ଭାରତରେ ଏକ ଏମିତି ଜାଗା, ଯେଉଁଠି ସ୍ଵାଧିନତାର ୭୨ ବର୍ଷ ପରେ ମଧ୍ୟ ଚାଲିଛି ବ୍ରିଟିଶ ଶାସନ

ଭାରତ ଏକ ଏମିତି ଦେଶ ଯେଉଁଠି ମୋଗଲ ଠୁ ଆରମ୍ଭ କରି ବ୍ରିଟିଶ ମାନେ ଶାସନ କରିଛନ୍ତି । ୧୯୪୭ ମସିହା, ଅଗଷ୍ଟ ୧୫ ତାରିଖରେ ଭାରତ ସ୍ଵାଧୀନ ହୋଇଥିଲା ଓ ଭାରତ ବ୍ରିଟିଶ ଶାସନରୁ ମୁକ୍ତ ହୋଇଥିଲା । ସେବେଠୁ ଭାରତର ସବୁ ସ୍ଥାନରେ ଭାରତ ସରକାରର ଶାସନ ଚାଲିଛି । ହେଲେ ଭାରତରେ ଏମିତି ଏକ ସ୍ଥାନ ଅଛି ଯେଉଁଠି ଆଜି ମଧ୍ୟ ବ୍ରିଟିଶ ସରକାରର ଶାସନ ଚାଲିଛି ।

ଏଠି କିଛି କରିବାକୁ ହେଲେ ଭାରତ ବ୍ରିଟିଶ ସରକାର ଠୁ ଅନୁମତି ନେଇଥାଏ । ଆମେ ସେହି ସ୍ଥାନ ବିଷୟରେ କହିବୁ ଯାହା ଭରତ ସରକାରର ଅଧିନରେ ଥାଇ ମଧ୍ୟ କୌଣସି ଲାଭ ନାହିଁ ।


ଏହି ସ୍ଥାନ ହେଉଛି ନାଗାଲାଣ୍ଡର ରାଜଧାନୀ ‘କୋହିମା’ । ଏହା ସାରା ବିଶ୍ଵରେ “କୋହିମା ୱାର ସିମେଟ୍ରି” ବା କୋହିମା ଯୁଦ୍ଧ ସ୍ମାରକ ନାମରେ ପରିଚିତ ଅଟେ । ଏହି ସ୍ଥାନରେ ଦୁତୀୟ ବିଶ୍ଵ ଯୁଦ୍ଧରେ ସହିଦ ହୋଇଥିବା ୨୭୦୦ ବ୍ରିଟିଶ ସୈନିକଙ୍କ ସମାଧି ଅଛି । ଏହି ସ୍ଥାନରେ ଚିଣ୍ଡୱିନ ନଦୀର କୂଳରେ ଜାପାନର ସୈନିକ ଆଜାଦ ହିନ୍ଦ ଫୌଜ ସହ ମିଶି ବ୍ରିଟିଶମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହା ଇତିହାସରେ କୋହିମା ଯୁଦ୍ଧ ନାମରେ ପରିଚିତ ।


ବ୍ରିଟିଶ ସରକାର ନିଜ ସୈନିକଙ୍କ ସ୍ମୃତି ପାଇଁ ଏହି ସ୍ଥାନରେ ସ୍ମାରକ ନିର୍ମାଣ କରେଇ ଥିଲେ । କାରଣ ସେହି ସମୟରେ ବିଶ୍ଵର ଅଧିକାଂଶ ସ୍ଥାନରେ ବ୍ରିଟେନର ଶାସନ ଥିଲା । ସେଥିପାଇଁ ଏମିତି ଅନେକ ସ୍ମାରକ ଭରତ ଛଡା ଅଷ୍ଟ୍ରେଲିଆ ଓ କାନ୍ନାଡ଼ାରେ ମଧ୍ୟ କରାଯାଇଛି ।

ସେହି ସ୍ଥାନରେ ଥିବା ସବୁ ସମାଧିଗୁଡିକର ସବୁ ଦାଇତ୍ଵ କମନୱେଲଥ ୱାର ଗ୍ରେବ କମିଶନଙ୍କ ପାଖରେ ରହିଛି । ତେଣୁ ଏହି ସ୍ଥାନରେ ଭାରତୀୟଙ୍କୁ ଫଟୋ ଉଠାଇବା ବା ଅନ୍ୟ କୌଣସି କାମ ପାଇଁ ମଧ୍ୟ ବ୍ରିଟିଶ ସରକାରଙ୍କର ଅନୁମତି ନେବାକୁ ପଡେ । ଭାରତର ଏହି ସ୍ଥାନରେ ଆଜି ମଧ୍ୟ ବ୍ରିଟିଶ ସରକାରର ଶାସନ ଚାଲିଛି ।