ଶୁକ୍ର କୁମ୍ଭ ରାଶିରେ କଲେ ପ୍ରବେଶ, ଜାଣନ୍ତୁ କେଉଁ ରାଶି ଉପରେ ପଡିବ ଏହାର ଶୁଭ ଓ ଅଶୁଭ ପ୍ରଭାବ

ଜୋତିଷ ଶାସ୍ତ୍ର ଅନୁସାରେ ଗ୍ରହର ସ୍ଥିତିରେ ବହୁତ ପରିବର୍ତ୍ତନ ପରିଲିଖିତ ହୋଇଥାଏ । ଯାହାଦ୍ଵାରା ସମସ୍ତ ୧୨ଟି ରାଶି ପ୍ରଭାବିତ ହୋଇଥାଏ । ଯଦି ରାଶିରେ ଗ୍ରହର ସ୍ଥିତି ଭଲ ରହିଥାଏ ତେବେ ମଣିଷ ସୁଖରେ ଜୀବନ ଅତିବାହିତ କରେ । ଯଦି ରାଶିରେ ଗ୍ରହର ସ୍ଥିତି ଖରାପ ରହିଥାଏ ତେବେ ମଣିଷକୁ ଜୀବନରେ ବହୁତ ସାରା ସମସ୍ୟା ଦେଇ ଗତି କରିବାକୁ ପଡିଥାଏ । ଆପଣଙ୍କୁ ଜଣାଇ ଦିଆ ଯାଉଛି କି ଶୁକ୍ର ଗ୍ରହ ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରିଛନ୍ତି । ଆସନ୍ତୁ ଜାଣିବା ଏହି ପରିବର୍ତ୍ତନ ପାଇଁ ସମସ୍ତ ୧୨ ରାଶି ଉପରେ କଣ ପ୍ରଭାବ ପଡିବ ।

ଆସନ୍ତୁ ଜାଣିବା ଶୁକ୍ର କୁମ୍ଭ ରାଶିରେ ପ୍ରବେଶ କରିବା ଦ୍ଵାରା କେଉଁ ରାଶି ଉପରେ ରହିବ ଶୁଭ ପ୍ରଭାବ

 

ମେଷ

ମେଷ ରାଶିର ଲୋକମାନଙ୍କର ସମୟ ଭଲ ରହିବ । ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ପାଇଁ ଆପଣଙ୍କୁ ବହୁତ ଲାଭ ମିଳିବ । ଆପଣଙ୍କର ଅଟକିଥିବା ଧନ ମିଳିପାରିବ । ଘର ପରିବାରରେ ଆପଣଙ୍କର ସମ୍ମାନ ବଢିବ । ଆପଣ କିଛି ନୂଆ ବ୍ୟବସାୟ ଆରମ୍ଭ କରିପାରିବେ । ଯାହା ଆପଣଙ୍କ ପାଇଁ ଲାଭ ଦାୟକ ରହିବ ।

ବୃଷ

ବୃଷ ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ ଓ ସୁଖ ପ୍ରଦାନ କରିବ । ଯେଉଁମାନେ ରାଜନୀତି ସହ ଜଡିତ, ତାଙ୍କୁ ଭଲ ଫଳ ମିଳିବ । ଆପଣଙ୍କର ଅଟକିଥିବା କାମ ପୁରା ହେବ । ଚେଷ୍ଟା କରୁଥିବା କାର୍ଯ୍ୟ ସଫଳ ହେବ । ଚାକିରିରେ ପଦୋନ୍ନତିର ସମ୍ଭାବନା ରହିଛି ।

ମିଥୁନ

ମିଥୁନ ରାଶି ପାଇଁ ଶୁକ୍ରର ରାଶି ପରିବର୍ତ୍ତନର ପ୍ରଭାବ ଭାଗ୍ୟଶାଳି ରହିବ । ଶିକ୍ଷା କ୍ଷେତ୍ରରେ ଜଡିତ ଲୋକମାନଙ୍କୁ ସଫଳତା ମିଳିବ । ନୂଆ କାର୍ଯ୍ୟରେ ମଧ୍ୟ ସଫଳତା ପାଇପାରିବେ । ବିଦେଶରୁ ମଧ୍ୟ ଭଲ ଖବର ମିଳିପାରେ । ଘର ପରିବାରର ବାତାରଣ ଭଲ ରହିବ ।

ତୁଳା

ତୁଳା ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ । ଶିକ୍ଷା କ୍ଷେତ୍ରରେ ଜଡିତ ଲୋକ ମାନଙ୍କୁ ସଫଳତା ମିଳିବ । ବୈବାହିକ ଜୀବନ ସୁଖମୟ ରହିବ । ଚାକିରିରେ ଭଲ ପ୍ରଦର୍ଶନ କରିବେ । ଆପଣଙ୍କ ସହ କାମ କରୁଥିବା ଲୋକମାନଙ୍କ ଠାରୁ ସହଯୋଗ ମିଳିବ ।

 

ଧନୁ

ଧନୁ ରାଶି ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପ୍ରଭାବ ଭଲ ରହିବ । ଆପଣଙ୍କର ସାହସ ଓ ପରାକ୍ରମରେ ବୃଦ୍ଧି ଘଟିବ । ଆପଣଙ୍କ ଦ୍ଵାରା କରା ଯାଇଥିବା କାର୍ଯ୍ୟରେ ସଫଳତା ମିଳିବ, ଆଖ ପାଖ ଲୋକମାନଙ୍କ ଠାରୁ ସହଯୋଗ ମିଳିବ । ଦୂରଯାତ୍ରା ମଧ୍ୟ କରିପାରିବେ ।

ମକର

ମକର ରାଶି ଲୋକମାନଙ୍କ ପାଇଁ ଶୁକ୍ର ଗ୍ରହର ରାଶି ପରିବର୍ତ୍ତନର ପାଇଁ ହଠାତ ଧନ ପ୍ରାପ୍ତିର ଯୋଗ ରହିଛି । କୌଣସି ମହିଳାଙ୍କ ସହଯୋଗରେ କାମକାର୍ଯ୍ୟ ପୁରା ହେବ । ସନ୍ତାନଙ୍କ ତରଫରୁ ଶୁଭ ସମାଚାର ମିଳିବ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ ।

କୁମ୍ଭ

କୁମ୍ଭ ରାଶି ଲୋକମାନଙ୍କର ଶୁକ୍ର ଗ୍ରହର ରାଶି ପରିବର୍ତ୍ତନ ପାଇଁ ଆପଣଙ୍କ ଯୋଜନାରେ ଭଲ ଫଳ ମିଳିବ । ଆପଣଙ୍କ ଅଟକିଥିବା କାର୍ଯ୍ୟ ପୂରଣ ହେବ । ସରକାରୀ କାମରେ ଲାଭ ମିଳିବ । ବିଦେଶ ଯିବାର ସୁଯୋଗ ମିଳିବ । ଘର ପରିବାରର ଆର୍ଥିକ ପରିସ୍ଥିତି ଭଲ ରହିବ ।

ଆସନ୍ତୁ ଜାଣିବା କେମତି ରହିବ ବାକି ରାଶି ମାନଙ୍କର ରାଶିଫଳ

କର୍କଟ

କର୍କଟ ରାଶି ଲୋକମାନଙ୍କର ଶୁକ୍ରର ରାଶି ପରିବର୍ତ୍ତନର ପାଇଁ ମିଶ୍ରିତ ଫଳ ମିଳିବ । କାର୍ଯ୍ୟ କ୍ଷେତ୍ରରେ ଦେଖି ଚାହିଁ ରହିବାକୁ ପଡିବ କାରଣ କେହି ଆପଣଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିପାରନ୍ତି । ଘର ପରିବାରର ସହଯୋଗ ମିଳିବ । ସ୍ୱାସ୍ଥ୍ୟରେ ଧ୍ୟାନ ଦେବା ଉଚିତ । ଆମଦାନିରୁ ଅଧିକ କ୍ଷତି ହୋଇପାରେ ।

ସିଂହ

ସିଂହ ରାଶି ଲୋକମାନଙ୍କର ଶୁକ୍ରର ରାଶି ପରିବର୍ତ୍ତନର ପାଇଁ ମିଶ୍ରିତଫଳ ମିଳିବ । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ । ବିବାହ ପାଇଁ ଭଲ ପ୍ରସ୍ତାବ ଆସିପାରେ । ଆପଣ ଆପଣ ଘରର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ଚେଷ୍ଟା କରିବେ । ଆପଣଙ୍କ ଘରେ ଅତିଥି ଆସିପାରନ୍ତି ଯାହାଦ୍ୱାରା ଆପଣଙ୍କ ପରିବାରରେ ଖୁସି ଆସିପାରେ ।

କନ୍ୟା

କନ୍ୟା ରାଶି ଲୋକମାନଙ୍କର ଜୀବନ ଶୁକ୍ରର ରାଶି ପରିବର୍ତ୍ତନ ପାଇଁ କଷ୍ଟକର ରହିବ । ଏହି ରାଶିର ଲୋକମାନେ ତାଙ୍କ ଗୁପ୍ତ ଶତୃଙ୍କ ଠାରୁ ବଞ୍ଚିକି ରହିବା ଆବଶ୍ୟକ । ବିଦ୍ୟାଥିମାନଙ୍କର ମନ ପାଠ ପଢାରେ ଲାଗିବ ନାହିଁ । ବ୍ୟପାର କ୍ଷେତ୍ରରେ ମଧ୍ୟ ଜଗି ରଖି ଚଳିବା ଆବଶ୍ୟକ କାରଣ କ୍ଷତି ହେବାର ସମ୍ଭାବନା ରହିଛି ।

 

ବିଛା

ବିଛା ରାଶି ଲୋକମାନଙ୍କର ଜୀବନ ଶୁକ୍ରର ରାଶି ପରିବର୍ତନ ପାଇଁ ଚିନ୍ତା ଜନକ ରହିବ । ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଯାତ୍ରାଦ୍ଵାରା ଆପଣଙ୍କୁ କଷ୍ଟ ମିଳିପାରେ । ଜିନିଷ ପତ୍ର ଚୋରି ହେବାର ସମ୍ଭାବନା ରହିଛି । କୋଟ କାମରେ ମିଶ୍ରିତ ଫଳ ମିଳିବ ।

ମୀନ

ମୀନ ରାଶି ଲୋକମାନଙ୍କର ଜୀବନ ଶୁକ୍ରର ରାଶି ପରିବର୍ତ୍ତନ ପାଇଁ ବ୍ୟସ୍ତତା ପୂର୍ଣ୍ଣ ରହିବ । ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିପାରେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଆପଣଙ୍କ ଶତୃ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିବେ । ସେଥିପାଇଁ ସାବଧାନତା ଅବଲମ୍ବନ କରନ୍ତୁ ।