ବର୍ଷ ୨୦୨୦ରେ ନିଜ ନାମ ଅନୁସାରେ କରନ୍ତୁ ଏହି କାମ, ହେଇଯିବେ ଧନବାନ

ନାମର ପ୍ରଥମ ଅକ୍ଷର ଦ୍ଵାରା ଲୋକମାନଙ୍କ ସ୍ଵଭାବ ବିଷୟରେ ଓ ତାଙ୍କର ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି ଜାଣି ହେବ । ଆମ ନାମର ଅକ୍ଷର ଉପରେ ହିଁ ଆମ ସମସ୍ତଙ୍କର ଭାଗ୍ୟ ନିର୍ଭର ହୋଇଥାଏ । ଏହିଭଳି ଭାବରେ ଯଦି ଆପଣ ନିଜର ନାମ ଅନୁସାରେ ତଳେ ଦିଆଯାଇଥିବା ଉପାୟକୁ କରୁଛନ୍ତି, ତେବେ ନୂଆ ବର୍ଷରେ ଆପଣ ଧନବାନ ହୋଇପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

A ଅକ୍ଷର

ଯେଉଁ ଲୋକମାନଙ୍କର ନାମ A ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ଏହି ଉପାୟ ଅନୁସାରେ ଓସ୍ଥ ଗଛରେ ପାଣି ଦିଅନ୍ତୁ ଓ ଏହି ଗଛରେ ନାଲି ସୂତା ବାନ୍ଧି ଦିଅନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଧନଲାଭ ହେବ । ଆପଣ ଏହି ଉପାୟକୁ ସବୁ ଶନିବାର ଦିନ କରନ୍ତୁ ।

B ଅକ୍ଷର

ଯେଉଁ ଲୋକମାନଙ୍କର ନାମ B ରୁ ଆରମ୍ଭ ହୋଇଥାଏ ସେମାନେ ସ୍ନାନ କରିବା ସମୟରେ ଚନ୍ଦନର ଲେପ କିମ୍ବା ହଳଦୀର ଲେପ ନିଜ ଶରୀରରେ ଲଗାନ୍ତୁ । ଏହା ସହିତ ସ୍ନାନ କରିବା ସମୟରେ ମୁହଁ ଉତ୍ତର ଦିଗ ଆଡକୁ ରଖନ୍ତୁ । ସବୁଦିନ ଏହିଭଳି କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଖୋଲିଯିବ ।

C, Q, S ଓ R ଅକ୍ଷର

ଏହି ଅକ୍ଷର ନାମ ଥିବା ବ୍ୟକ୍ତି ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଚରଣରେ ପଦ୍ମ ଫୁଲ ଅର୍ପଣ କରନ୍ତୁ । ଲଗାତାର ୧୧ ଟି ଶୁକ୍ରବାର ଏମିତି କରିବା ଦ୍ଵାରା ଟଙ୍କା ବୃଦ୍ଧି ହେବ ଓ କରଜରୁ ବି ମୁକ୍ତି ମିଳିଯିବ । ପୂଜା କରିବା ସମୟରେ ଅଳ୍ପ ଚନ୍ଦନ ନିଜ ବେକରେ ବି ଲଗାଇ ଦିଅନ୍ତୁ ।

D, F, O, H, I, N, V ଓ Y ଅକ୍ଷର

ଯେଉଁ ଲୋକମାନଙ୍କର ନାମ D, F, O, H, I, N, V ଓ Y ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ମାତା ରାଣୀଙ୍କର ପୂଜା କରନ୍ତୁ । ପୂଜା କରିବା ସମତାରେ ମାତା ରାଣୀଙ୍କୁ ଗୁଡ ଓ ଚଣା ଭୋଗ ଲଗାନ୍ତୁ । ଏହା ଛଡା ଗରିବ ଲୋକଙ୍କୁ ବି ଗୁଡ ଓ ଚଣା ଦାନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଆପଣଙ୍କୁ ମାତାଙ୍କ କୃପା ପ୍ରାପ୍ତ ହେବ ।

J, k,e ଓ u ଅକ୍ଷର

ଏହି ଅକ୍ଷରର ଲୋକମାନେ ଶନିବାର ଓ ମଙ୍ଗଳବାର ଦିନ ହନୁମାନଙ୍କ ପୂଜା କରନ୍ତୁ ଓ ତାଙ୍କୁ ଲାଲ ସିନ୍ଦୁର ଅର୍ପଣ କରନ୍ତୁ । ଏହା ଛଡା ହନୁମାନ ଚାଳିଶାର ବି ପାଠ କରନ୍ତୁ ।

M, N, P, G, L ଓ W ଅକ୍ଷର

ଏହି ତିନୋଟି ଅକ୍ଷରରେ ଯେଉଁ ଲୋକମାନଙ୍କର ନାମ ଆରମ୍ଭ ହୋଇଥାଏ ସେମାନେ ସୋମବାର ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଏହା ଛଡା ସୋମବାର ଦିନ ଧଳା ରଙ୍ଗର ଜିନିଷ ଯେମିତି କି କ୍ଷୀର, ଚାଉଳ ଇତ୍ୟାଦିର ଦାନ କରନ୍ତୁ । ଏହି ଉପାୟ କରିବା ଦ୍ଵାରା ଘରେ ଶାନ୍ତି ରହିବ ଓ ସମ୍ପତି ଲାଭ ହେବ ।