ଆଜିର ରାଶିଫଳ, ୧୦ ଜାନୁୟାରୀ ୨୦୨୦, ଶୁକ୍ରବାର, ମହାଦେବ ଙ୍କ କୃପାରୁ ଏହି ୫ଟି ରାଶିର ସବୁ କାର୍ଯ୍ୟ ସଫଳ ହେବ

ଆଜି ଶୁକ୍ରବାର ୧୦ ଜାନୁୟାରୀର ଦିନ ଆପଣଙ୍କ ପାଇଁ କେମିତି ରହିବ ? ଆଜିର ଦିନରେ ଆପଣଙ୍କ ଜୀବନରେ କେଉଁ ସବୁ ସମସ୍ୟା ଆସିବ ଓ ସେହି ସମସ୍ତ ସମସ୍ୟା ବିଷୟରେ ଆଗରୁ ଜାଣିବା ପାଇଁ ଆମର ଏହି ରାଶିଫଳକୁ ପଢନ୍ତୁ । କାରଣ ରାଶିଫଳ ମାଧ୍ୟମରେ ହିଁ ଆପଣ ନିଜ ଆସନ୍ତା ସମୟ ବିଷୟରେ ଜାଣି ପାରିବେ ଓ ସେଥିରୁ ସତର୍କ ବି ହୋଇ ପାରିବେ । ରାଶି ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ଵ ରଖିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ସହ ଜଡିତ ବହୁତ ସୂଚନା ପ୍ରାପ୍ତ କରାଯାଇ ପାରିବ । ଗ୍ରଗ୍ରହ ଗୋଚର ଓ ନକ୍ଷତ୍ର ମାନଙ୍କର ଗତିବିଧିକୁ ଆଧାର କରି ରାଶିପହଲ ର ନିର୍ମାଣ କରାଯାଇଥାଏ । ସବୁଦିନ ଗ୍ରହସ୍ଥିତି ଆମ ଭବିଷ୍ୟତକୁ ପ୍ରଭାବିତ କରିଥାଏ । ଆମର ଏହି ରାଶିଫଳରେ ଆପଣଙ୍କୁ ବ୍ୟାପାର, ଚାକିରୀ, ସ୍ୱାସ୍ଥ୍ୟ, ଶିକ୍ଷା, ବାବିଆହିକ ବା ପ୍ରେମ ଜୀବନ ସହ ଜଡିତ ସମସ୍ତ ତଥ୍ୟ ମିଳିପାରିବ ।

୧-ମେଷ

ଆଜି ଛୋଟ ମୋଟ ଅସୁବିଧାର ସାମ୍ନା କରିବାକୁ ପଡିପାରେ । କିନ୍ତୁ ଆସନ୍ତା ସମୟ ଆପଣଙ୍କ ପାଇଁ ଭଲ ପ୍ରମାଣିତ ହେବ । ଅଚାନକ ଯାତ୍ରା କାରଣରୁ ଆପଣ ଚିନ୍ତିତ ହୋଇ ପାରନ୍ତି । କାହା ସହିତ ବିବାଦ କରନ୍ତୁ ନାହିଁ । ସାବଧାନ ରୁହନ୍ତୁ । ସଫଳତାର ରାସ୍ତା ଖୋଲା ଅଛି, କେବଳ ଆପଣଙ୍କୁ ସେହି ରାସ୍ତାକୁ ବାଛି ସେହି ରାସ୍ତାରେ ଯିବାର ଅଛି । ନୂଆ ସମ୍ବନ୍ଧରେ ଲାଭ ହେବ । ଆଜି ଆପଣ ଖୁସିରେ ରହିବାକୁ ଚେଷ୍ଟା କରନ୍ତୁ ।

୨-ବୃଷ

ଆଜି ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ନୂଆ ଯୋଜନା ପ୍ରତି ଆପଣ ଆକର୍ଷକ ହେବେ ଓ ଭଲ ଆମଦାନୀ ବି ହେବ । ଯାତ୍ରା ଦ୍ଵାରା ତୁରନ୍ତ ଲାଭ ତ ହେବ ନାହିଁ, କିନ୍ତୁ ଏହା ଦ୍ଵାରା ଭବିଷ୍ୟତ ଭଲ ହୋଇଯିବ । ଶାରୀରିକ ଓ ମାନସିକ ରୂପରେ ଆପଣ ନିଜକୁ ସତେଜ ଅନୁଭବ କରିବେ । ଭାବନାର ପ୍ରବାହରେ ଅଧିକ ପ୍ରବାହିତ ହୋଇ ଯାଆନ୍ତୁ ନାହିଁ । ବ୍ୟାପାରରେ ଭାଗୀଦାରୀ ଦ୍ଵାରା ଲାଭ ହେବ ।

୩-ମିଥୁନ

ଆଜି ଆପଣଙ୍କର ଆଖପାଖରେ ଥିବା କିଛି ଲୋକମାନେ ଆପଣଙ୍କୁ ଚିନ୍ତା ମୁକ୍ତି କରିବାରେ ସାହାର୍ଯ୍ୟ କରି ପାରନ୍ତି । ଅଳ୍ପ ସଂଯମତା ରଖନ୍ତୁ । ଆଜିର ଦିନ ଆପଣ ପାଇଁ ଭଲ ରହିବ । ଘର ଲୋକମାନଙ୍କ ସହିତ ମିଶି କିଛି ଅଲଗା ଓ ରୋମାଞ୍ଚକ ପୂର୍ଣ କାମ କରି ପାରନ୍ତି । ଆଜିର ଦିନ ବହୁତ ସୁଖମୟ ବ୍ୟତିତ ହେବ । ଦାମ୍ପତ୍ୟ ଜୀବନରେ ସୁଖ ଓ ସନ୍ତୋଷର ଭାବନା ଅନୁଭବ କରିବେ । ମାନ ସମ୍ମାନ ବୁଦ୍ଧି ହେବ ।

୪-କର୍କଟ

ଆଜିର ଦିନ ଆପଣଙ୍କ ପାଇଁ ବହୁତ ଶୁଭ ଅଟେ । କାର୍ଯ୍ୟ କ୍ଷେତ୍ରରେ ଆଜିର ଦିନ ଆପଣଙ୍କ ପାଇଁ ଭଲ ଅଟେ । ଏହାର ଭରପୁର ଲାଭ ବି ଆପଣ ଉଠାଇବେ । ଆପଣ ଟଙ୍କା ଆୟ କରିବାରେ ବି ସଫଳ ହେବେ । ସଂଯମତା ରଖି କାର୍ଯ୍ୟ କରନ୍ତୁ । ସରକାରଙ୍କ ତରଫରୁ ଲାଭ ମିଳିବାର ସମ୍ଭାବନା ଅଛି । ଆପଣ ପୁରୁଣା ରୋଗରୁ ମୁକ୍ତି ପାଇବେ । ଆଜି ଯାତ୍ରାର କାର୍ଯ୍ୟକ୍ରମ ବି ହୋଇପାରେ । କୌଣସି ପଡୋଶୀ କିମ୍ବା ସମ୍ପର୍କୀୟ ଦ୍ଵାରା ବୈବାହିକ ଜୀବନରେ ଅସୁବିଧା ଆସିପାରେ ।

୫-ସିଂହ

ଆଜି ଆପଣଙ୍କର କାର୍ଯ୍ୟ ବିଳମ୍ବରେ ପୂର୍ଣ ହେବ । ପରିଶ୍ରମ ତ ଅଧିକ କରିବେ ପରନ୍ତୁ ଫଳ କମ ମିଳିବ । ପରିବାରରେ ଆୟୋଜନରେ ଆଗକୁ ଆସି ଅଂସ ଗ୍ରହଣ କରନ୍ତୁ । ଜୀବନସାଥୀଙ୍କ ସହ ଭୁଲ ବୁଝାମଣାରେ ବିବାଦ ସମ୍ଭବ ଅଟେ । ସମାଜରେ ଅଗ୍ରୀମ ସ୍ଥାନ ପ୍ରାପ୍ତ କରି ପାରିବେ । ସାମାଜିକ କାର୍ଯ୍ୟରେ ଭାଗ ନେବେ । ଗୁରୁଜନ ଓ ବନ୍ଧୁମାନଙ୍କର ସହଯୋଗ ମିଳିବ । ମନ୍ତ୍ରୀମଣ୍ଡଲରେ ନୂଆ ମିତ୍ର ହେବେ ।

୬-କନ୍ୟା

ଆଜି ଟଙ୍କା କିମ୍ବା କୌଣସି ବସ୍ତୁ ଆପଣଙ୍କୁ ମିଳିପାରେ । ଧାର୍ମିକ କାର୍ଯ୍ୟ ଏବଂ ଯାତ୍ରା ପାଇଁ ସମୟ ଅନୁକୂଳ ଅଟେ । ମାନସିକ ରୂପରେ ବି ଆପଣ ସତେଜ ରହିବେ ଓ ମୁଣ୍ଡରେ ନୂଆ ନୂଆ ବିଚାର ଆସିବ । ଆପଣ ନିଜର ବି ବ୍ୟବସାୟ ଆରମ୍ଭ କରି ପାରିବେ । ଧନର ଲାଭ ହେବ । ସାମାଜିକ ଦାୟିତ୍ଵର ନିର୍ବାହ କରିବାକୁ ପଡିପାରେ । ମିତ୍ର ଓ ଅଧିକାରୀମାନଙ୍କର ସହଯୋଗ ପ୍ରାପ୍ତ ହେବ । ବାଣୀ ଉପାଏ ସଂଯମତା ରଖନ୍ତୁ ।

୭-ତୁଳା

ଆଜି ଭୌତିକ ସୁଖରେ ବୁଦ୍ଧି ହେବ । କାରୋବାରରେ ଲାଭ ହେବ । ମିତ୍ରମାନଙ୍କର ସହଯୋଗ ମିଳିବ । ପାର୍ଟନରଶିପରେ ଲାଭ ହେବ । ସ୍ୱାସ୍ଥ୍ୟ ପ୍ରତି ସମ୍ଭାଳି କରି ଚାଳନ୍ତୁ । ଆଇନ ମାମଲାରେ ଆଜି ଦେଖି ଶୁଣି ରୁହନ୍ତୁ । କିଛି ଜରୁରୀ କାମ ପୁରା ହେବା ଦ୍ଵାରା ମୁଡ ଭଲ ରହିବ । ନିଜର ବ୍ୟାପାରକୁ ଆଗକୁ ବଢାଇ ପାରିବେ । ଧୀରେ ଧୀରେ ସମୟ ସହିତ ସମସ୍ତ ସ୍ଥିତିରେ ସୁଧାର ଆସିଯିବ । ବିଦେଶୀ ବ୍ୟାପାରରେ ଲାଭ ମିଳିବ ।

୮-ବିଚ୍ଛା

ଆଜି ଆପଣ କ୍ୟାରିୟରରେ ବିଶେଷ ଧ୍ୟାନ ଦେବେ । ଶେୟାର ମାର୍କେଟ ଉପରେ ଆପଣ ନିରାଶ ହୋଇପାରନ୍ତି । ସାମାଜିକ କାର୍ଯ୍ୟ କରିବା ଦ୍ଵାରା ମନ ପ୍ରସନ୍ନ ରହିବ । ବ୍ୟାପାରରେ ନୂଆଁ ବନ୍ଧୁ ହେବେ । ଚିନ୍ତା ରହିବ । ନିଜ ପରିବାର ସହିତ ଖରାପ ବ୍ୟବହାର କରି ପାରନ୍ତି । ରୋମାନ୍ସ ପାଇଁ ଭଲ ସମୟ ନୁହେଁ । ବୈବାହିକ ଜୀବନରେ ଅସ୍ତ ବ୍ୟସ୍ତ ଦେଖା ଯାଇ ପାରେ । କାରୋବାର ପାଇଁ କୌଣସି ଦୂର ଜାଗାକୁ ଯାଇ ପାରନ୍ତି ।

୯-ଧନୁ

ଆଜି କିଛି ଜରୁରୀ ଯୋଜନା ଉପରେ ଆପଣ କାର୍ଯ୍ୟ କରିବେ ଓ ଆର୍ଥିକ ଲାଭ ବି କରିବେ । କାର୍ଯ୍ୟସ୍ଥଳରେ ଆପଣଙ୍କର ମହତ୍ଵ ବଢିବ । ଆବାସ ନିବାସର ସମସ୍ୟା ସମଧାନ ହେବ । ବିଦେଶରେ ଅଧ୍ୟୟନ କରିବାର ଯୋଗ ଅଛି । ଲୋନ ସମ୍ବନ୍ଧିତ ମାମଲା ସମାଧାନ ହୋଇଯିବ । ମୋଟାପା ଦ୍ଵାରା ଆପଣ ବହୁତ ଚିନ୍ତିତ ହୋଇ ପାରନ୍ତି । ବିନା କାରଣରେ ଚିନ୍ତା କରନ୍ତୁ ନାହିଁ । ଆପଣଙ୍କୁ ନିଜ ଜୀବନସାଥି ସହ କିଛି ସମୟ ବିତାଇବାକୁ ଚାନ୍ସ ମିଳିବ ।

୧୦-ମକର

ଆଜି ଆପଣ ଚାକିରି ଓ ବ୍ୟବସାୟ କାର୍ଯ୍ୟରେ ପରିଶ୍ରମ କରିବା ଦ୍ଵାରା ସଫଳତା ପ୍ରାପ୍ତ କରିବେ । ଆଜି କାର୍ଯ୍ୟ କ୍ଷେତ୍ରରେ ପ୍ରତିକୂଲ ପରିସ୍ଥିତି ରହିବ । ପରିଶ୍ରମ ଅଧିକ କରିବେ । ସ୍ୱାସ୍ଥ୍ୟରେ କିଛି ଅବନ୍ନତି ହୋଇପାରେ । ଶିକ୍ଷାରେ ପ୍ରଗତି ହେବେ । ମାଙ୍କ ସାନିଧ୍ୟ ଏବଂ ସହଯୋଗ ମିଳିବ । ସ୍ଵାଭାବରେ ଚିଡ଼ଚିଡ଼ାପନ ରହି ପାରେ । ଫାଲତୁ କାମରେ ସମୟ ନଷ୍ଟ କରନ୍ତୁ ନାହିଁ ।

୧୦-କୁମ୍ଭ

ଆଜିର ଦିନ ସମସ୍ତଙ୍କ ପାଇଁ ଆର୍ଥିକ ରୂପରେ ଭଲ ଅଛି । ଖାସକରି ବ୍ୟାପାରୀ ଲୋକମାନଙ୍କ ପାଇଁ । ନିଜ ଲକ୍ଷରୁ ହଟନ୍ତୁ ନାହିଁ । ପରିବାରର କୌଣସି ବ୍ୟକ୍ତିକୁ ଆଜି କୌଣସି ପ୍ରକାରର ସମସ୍ୟା ହୋଇପାରେ । କଥାବାର୍ତ୍ତାରେ ସଂଯମତା ରଖନ୍ତୁ । ବିବାଦ ଠାରୁ ଦୂରେଇ ରୁହନ୍ତୁ । ଖୁସିର ଅପେକ୍ଷା କରନ୍ତୁ । ଅଳ୍ପ ଅଳ୍ପ କଥାରେ ଚିନ୍ତିତ ହଅନ୍ତୁ ନାହିଁ ।

୧୨-ମୀନ

ଆଜି ଚାକିରି ତଥା ବ୍ୟବସାୟରେ ପରିଶ୍ରମ ଦ୍ଵାରା ଲାଭର ଯୋଗ ଅଛି । ଆଜି ଆପଣ ଅଳ୍ପ ଚିନ୍ତାରେ ରହିବେ । ସବୁ କଥାରେ ସଂଯମତା ରଖନ୍ତୁ । ଆପଣ ନିଜର ଭବିଷ୍ୟ ବିଷୟରେ ସକାରାତ୍ମକ ହୋଇ ନିର୍ଣୟ ନିଅନ୍ତୁ । ପରିବାରରେ ସହଯୋଗ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ଶତ୍ରୁ ପକ୍ଷ ମଜବୁତ ରହିବେ । ସ୍ୱାସ୍ଥ୍ୟ ଠିକ ରହିବ । ବ୍ୟୟ ବି ଅଧିକ ହେବ ।