ସୋସିଆଲ ମିଡିଆରେ ଛାଇଲା ଧୋନୀଙ୍କ ଲାଡଲୀ ଝିଅର ଭିଡିଓ, କ୍ୟୁଟନେସ ରେ ଫିଦା ହେଲେ ଫ୍ୟାନ୍ସ, କହିଲେ କିଛି ଏମିତି

ଭାରତୀୟ କ୍ରିକେଟ ଟିମ ର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ତାଙ୍କ କ୍ୟାରିୟରକୁ ନେଇ ଚର୍ଚ୍ଚିତ । ମହେନ୍ଦ୍ର ସିଂ ଧୋନୀଙ୍କ ଫ୍ୟାନମାନଙ୍କ ମନରେ ଗୋଟିଏ ପ୍ରଶ୍ନ ? କେବେ ମହେନ୍ଦ୍ର ସିଂ ଧୋନୀ ଟୀମକୁ ଫେରିବେ ? କେବେ ପୁଣି ଥରେ ତାଙ୍କୁ ୱିକେଟ ପଛରେ ଦେଖିବାକୁ ମିଳିବ ? ଏହି ବିଷୟରେ କେହି ମଧ୍ୟ କହିପାରୁ ନାହାଁନ୍ତି । ଏହା ମଧ୍ୟରେ ତାଙ୍କ ଝିଅର ଏକ ଭିଡିଓ ଭାଇରାଲ ହୋଇଛି ।

ସୋସିଆଲ ମିଡିଆରେ କେବେଳ ମହେନ୍ଦ୍ର ସିଂ ଧୋନୀ ହୀରୋ ନୁହନ୍ତି ବରଂ ତାଙ୍କ ଝିଅର ପ୍ରଶଂସକମାନଙ୍କର ବି ଅଭାବ ନାହିଁ । ତାଙ୍କ ଝିଅ ୟାନି ଜୀବାଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସ ମୋହିତ ହୋଇଯାନ୍ତି । ବର୍ତ୍ତମାନ ଜୀବାଙ୍କର ଏକ ଭିଡିଓ ବହୁତ ଭାଇରାଲ ହେଉଛି ଯେଉଁଥିରେ ଜୀବା ବହୁତ କ୍ୟୁଟ ଦେଖାଯାଉଛନ୍ତି ।

ଗୀତାର ବଜାଉଥିବାର ନଜର ଆସିଲେ ଜୀବା

 

View this post on Instagram

 

Snow brings the best out of her @ziva_singh_dhoni

A post shared by M S Dhoni (@mahi7781) on


ମହେନ୍ଦ୍ର ସିଂ ଧୋନୀଙ୍କ ଲାଡଲୀ ଝିଅ ଜୀବାର ଗୀତାର ବଜାଉଥିବାର ଭିଡିଓ ଭାଇରାଲ ହୋଇଛି । ସେ ଗୀତାର ବଜାଇବା ସହ ଗୀତ ଗାଉଥିବାର ମଧ୍ୟ ନଜର ଆସୁଛନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଜୀବାଙ୍କୁ ମଧ୍ୟ ଏହି ସବୁ କାମରେ ରୁଚି ରହିଛି । ଜୀବା ପାଠ ପଢିବା ସହ ଏହି କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ସୋସିଆଲ ମିଡିଆରେ ତାଙ୍କର ବହୁତ ସାରା ଭିଡିଓ ଭାଇରାଲ ହୋଇଥାଏ ।

ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଜୀବା

ଏହା ପ୍ରଥମ ଥର ନୁହେଁ । ଏହା ପୂର୍ବରୁ ମଧ୍ୟ ଜୀବାଙ୍କ ବହୁତ ସାରା ଭିଡିଓ ଓ ଫଟୋ ଭାଇରାଲ ହୋଇସାରିଛି ଯାହାକୁ ଦେଖିବାପାଇଁ ତାଙ୍କ ଫ୍ୟାନ୍ସ ଅପେକ୍ଷା କରନ୍ତି । କେତେବେଳେ ସେ ତାଙ୍କ ବାପାଙ୍କ ସହ କ୍ରିକେଟ ପଡିଆରେ ଦେଖାଯାନ୍ତି ତ ଆଉ କେତେବେଳେ ତାଙ୍କୁ ମିସ କରୁଥିବାର ଦେଖାଯାନ୍ତି । ତାଙ୍କ କ୍ୟୁଟନେସ ସମସ୍ତଙ୍କ ମନକୁ ଜିତି ନେଇଥାଏ ।

କ୍ରିକେଟରୁ ଦୂରେଇ ଯାଇଛନ୍ତି ମହେନ୍ଦ୍ର ସିଂ ଧୋନୀ ?

ୱାର୍ଲ୍ଡ କପ ପରେ ଧୋନୀ ଗୋଟିଏ ପରେ ଗୋଟିଏ ସିରିଜରୁ ନିଜର ନାମ ଫେରାଇ ନେଉଛନ୍ତି, ଯାହାଦ୍ଵାରା ଜଣାପଡୁଛି କି ସେ ସନ୍ୟାସ ନେବାର ନିଷ୍ପତି ନେଇଛନ୍ତି । କିନ୍ତୁ ଟି -20 ୱାର୍ଲ୍ଡ କପରେ ଟିମ ଇଣ୍ଡିଆ କୁ ତାଙ୍କର ଆବଶ୍ୟକତା ରହିଛି । ସେଥିପାଇଁ ସେ କିଛି ଘୋଷଣା କରୁ ନାହାନ୍ତି । ଧୋନୀଙ୍କ ଫ୍ୟାନ୍ସ ପୁଣି ଥରେ ଧୋନୀଙ୍କୁ କ୍ରିକେଟ ରେ ଦେଖିବାକୁ ଚାହୁଁଛନ୍ତି, ଯାହା ଦ୍ଵାରା ସେ ନିଜ ଖେଳ ମାଧ୍ୟମରେ ଦର୍ଶକମାନଙ୍କର ମନୋରଞ୍ଜନ କରି ପାରିବେ ।