ଆଜିର ରାଶିଫଳ, 13 ଫେବୃୟାରୀ 2022, ରବିବାର, ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ରହିବ ଏହି ୫ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଫେବୃୟାରୀ ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କର ଜୀବନରେ ଶୁଭ ସମୟର ଆଗମନ ହେବାକୁ ଯାଉଛି । କୌଣସି ଦିଗରୁଆ ଆପଣ ବଡ ଖୁସି ଖବର ଶୁଣିବାକୁ ପାଇବେ । ମନରେ ଆଗରହ ସୃଷ୍ଟି ହେବ । କାର୍ଯ୍ୟ କ୍ଷେତ୍ର ରେ ଆପଣ ବ୍ୟସ୍ତତା ଭିତରେ ସମୟ କାଟିବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଆପଣଙ୍କର ଦୂର ହେବ । ଅଟକି ରହିଥିବା ଟଙ୍କା ଫେରି ପାଇବେ । ବେପାର କ୍ଷେତ୍ର ରେ ଟଙ୍କା ନିବେଶ କରିବା ପାଇଁ ମନ ବଳାଇବେ ।

ବୃଷ ରାଶି : ଆପଣଙ୍କର ଆଜି ଦିନ ଟି ଅନୁକୂଳ ରହିବ । ଆୟ ରେ ବୃଦ୍ଧି ହେବ । ଛାତ୍ର ଛାତ୍ରୀ ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଜୀବନରେ କିଛି ନୂଆ କାମ କରିବା ପାଇଁ ପ୍ଳାନ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣ ଦୂର ଜାଗାକୁ ଯାତ୍ରା କରିବେ । ଗୃହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । କାର୍ଯ୍ୟ କ୍ଷେତ୍ର ରେ ଆପଣ ବିଶିଷ୍ଟ ବ୍ୟକ୍ତି ଙ୍କ ସହ କୌଣସି କଥା ଆଲୋଚନା କରିବେ ।

ମିଥୁନ ରାଶି : ଆଜି ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ । ଚାକିରି କ୍ଷେତ୍ର ରେ ପ୍ରମୋଶନ ମିଳିବାର ଯୋଗ ରହିଛି । କୌଣସି କ୍ଷେତରୁ ଅଚାନକ ଧନ ଲାଭ ହେବ । ଆପଣଙ୍କର ଶୁଭ ସମୟ ଆସି ଯାଇଛି ଯାହା ଦ୍ଵାରା ଆପଣ ପ୍ରତେକ ଟି କ୍ଷେତ୍ର ରେ ସଫଳ ହେବେ । ପୁରୁଣା ଜିନିଷ ଆପଣ ପାଇଁ ଖୁସି ଅନୁଭବ କରିବେ । ମନରେ ସାକାରାତ୍ମକ ଊର୍ଜା ସୃଷ୍ଟି ହେବ । ସନ୍ତାନ ମାନଙ୍କ ତରଫରୁ ଶୁଭ ସମାଚାର ଶୁଣିବାକୁ ପାଇବେ । ସ୍ୱାସ୍ଥ୍ୟ ଭଲ ରହିବ ।

କର୍କଟ ରାଶି : ଆଜି ଆପଣ ଅସହାୟ ବ୍ୟକ୍ତି ଙ୍କୁ ସାହାଜ୍ୟ କରିବା ପାଇଁ ଆର୍ଥିକ ଅନୁଦାନ ଦେବେ । କୌଣସି ଦିଗରୁ ଅଚାନକ ଧନ ପ୍ରାପ୍ତ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଟଙ୍କା ନିବେଶ କରିବେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ଆଗରେ ରହିବେ । ସମାଜରେ ମାନ ସମାନ ବୃଦ୍ଧି ପାଇବ । ଯାହା ଦ୍ଵାରା ଅନ୍ୟ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

ସିଂହ ରାଶି : ଆପଣଙ୍କର କାର୍ଯ୍ୟ କ୍ଷେତ୍ର ରେ ବଡ ସଫଳତା ଦେଖିବାକୁ ପାଇବେ । ସମାଜରେ ଖ୍ଯାତି ଓ ଯଶ ପ୍ରତିଷ୍ଠା ହେବ । ଯାହା ଦ୍ଵାରା ଅନ୍ୟ ଆମନେ ଆପଣଙ୍କର ଅନୁସରଣ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ନିବିଡ ର୍ତାହିବ । ଆପଣ ବ୍ୟବସାୟ କ୍ଷେତ୍ର କୁ ନେଇ କୌଣସି ସ୍ଥାନ କୁ ଯାତ୍ରା କରିବେ । କୋର୍ଟ କଚେରୀ ମାମଲା ରେ ଆପଣ ସଫଳ ହେବେ । ମନରେ ଆଗ୍ରହ ସୃଷ୍ଟି ହେବ ।

କନ୍ୟା ରାଶି : ଆଜି ଆପଣଙ୍କର ପୁରୁଣା ମିତ୍ର ମାନଙ୍କ ସହ ଭେଟା ହେବାର ସମ୍ଭାବନା ରହିଛି । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ସନ୍ତାନ ମାନଙ୍କର ଶିକ୍ଷା କ୍ଷେତ୍ର ରେ ବିକାଶ ହେବ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ସମୟ ଭଲ ରହିବ । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବାର ସୁଯୋଗ ପାଇବେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ ।

ତୁଳା ରାଶି : ଆଜି ଆପଣଙ୍କୁ କୌଣସି ଦିଗରୁ ଶୁଭ ସମାଚାର ଶୁଣିବାର ଅବସର ମିଳିବ । ଅଟକି ରହିଥିବା ଟଙ୍କା ଫେରସ୍ତ ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । କୌଣସି ଖାସ ବ୍ୟକ୍ତି ଙ୍କ ସହ ଭେଟ ହୋଇପାରେ । ଯାହା ଦ୍ଵାରା ଆପଣ ବେପାର ବାଣିଜ୍ୟ କ୍ଷେତ୍ର କୁ ନେଇ ନୂଆ ଯୋଜନା କରିବେ । ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ଆୟ ଅପେକ୍ଷା ଆପଣଙ୍କର ବ୍ୟୟ ଅଧିକ ହୋଇପାରେ । ତେଣୁ ସତର୍କ ରୁହନ୍ତୁ ।

ବିଛା ରାଶି : ଆପଣଙ୍କୁ ମିତ୍ର ତଥା ପରିଜନ ମାନଙ୍କର ସହଯୋଗ ପ୍ରାପ୍ତ ହେବ । ପରିବାର ଲୋକଙ୍କ ସହ ଆପଣ ଦୂର ଜାଗାକୁ ବୁଲିବା ପାଇଁ ଯିବେ । ମାନସିକ ଚିନ୍ତା ରୁ ମୁକ୍ତି ପାଇବେ । ସମାଜରେ ଖ୍ଯାତି ଓ ଯଶ ବୃଦ୍ଧି ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ । ଅଟକି ରହିଥିବା କାମ ପୁରା ହେବ । ନୂଆ କାମ ଆରମ୍ଭ କରିବା ପାଇଁ ଅବସର ପାଇବେ । ଜୀବନ ସାଥି ଙ୍କ ସହ କୌଣସି କଥାକୁ ନେଇ ଆଲୋଚନା କରିବେ ।

ଧନୁ ରାଶି : ଆଜି ଆପଣଙ୍କର ଜୀବନରେ ଧନ ଆଗମନର ଯୋଗ ରହିଛି । କୌଣସି ବ୍ୟକ୍ତି ଙ୍କ ସହ ଆପଣଙ୍କର ମିତ୍ରତା ସ୍ଥାପନ ହେବ । ପରିବାରରେ ନୂଆ ଦାୟିତ୍ଵ ମିଳିପାରେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ କୌଣସି ବିଷୟରେ ଗମ୍ଭୀର ଭାବେ ଆଲୋଚନା କରି ବ୍ୟସ୍ତତାରେ ରହିବେ । ରାଜନୀତି କ୍ଷେତ୍ର ରେ ଥିବା ବ୍ୟକ୍ତି ମାନଙ୍କ ପାଇଁ ସମୟ ଭଲ ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହେବ । ପ୍ରେମ ଜୀବନରେ ଆପଣଙ୍କର ସମୟ ଭଲ ବ୍ଯତୀତ ହେବ ।

ମକର ରାଶି : ଆଜି ଆପଣଙ୍କ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । କୌଣସି ଦୂର ଜାଗାକୁ ବୁଲିବା ପାଇଁ ପ୍ଳାନ କରିବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇପାରେ । ମହିଳା ମାନେ ଧାର୍ମିକ କାର୍ଯ୍ୟ ରେ ବ୍ୟସ୍ତ ରହିବେ । ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । ସନ୍ତାନ ମାନେ ଶିକ୍ଷା କ୍ଷେତ୍ର ରେ ପ୍ରଗତି କରିବେ । ଅଟକି ରହିଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଆପଣଙ୍କର ଧନ ଆଗମନ ହୋଇପାରେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କର ପ୍ରେମ ଜୀବନ ସାନଦାର ରହିବ । ଆପଣ ମନ କଥା ସାଥି ଙ୍କୁ କହିବାର ସୁଯୋଗ ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ଟଙ୍କା ନିବେଶ କରିବେ । ଗହରେ ଶୁଭ କାର୍ଯ୍ୟ ଆରମ୍ଭ ହୋଇପାରେ । ଛାତ୍ର ଛାତ୍ରୀ ମାନେ ପାଠ ପଢା ରେ ମନ ଦେବେ । କୌଣସି କାମ ଆରମ୍ଭ କରିବା ପୂର୍ବରୁ ବଡ ମାନଙ୍କ ଉପଦେଶ ନିଅନ୍ତୁ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ଅବସର ପ୍ରାପ୍ତ ହେବ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର ଚାକିରି କ୍ଷେତ୍ର ରେ ବେତନରେ ବୃଦ୍ଧି ହୋଇପାରେ । ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ଅଚାନକ ଧନ ଲାଭ ହେବ । ଧନ କମାଇବାର ନୂଆ ମାର୍ଗ ମିଳିପାରେ । ମହିଳା ମାନେ ନୂଆ ଉଆପହର କ୍ରୟ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ସମୟ ଭଲ ରହିବ । ସେୟାର ବଜାରେ ଆପଣ ଟଙ୍କା ନିବେଶ କରିବା ପାଇଁ ଚିନ୍ତା କରିବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।