ଯେଉଁ ସହରରେ ସବୁ ରାତିରେ ହୋଇଥାଏ କୋଟି କୋଟି ଟଙ୍କାର ଅୟାଶୀ, ସେଠି ନାଳ ଭିତରେ ବଞ୍ଚନ୍ତି ହଜାର ହଜାର ଜୀବନ !

ଆମେରିକାର ସହର ଲସ ଵେଗାସ ଦୁନିଆର ସବୁଠୁ ସୁନ୍ଦର ସ୍ଥାନ ମଧ୍ୟରୁ ଗୋଟିଏ ଅଟେ । ଏହି କାରଣ ଅଟେ କି, ଏଠିକାର କ୍ୟାସିନୋ ଓ ସ୍ଟ୍ରିପ କ୍ଲବ୍ସ ପୁରା ଦୁନିଆର ଧନୀ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଏ । ଆପଣଙ୍କୁ କହିଦେଉଛୁ କି ଲସ ଵେଗାସ କୁ ଧନୀ ସହର ବୋଲି ବି କୁହାଯାଏ । ଯେଉଁଠି କ୍ୟାସିନୋରେ ଗୋଟିଏ ରାତିରେ କୋଟି କୋଟି ଟଙ୍କାର କାରୋବାର ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଚମକ ଧମକ ଦୂରରେ ଲସ ଵେଗାସର ଏକ କଳା ସତ୍ୟ ବି ଅଛି ।

କହିଦେଉଛୁ କି ଧନୀମାନଙ୍କର ଏହି ସହରରେ ଲକ୍ଷ ଲକ୍ଷ ଗରିବ ଓ ବେଘର ଲୋକମାନେ ବି ମାଟି ତଳେ ସୀଵର ଭଳି ଟନଲ୍ସରେ ରହିବା ପାଇଁ ବାଧ୍ୟ ଅଟନ୍ତି । କହିଦେଉଛୁ କି ଲସ ଵେଗାସରେ ୩୨୫ କିଲୋମିଟରରୁ ବି ଅଧିକ ଲମ୍ବାର ମାଟିତଳେ ଏକ ଟନଲ୍ସ ଅଛି । କହିବାକୁ ଗଲେ ଏହି ଟନଲ୍ସ ଏଥିପାଇଁ ତିଆରି କରାଯାଇଛି କି ଯେତେବେଳେ ଅତ୍ୟଧିକ ବର୍ଷା ହେବ ତେବେ ପାଣି ଏହି ଟନଲ୍ସ ଦେଇ ବାହାରକୁ ବାହାରିଯିବ ।

କିନ୍ତୁ ଅନ୍ୟ ପଟେ ଏହି ଟନଲ୍ସ ଏକ ହଜାରରୁ ବି ଅଧିକ ଲୋକମାନଙ୍କ ପାଇଁ ତାଙ୍କର ଘର ପାଲଟିଛି । ଆପଣଙ୍କୁ କହିଦେଉଛୁ କି ବର୍ତ୍ତମାନ ଏହା ବେଘର, ନିଶାଯୁକ୍ତ ବ୍ୟକ୍ତି, ଭିକାରି, କ୍ରିମିନାଲ୍ସ ଓ ବେରୋଜଗାର ଲୋକମାନଙ୍କର ଠିକଣା ହୋଇ ଯାଇଛି । କହିବାକୁ ଗଲେ ଲସ ଵେଗାସରେ ଘରର ଭଡା ବହୁତ ହିଁ ଅଧିକ ଅଟେ । ଏମିତିରେ ସମସ୍ତେ ଏହାକୁ ଦେଇ ପାରନ୍ତି ନାହିଁ ।

ଯେଉଁ କାରଣରୁ ବହୁତ ପରିବାର ଏହି ଟନଲ୍ସରେ ବାଧ୍ୟ ହୋଇ ରହୁଛନ୍ତି । ଏହା ଛଡା ଏଠି ରହୁଥିବା କିଛି ଲୋକମାନେ ତ ମାନସିକ ରୋଗୀ ଓ ଚିନ୍ତାଗ୍ରସ୍ତ ବ୍ୟକ୍ତି ଅଟନ୍ତି । ଏହି ଲୋକମାନଙ୍କର ମାନସିକ ସନ୍ତୁଳନ ପୂରାପୂରି ଖରାପ ହୋଇସାରିଛି । କହିବାକୁ ଗଲେ ଏହି ଟନଲ୍ସରେ ଇନ୍ଫେକ୍ସନ, ବୁଢିଆଣୀ, କୀଟ, ଖରାପ ପାଣି ଓ ବନ୍ୟା ପାଣିର ଡର ରହିଥାଏ । ତଥାପି ଲୋକମାନେ ଏଠାରେ ରୁହନ୍ତି ।

ଏତିକି ନୁହେଁ ଏହି ଜାଗାରେ ଲୋକମାନେ ଫର୍ନୀଚର, ଆଲମାରି ଓ ଘର ସଜାସଜି ଜିନିଷ ବି ରଖିଛନ୍ତି । ଅନ୍ୟ ପଟେ ଏହି ଲୋକମାନେ ଭିକ ମାଗି, କବାଡି ଓ ଆବର୍ଜନା ଏକାଠି କରି କିମ୍ବା ଛୋଟ ମୋଟ ଅପରାଧ କରି ନିଜର ଜୀବନ ଯାପନ କରନ୍ତି । ଏମାନଙ୍କ ମଧ୍ୟରେ କିଛି ଲୋକମାନଙ୍କ ପାଖରେ ହିଁ ଚାକିରି ଅଛି । ଆପଣ ଏହି ସବୁ ଫଟୋ ଦେଖି ଏହାର ସତ୍ୟତା ଜାଣି ପାରିବେ ।