ଦୁଇ ଦିନ ପୂର୍ବରୁ ଭରିଥିଲେ ୫୦୦୦ ଟଙ୍କାର ଜୋରିମାନା, ପୁଣି ଥରେ ପୋଲିସ ଧରିବାରୁ ଗଳାରେ ଲଗେଇଥିଲା ଫନ୍ଦା

ଭାରତରେ ‘ନୂଆ ମୋଟର ଭେଇକିଲ ଆକ୍ଟ’ ଆସିବା ପରେ ଦେଶ ସାରା ବହୁତ ଗଣ୍ଡୋଗଳ ହୋଇଥିଲା । ଏଥିପାଇଁ ବହୁତ ଝଗଡା ଓ ମାରପିଟ ହୋଇଥିଲା । ଧୀରେ ଧୀରେ ଏହି ମାମଲା ନିୟନ୍ତ୍ରଣ ହୋଇଥିଲା, ହେଲେ ଏହା ସଂପୂର୍ଣ୍ଣ ବନ୍ଦ ହୋଇ ନାହିଁ । ବର୍ତ୍ତମାନ ମଧ୍ୟ କିଛି ସ୍ଥାନରେ ପୋଲିସ ସହ ଲୋକମାନଙ୍କର ବାଦ ବିବାଦର ମାମଲା ସାମ୍ନାକୁ ଆସୁଛି । ଏହି ପରି ଏକ ଘଟଣା ଘଟିଥିଲା ପଞ୍ଜାବର ପଠାନକୋଟରେ । ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ପଞ୍ଜାବର ପଠାନ କୋଟରେ ଜଣେ ଅଟୋ ଡ୍ରାଇଭର ଚେକିଙ୍ଗ ଦ୍ଵାରା ଧରା ପଡି ଥିବାରୁ ରାସ୍ତା ମଝିରେ ଡ୍ରାମା କରିଦେଲା । ସେ ଅଟୋରୁ ରସି ବାହାର କରି ନିଜ ଗଳାରେ ଫନ୍ଦା ପିନ୍ଧି ବାର ଚେଷ୍ଟା କରିଛି । ସାଧାରଣତଃ ଲୋକମାନେ ଟ୍ରାଫିକ ନିୟମର ବାରମ୍ବାର ଉଲଂଘନ କରିବାରୁ ସରକାର ଟ୍ରାଫିକ ନିୟମକୁ ଏହିପରି କରିଛି । ସେହି ଅଟୋ ଡ୍ରାଇଭର ଜଣକ ଓଭରଲୋଡ କରିଥିବାରୁ ତାକୁ ଜୋରିମାନା ଦେବାକୁ ପଡିଥିଲା ।

ଏହି ଘଟଣା ରବିବାର ଦିନ ଖରାବେଳ ୨ ଟାରେ ଢାଙ୍ଗୁ ରୋଡରେ ହୋଇଥିଲା । ଏଠି ପୋଲିସ ଚେକିଙ୍ଗ କରୁଥିଲା । ସେହି ସମୟରେ ରାଜେନ୍ଦ୍ର ପାଲ ନାମକ ଜଣେ ଅଟୋ ଡ୍ରାଇଭର ଓଭରଲୋଡ କରି ପ୍ୟାସେଞ୍ଜର ନେଇ ଯାଉଥିଲା, ଯାହା ଦ୍ଵାରା ସେଠାରେ କାର୍ଯ୍ୟରତ ଥିବା ଏଏସଆଇ ସ୍ଵର୍ଣ୍ଣ ସିଂହ ତାକୁ ଅଟକାଇ ଦେଇଥିଲେ । ଏହାପରେ ଓଭର ଲୋଡିଙ୍ଗ ପାଇଁ ତାର ଚାଲାଣ କାଟି ଦେଇଥିଲେ ।

ରାଜେନ୍ଦ୍ର ପ୍ରଥମେ ଯୁକ୍ତି କରିଥିଲା ଓ କିଛି ସମୟ ପରେ ସେ କାନ୍ଦିବାକୁ ଲାଗିଲା ହେଲେ ପୋଲିସ କିଛି ଶୁଣିନଥିଲା । ସେଥିପାଇଁ କ୍ରୋଧରେ ରାଜେନ୍ଦ୍ର ଅଟୋରୁ ରସି ବାହାର କରି ନିଜ ଗଳାରେ ଲଗାଇ ଥିଲା । କିଛି ସମୟରେ ସେହି ସ୍ଥାନରେ ଲୋକମାନଙ୍କର ଭିଡ ଜମା ହୋଇଥିଲା ଓ ଅଟୋ ଡ୍ରାଇଭରକୁ ଅଟକାଇ ଥିଲେ ।

ଅଟୋ ଡ୍ରାଇଭର କହିଥିଲା କି ସେ ଏହି ଅଟୋକୁ କରଜରେ କିଣିଛି । ଦୁଇ ଦିନ ପୂର୍ବରୁ ୫୦୦୦ ଟଙ୍କାର ଚାଲାଣ ତା ପାଇଁ କଟା ଯାଇଥିଲା । କାରଣ ସେ ୩ ସ୍ଥାନରେ ୪ ଜଣ ପ୍ୟାସେଞ୍ଜର ନେଇ ଯାଉଥିଲା । ହେଲେ ଏଥର ଆରୋପି ୮ ଜଣ ପ୍ୟାସେଞ୍ଜରଙ୍କୁ ବସେଇଥିଲା । ସେଠାରେ ଟ୍ରାଫିକ ପୋଲିସ ସୁରେନ୍ଦ୍ର ପାଲ କହିଲେ କି ଯଦି ଅଟୋ ଡ୍ରାଇଭର ପାଖରେ କାଗଜ ପତ୍ର ଥାଆନ୍ତା ତେବେ ତାର ଚାଲାଣ କଟା ଯାଇ ନଥାନ୍ତା କିନ୍ତୁ ମାମଲା ତାହା ନୁହେଁ ।