ଇଏ ହେଉଛନ୍ତି ସୋନୁ ସୁଡଙ୍କର ସୁନ୍ଦର ସ୍ତ୍ରୀ ସୋନାଲୀ, ବିବାହର ଅନେକ ବର୍ଷ ପରେବି ରୁହନ୍ତି ଲାଇମଲାଇଟ ରୁ ଦୂରରେ

‘ଦବଙ୍ଗ’ ଫିଲ୍ମରେ ସଲମାନ ଖାନଙ୍କର ଝାଳ ବାହାର କରିଦେଇ ଥିବା ସୋନୁ ସୁଦ ବଲିଉଡରେ ଅଧିକାଂଶ ଫିଲ୍ମରେ ଖଳନାୟକର ଚରିତ୍ରରେ ଅଭିନୟ କରିଛନ୍ତି କିନ୍ତୁ ବାସ୍ତବ ଜୀବନରେ ସେ ଜଣେ ଭଗବାନଙ୍କ ଦୂତ ଠାରୁ କମ ନୁହଁନ୍ତି । ଗତ କିଛି ଦିନ ହେବ ସୋନୁ ସୁଦ ଲକଡାଉନ ପାଇଁ ଫସି ରହିଥିବା ଶ୍ରମିକମାନଙ୍କୁ ତାଙ୍କର ଘରେ ପହଞ୍ଚାଇବା ପାଇଁ ସାହାଯ୍ୟ କରୁଛନ୍ତି । ସୋନୁ ସେମାନଙ୍କ ପାଇଁ ବସ ଠାରୁ ଆରମ୍ଭ କରି ସେମାନଙ୍କର ଖାଇବା ପିଇବା କଥା ମଧ୍ୟ ବୁଝୁଛନ୍ତି । ଏଥିପାଇଁ ସବୁଆଡେ ତାଙ୍କର ଚର୍ଚା ହେଉଛି ।

ସୋନୁ ସୁଦ ଜଣେ ଲୋକପ୍ରିୟ ଅଭିନେତା ଅଟନ୍ତି କିନ୍ତୁ ତାଙ୍କ ପରିବାର ଲାଇମଲାଇନ ଠାରୁ ବହୁତ ଦୂରରେ ରହନ୍ତି । ଆସନ୍ତୁ ଜାଣିବା ସୋନୁ ସୁଦଙ୍କ ପରିବାର ବିଷୟରେ । ସୋନୁ ପଞ୍ଜାବର ମୋଗାରେ ଜନ୍ମ ହୋଇଥିଲେ । ସେ କେବଳ ହିନ୍ଦୀ ନୁହେଁ ତେଲଗୁ, କନ୍ନଡା ଏବଂ ତାମିଲ ଫିଲ୍ମରେ ମଧ୍ୟ ଅଭିନୟ କରିଥାନ୍ତି । ଏହି ଲୋକପ୍ରିୟ ଅଭିନେତା ସୋନୁ ସୁଦ ଇଲୋକ୍ଟ୍ରୋନିକ୍ସ ଇଞ୍ଜିନିୟର୍ସ କରି ସାରିଛନ୍ତି ।

ସୋନୁ ସୁଦଙ୍କ ସ୍ତ୍ରୀଙ୍କ ନାମ ସୋନାଲୀ ଅଟେ । ସୋନୁ ଏବଂ ସୋନାଲୀ ୧୯୯୬ ମସିହାରେ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି । ସୋନାଲୀଙ୍କ ନାମ ବଲିଉଡ ଜଗତରେ ନାହିଁ, ଏହି କାରଣ ପାଇଁ ସେ ଲାଇମଲାଇଟ ଠାରୁ ଦୂରେଇ ରହିବା ପାଇଁ ପସନ୍ଦ କରିଥାନ୍ତି । ସୋନୁ ଏବଂ ସୋନାଲୀ ସେତବେଳେ ଦେଖା ହୋଇଥିଲା ଯେତବେଳେ ସେମାନେ ଇଞ୍ଜିନିୟରିଙ୍ଗ କରୁଥିଲେ । ସୋନୁ ପଞ୍ଜାବୀ ଏବଂ ସୋନାଲୀ ଦକ୍ଷିଣ ଭାରତୀୟ ଅଟନ୍ତି । ସୋନୁ କହିଛନ୍ତି କି ସୋନାଲୀ ତାଙ୍କ ଜୀବନକୁ ଆସିଥିବା ପ୍ରଥମ ଝିଅ ।

ସୋନୁଙ୍କୁ ପ୍ରଥମେ ଫିଲ୍ମ ଜଗତେରେ ବହୁତ ସଂଘର୍ଷ କରିବା ପାଇଁ ପଡିଥିଲା ଏବଂ ସେହି କଠିନ ସମୟରେ ସୋନାଲୀ ତାଙ୍କ ସହିତ ସବୁବେଳେ ଥିଲେ । ବିବାହ ପରେ ସେମାନେ ମୁମ୍ବାଇ ଚାଲିଯାଇ ଥିଲେ । ଏକ ସାକ୍ଷାତକାରରେ ସୋନୁ ତାଙ୍କ ସ୍ତ୍ରୀ ସୋନାଲୀଙ୍କୁ ପ୍ରଶଂସା କରି କହିଥିଲେ ‘ସୋନାଲୀ ସବୁବେଳେ ସହଯୋଗ କରି ଆସୁଛନ୍ତି । ପ୍ରଥମେ ସେ ଚାହୁଁନଥିଲେ କି ମୁଁ ଅଭିନେତା ହୁଏ କିନ୍ତୁ ବର୍ତ୍ତମାନ ସେ ମୋ ଉପରେ ଗର୍ବ କରୁଛନ୍ତି’ ।

ସୋନୁ ତାଙ୍କ ଫିଲ୍ମ କ୍ୟାରିୟରର ଆରମ୍ଭ ୧୯୯୯ ମସିହାରେ ତାମିଲ ଫିଲ୍ମ ‘କଲ୍ଲାଜହଗର’ ରୁ କରିଥିଲେ । କିନ୍ତୁ ତାଙ୍କୁ ପ୍ରକୃତ ପରିଚୟ ‘ଯୁବା’ ଫିଲ୍ମରୁ ମିଳିଥିଲା । ଏହାପରେ ‘ଏକ ବିବାହ ଏସା ଭି’, ‘ଯୋଦ୍ଧା ଆକବର’, ଶୁଟଆଉଟ ଏଟ ବଡାଲା’, ‘ଦବଙ୍ଗ’, ‘ସିଂମ୍ବା’ ପ୍ରସିଦ୍ଧତା ଦେଇଥିଲା । ପ୍ରବାସୀ ଶ୍ରମିକମାନଙ୍କ ପାଇଁ ସୋନୁଙ୍କୁ ଭଗବାନ ବୋଲି କୁହାଯାଉଛି । ସବୁଆଡେ ତାଙ୍କ କାମର ପ୍ରଶଂସା କରାଯାଉଛି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।