ଏହି ରାଜ୍ୟର ସରକାରୀ ସ୍କୁଲରେ ଅଛନ୍ତି ୩ ଲକ୍ଷରୁ ବି ଅଧିକ ଫରଜି ବିଦ୍ୟାର୍ଥୀ, ସିଏମ ଦେଲେ ପଦକ୍ଷେପ ନେବାର ନିର୍ଦେଶ

ବର୍ତ୍ତମାନର ଦୁନିଆରେ ଏମିତି ବହୁତ କିଛି ଘଟଣା ଘଟୁଛି ଯାହା ସବୁ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସବୁ ଘଟଣା ବିଷୟରେ ଆପଣ ଜାଣିଲେ ଏହାକୁ ବିଶ୍ଵାସ କରିବେ ନାହିଁ । ଏହି ପରି ଏକ ଘଟଣା ଘଟିଛି ଆସାମରେ । ଆସାମର ସରକାର, ସରକାରୀ ସ୍କୁଲରେ ଥିବା ତିନି ଲକ୍ଷରୁ ଅଧିକ ଫରଜି ବିଦ୍ୟାର୍ଥୀଙ୍କୁ ଚିହ୍ନଟ କରିଛନ୍ତି । ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋବାଲ ସୋମବାର ଦିନ ସମସ୍ତ ପ୍ରାଥମିକ, ସେକେଣ୍ଡାରୀ ଓ ଶିକ୍ଷା ବିଭାଗରେ ଆସୁଥିବା ସମଗ୍ର ଶିକ୍ଷା ଅଭିଯାନକୁ ସମୀକ୍ଷା କରିଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ଆସାମରେ ଥିବା ସରକାରୀ ସ୍କୁଲରେ ତିନି ଲକ୍ଷରୁ ଅଧିକ ଫରଜି ବିଦ୍ୟାର୍ଥୀ ପଢୁଛନ୍ତି, ସେଥିପାଇଁ ଆସାମର ସରକାର ସର୍ବାନନ୍ଦ ସୋନୋବାଲ ଏହା ଉପରେ କାର୍ଯ୍ଯାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି । ଏକ ବୈଠକରେ ଏହି କଥା ସାମ୍ନାକୁ ଆସିଛି କି ୨୦୧୮-୧୯ର ଏକାଡେମିକା ସୂତ୍ରରେ କକ୍ଷା ୧ରୁ କକ୍ଷା ୧୨ ପର୍ଯ୍ୟନ୍ତ ସବୁ ସରକାରୀ ଓ ପ୍ରାଦେଶିକ ସ୍କୁଲରେ ବିଦ୍ୟାର୍ଥୀ ସଂଖ୍ୟା ୪୬,୬୯,୯୭୦ ଅଛି । ଯାହାକି ୨୦୧୬-୧୭ରେ ଏହାର ସଂଖ୍ୟା ୪୯,୮୨,୧୮୦ ଥିଲା । ଅଧିକାରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି କି ୩ ଲକ୍ଷ ୧୨ ହଜାର ଠୁ ଅଧିକ ଫରଜି ବିଦ୍ୟାର୍ଥୀଙ୍କର ଚିହ୍ନଟ କରାଯାଇଛି ।

ଯେଉଁମାନଙ୍କୁ ପୂର୍ବ ସରକାରଙ୍କ ଦ୍ଵାରା ପଞ୍ଜୀକୃତ କରଯାଇଥିଲା । ଏଥିରେ କୁହାଯାଇଛି କି ପୂର୍ବ ସରକାର ବିଦ୍ୟାର୍ଥୀମାନଙ୍କୁ ଫରଜିରେ ସ୍କୁଲରେ ନାମ ଲେଖାଇଥିଲେ, ଯାହା ଦ୍ଵାରା ଅଧିକ ବିଦ୍ୟାର୍ଥୀ ଯୋଗୁ ପାଠ୍ୟ ପୁସ୍ତକ ଓ ମଧ୍ୟାନ ଭୋଜନ ନାମରେ ଜନତାଙ୍କଠୁ ଟଙ୍କା ନେଇପାରିବେ ।

ତେଣୁ ଆସାମର ମୁଖ୍ୟ ମନ୍ତ୍ରୀ ସର୍ବାନଦ ସୋନୋବାଲ ଏହି ଫରଜି ବିଦ୍ୟାର୍ଥୀଙ୍କ ପାଇଁ କଡା କାର୍ଯ୍ଯାନୁଷ୍ଠାନ ନେବା ପାଇଁ ନିର୍ଦେଶ ଦେଇଛନ୍ତି । ସେ କହିଛନ୍ତି କି ଏହି ମାମଲାରେ ଯିଏ ଦୋଷୀ ଥିବ ତାକୁ କଠୋର ଦଣ୍ଡ ଦିଆଯିବ । ରାଜ୍ୟ ସରକାର କହିଛନ୍ତି କି ଏହା ସରକାରଙ୍କର ଉଲେଖେନୀୟ ପଦକ୍ଷେପ ଅଟେ, ଯାହାଫଳରେ ଏତେ ବଡ ସ୍ତରର ମାନବ ସଂଶାଧନ ନଷ୍ଟ ହେବାରୁ ବଞ୍ଚିଗଲା ।