ସବୁଦିନ କାଗଜରେ କିଛି ଲେଖୁଥିଲା ଭିକାରି, ଦିନେ ଗୋଟିଏ ଝିଅ ପଢିଦେଲା, ଆଉ ତା ପରେ…

କେବେ ରେଲୱେ ଷ୍ଟେସନରେ ଭିକ ମାଗୁଥିଲା ତ କେବେ ରାସ୍ତା କଡରେ ବସି ପୁରା ଦିନ ଭିକ ମାଗୁଥିଲା । ସମସ୍ତେ ଚାଲି ଯାଉଥିଲେ କିନ୍ତୁ କାହାର ବି ନଜର ସେହି ଭିକାରି ଉପରେ ପଡୁ ନ ଥିଲା, କିନ୍ତୁ ବେଳେ ବେଳେ କିଛି ଲୋକମାନେ ସେହି ଭିକାରିକୁ କିଛି ଖାଇବା ପାଇଁ ଦେଇ ଦେଉଥିଲେ । କେବେ କେବେ ଏହି ଭିକାରିଟି ଭୋକିଲା ବି ଶୋଇ ଯାଉଥିଲା । ଭିକାରି ଏତେ ଖରାପ କପଡା ପିନ୍ଧି ଥିଲା କି କେହି ତା’ ପାଖକୁ ବି ଯାଉ ନ ଥିଲେ ।

କିନ୍ତୁ ଜଣେ ଝିଅ ନା କେବଳ ସେହି ଭିକାରି ପାଖକୁ ଗଲା, ଏହା ଛଡା ସେ ତା’ର ମୁଣ୍ଡକୁ ବି ଗେଲ କଲା । ସତ ଆପଣଙ୍କୁ ଭାବୁକ କରିଦେବ । ଏହି ଘଟଣା ବ୍ରାଜିଲର ସାଓ ପାଉଲୋ ସହରର ଅଟେ । ଯେଉଁଠି ସବୁଦିନ ସେହି ରାସ୍ତା ଦେଇ ଯାଉଥିବା ଜଣେ ଝିଅ ସେହି ଭିକାରିକୁ ନୋଟିସ କରୁଥିଲା । ସେ ଦେଖୁଥିଲା କି ଭିକାରି ଭିକ ମାଗିବା ଛଡା କାଗଜରେ କଣ ଲେଖୁଛି । ସବୁଦିନ ଏହିଭଳି କରୁଥିବାର ଦେଖି ଦିନେ ଝିଅ ଜଣକ ସେହି ଭିକାରି ପାଖକୁ ଗଲା ।

ଝିଅ ଜଣକ ବହୁତ ସାହସ କରି ସେହି ଭିକାରିକୁ ପଚାରିଲା କି ସେ ସବୁଦିନ କଣ ଲେଖୁଛି । ଝିଅର ବାରମ୍ବାର ପ୍ରଶ୍ନ କରିବା ପରେ ଭିକାରି ନିଜର ଲେଖୁଥିବା କାଗଜକୁ ଝିଅକୁ ଦେଇଦେଲା । ଝିଅ ଜଣକ ଦେଖିଲା କି ଭିକାରି ବହୁତ ଭଲ କବିତା ଲେଖିଥିଲା ଯାହାକି ବହୁତ ହିଁ ପ୍ରେରଣାଦାୟକ ଥିଲା । ଝିଅ ଜଣକ ବୁଝିଗଲା କି ଏହି ବ୍ୟକ୍ତି ଜଣକ କୌଣସି କାରଣରୁ ଏହି ଅବସ୍ଥାରେ ପଡିଛି ନଚେତ ଏହା ଭିତରେ ବହୁତ ପ୍ରତିଭା ଅଛି ।

ଏହା ପରେ ଝିଅଟି ସବୁଦିନ ଭିକାରିର କବିତା ନେବା ଆରମ୍ଭ କରିଦେଲା । ଝିଅଟି ସେହି କବିତା ଗୁଡିକୁ ନିଜ ଫେସବୁକ ପେଜରେ ଶେୟାର କରିଲା ଯାହାର ବହୁତ ଭଲ ରେସପନ୍ସ ବି ମିଳିଲା । ଝିଅଟିକୁ ବିଶ୍ଵାସ ନ ଥିଲା କି ସେହି ଭିକାରିର କବିତା ଲୋକମାନଙ୍କୁ ଏତେ ପସନ୍ଦ ଆସିବ । ଏହା ପରେ ଝିଅଟି ତାହାର ଏକ ସ୍ଵତନ୍ତ୍ର ପେଜ କରିଦେଲା । ଗୋଟିଏ ମାସରେ ହିଁ ସେହି ପେଜରେ ପାଖପାଖି ୧ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇଗଲେ ।

ଏହା ପରେ ଭିକାରି ଜଣକ କିଛି ଦିନ ମଧ୍ୟରେ ହିଁ ଷ୍ଟାର ହୋଇଗଲା । ଝିଅଟି ସେହି ବ୍ୟକ୍ତି ସହିତ ନଜିର ଏକ ଫଟୋ ବି ଶେୟାର କରିଲା । ଯାହା ପରେ ସେହି ବ୍ୟକ୍ତିକୁ ତାହାର ଘର ଲୋକମାନେ ଚିହ୍ନି ପାରିଲେ । ଏହା ପରେ ଜଣା ପଡିଲା କି ସେହି ବ୍ୟକ୍ତିର ନାମ ରାଇମୁଂଡୋ ଅଟେ ଓ ସେ ଜଣେ ବ୍ୟାପାରୀ ଥିଲା ଯିଏ ମିଲିଟ୍ରୀର ଏକ ଛତ୍ରବାଦୀ ଶାସନ ସମୟରେ ନିଜ ଘର ଠାରୁ ଦୂରେଇ ଯାଇ ଥିଲା ଓ ଟଙ୍କାର ଅଭାବରେ ତାହାର ଏହି ଅବସ୍ଥା ହୋଇ ଯାଇଥିଲା ।

ରାଇମୁଂଡୋକୁ ଦେଖା କରିବା ପାଇଁ ତାହାର ବହୁତ ଫ୍ୟାନମାନେ ବି ଆସନ୍ତି । ସେ ବର୍ତ୍ତମାନ ନିଜ ପରିବାର ସହିତ ରହୁଛି । ବର୍ତ୍ତମାନ ହିଁ ତାହାର ୮୦ ତମ ଜନ୍ମଦିନ ପାଳନ କରାଯାଇଛି । ଯାହାର ଭିଡିଓ ସେହି ଫେସବୁକ ପେଜରେ ଶେୟାର କରାଯାଇଛି ।