ଆମେ ପୃଥିବୀ ଭିତରକୁ ୪୦୦୦ ଫୁଟରୁ ଅଧିକ ଗଭୀର ଗାତ କାହିଁକି କରି ପାରିବୁ ନାହିଁ ! ଜାଣନ୍ତୁ

ଆଜିର ଏହି ଆର୍ଟିକିଲରେ ଆମେ ଆପଣଙ୍କୁ ପୃଥିବୀ ଗାତ ଖୋଳିବା ବିଷୟରେ କହିବାକୁ ଯାଉଛୁ । ରୁସରେ ଏକ ଏମିତି ଜାଗା ଅଛି ଯାହାକୁ ନର୍କର ଦ୍ଵାର କୁହାଯାଏ । ଏହା ଦୁନିଆର ସବୁଠୁ ବଡ ଗଭୀର ବୋରହୋଲ ଅଟେ । କୋଲା ସୁପରଡୀପ ବୋରହୋଲ ନାମକ ଏହି ହୋଲକୁ ୧୯୭୦ରେ ରୁସର ବୈଜ୍ଞାନିକମାନେ ଖୋଳିବା ଆରମ୍ଭ କରିଥିଲେ । ଆମେରିକାର ବୈଜ୍ଞାନିକମାନଙ୍କୁ ଟକ୍କର ଦେବା ପାଇଁ ଅଧିକରୁ ଅଧିକ ଖୋଳିବାକୁ ଚାହୁଁଥିଲେ ।

କିନ୍ତୁ ଲଗାତାର ୧୯ ବର୍ଷ ପର୍ଯ୍ୟନ୍ତ ଖୋଳିବା ପରେ ସାଇଂଟିସ୍ଟମାନେ ପୃଥିବୀ ପୃଷ୍ଠରୁ ତଳକୁ ୧୨ କିମି ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । କିନ୍ତୁ ସେହି ସମୟରେ କିଛି ଏମିତି ହେଲା କି ତାଙ୍କୁ ଅଧାରେ ହିଁ ଏହି ଗାତ ଖୋଳିବା ବନ୍ଦ କରିବାକୁ ପଡିଲା ।

ରିସର୍ଚ ଅନୁସାରେ ଯେମିତ ଯେମିତି ସାଇଂଟିସ୍ଟମାନେ ମାଟି ଭିତରକୁ ଖୋଳିବାକୁ ଲାଗିଲେ ସେମିତି ସେମିତି ସେଠିକାର ତାପମାତ୍ରା ବଢିବାକୁ ଲାଗିଲା ଓ ଏମିତି ଏକ ସ୍ଥିତି ଆସିଲା କି ତାପମାତ୍ରା ୧୮୦ ଡିଗ୍ରୀ ପର୍ଯ୍ୟନ୍ତ ପହଞ୍ଚି ଗଲା ଓ ବୈଜ୍ଞାନିକମାନଙ୍କର ମେସିନ ବି ସେହି ସ୍ଥାନରେ କାମ କରିବା ବନ୍ଦ କରିଦେଲା ।

ଏହାକୁ ଦେଖି ସଙ୍ଗେ ସଙ୍ଗେ କାମ ବନ୍ଦ କରି ଦିଆଗଲା । ସେତେବେଳେ ସାଇଂଟିସ୍ଟମାନେ ଏହି ହୋଲର ନାମ Door to Hell (ନର୍କର ଦ୍ଵାର) ରଖିଲେ । ମାଟି ତଳକୁ ୧୨ କି.ମି. ଖୋଳିବା ବହୁତ ବଡ କଥା ଅଟେ । ଏହା ଏକ ସବୁଠୁ ବଡ ଅଜବ କଥା ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ମାଟି ଠାରୁ ଯେତିକି ଗଭୀର ଅଟେ ଏହା ତା’ର ୦.୨ % ବି ନୁହେଁ । ସାଇଂଟିଷ୍ଟମାନଙ୍କ ଅନୁସାରେ ପୃଥିବୀ ୬,୪୦୦ କିଲୋମିଟର ଗଭୀର ଅଟେ । ଯେଉଁଠି ପହଞ୍ଚିବା ବିଷୟରେ ଚିନ୍ତା ବି କରି ହେବ ନାହିଁ ।