମଣିଷ ପଣିଆ ବଞ୍ଚିଛି ବୋଲି ତାହା ନୁହେଁ । ଅନେକ ବ୍ୟକ୍ତି ମାନଙ୍କ ଏହି ମଣିଷ ପଣିଆ ମରି ମଧ୍ୟ ସାରିଲାଣି । ଏହା ମଧ୍ୟ ଦର୍ଶାଇ ଦେଇଛି । ଯେତେବେଳେ ଘର ର ନିଜ ଲୋକ ମାନେ ଶବ କୁ ନେବା ମନା କରି ଦେଇଥିଲେ । ଏହି ପୋଲିସ ଅଫିସର ମୃତ ବ୍ୟକ୍ତିଙ୍କ ଶବ କୁ ସତ୍କାର କରିଛନ୍ତି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।