ଓଡିଶାର ଲୋକପ୍ରିୟ ଅଭିନେତା Mihir Das ଙ୍କ ଦଶକ୍ରିୟାରେ ଅଭିନେତା Siddhant Mohapatra ଯାହା କଲେ ଦେଖିଲେ ଆପଣ ଗର୍ବ କରିବେ !

ଓଲିଉଡ ଇଣ୍ଡଷ୍ଟ୍ରିର ଅଭିନେତା ଓ ସୁପର ଷ୍ଟାର ମିହିର କିଛି ଦିନ ତଳେ ଆମ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲି ଯାଇଛନ୍ତି । ନୂତନ ବର୍ଷର ଆରମ୍ଭ ହେଉ ହେଉ ଏହି ଦୁଃଖଦ ଖବର ସମସ୍ତଙ୍କୁ ବହୁତ ଦୁଃଖିତ କରି ଦେଇଛି । ଗତକାଲି ଓଲିଉଡର ଲୋକପ୍ରିୟ ଓ ପପୁଲାର ଅଭିନେତା ମିହିର ଦାସଙ୍କ ଦଶକ୍ରିୟା ଥିଲା ଓ ଆଜି ତାଙ୍କର ଏକାଦଶ କର୍ମ । ଦଶକ୍ରିୟା ଦିନ ଅର୍ଥାତ ଗତକାଲି ମିହିର ଦାସଙ୍କ ଉପଲକ୍ଷେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନ ତରଫରୁ ଏକ ସଭାର ଆୟୋଜନ କରାଯାଇ ଥିଲା ।

ଏହି ସମୟର ସମସ୍ତ ଫଟୋ ଓ ଭିଡିଓକୁ ଶ୍ରୀତମ ଦାସ ତାଙ୍କର ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ସିଦ୍ଧାନ୍ତ ମହାପାତ୍ର ବି ଏହି ସବୁ ଫଟୋ ଶେୟାର କରିଥିଲେ । ସେ ଲେଖିଥିଲେ କି ଆଜି ସ୍ଵର୍ଗତ ମିହିର ଦାସଙ୍କ ଦଶକ୍ରିୟା ଦିବସରେ ଓଡିଶା ସିନେ ଆର୍ଟିଷ୍ଟ ଆସୋସିଏସନର ସାଧାରଣ ସମ୍ପାଦକ ଶ୍ରୀତମ ଦାସଙ୍କ ଆହ୍ଵାନ କ୍ରମେ ସଭାପତି ସିଦ୍ଧାନ୍ତ ମହାପାତ୍ରଙ୍କ ସଭାପତିତ୍ଵରେ ପଟିଆରେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି କରାଗଲା ।

ଏହି ସଭାରେ ସଂଘର କଳାକାରମାନେ ଉପସ୍ଥିତ ରହି ମିହିର ଦାସଙ୍କ ସ୍ମୃତିଚରଣ କରିଥିଲେ । ତାଙ୍କ ସହ ବିତାଇଥିବା ସମୟ ବିଷୟରେ ଓ ମିହିର ଦାସଙ୍କ ବ୍ୟକ୍ତିତ୍ବ ବିଷୟରେ ସମସ୍ତେ ସ୍ମୃତିଚରଣ କରିଥିଲେ । ଏହି ସଭାରେ କୁନା ତ୍ରିପାଠୀ, ବିଜୁ, ସୁରେଶ ମିଶ୍ର, ତନ୍ଦ୍ରା ରାୟ ମହାନ୍ତି, ଅଶ୍ରୁ ମୋଚନ, ବିଦୂସ୍ମିତା, ଗୁନଗୁନ, ହର ରଥ, ଋଷିକେଶ, ପ୍ରେମାଞ୍ଜନ, ସୂର୍ଯ୍ୟଦେୟ ଉପସ୍ଥିତ ରହିଥିଲେ ।

ସଂଘ ତରଫରୁ ସରକାରଙ୍କୁ ଅନୁରୋଧ କରାଯିବ କି ସ୍ଵର୍ଗତ ମିହିର ଦାସଙ୍କ ସ୍ମୃତିରେ ତାଙ୍କ ନାମରେ କୌଣସି ଗୋଟିଏ ରାସ୍ତା, ପାର୍କ କିମ୍ବା ସ୍ଥାନ ନାମିତ କରାଯାଉ । କହିବାକୁ ଗଲେ ମିହିର ଦାସଙ୍କ ଅଚାନକ ବିୟୋଗ କାରଣରୁ ପୁରା ଓଲିଉଡ ଇଣ୍ଡଷ୍ଟ୍ରି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । କେବଳ ଓଲିଉଡ ଇଣ୍ଡଷ୍ଟ୍ରି ନୁହେଁ ସାଧାରଣ ଜନତା ଓ ମିହିର ଦାସଙ୍କୁ ଭଲ ପାଉଥିବା ଲୋକମାନେ ବି ଭାଙ୍ଗି ପଡିଛନ୍ତି ।

କାରଣ ମିହିର ଦାସ ନିଜ ଜୀବନ କାଳର ଶେଷ ସମୟରେ ବି ଅଭିନୟ କରୁଥିଲେ । ତାଙ୍କୁ ଦେଖି ଆପଣ ତାଙ୍କର ବୟସର ଅନ୍ଦାଜ ଲଗାଇ ପାରିବେ ନାହିଁ । ସେ ୬୩ ବର୍ଷ ବୟସରେ ବି ଓ ନାନା ପ୍ରକାରର ରୋଗର ଶିକାର ହୋଇ ମଧ୍ୟ ନିଜର ଅଭିନୟ କ୍ୟାରିୟର ସକ୍ରିୟ ଥିଲେ । ତାଙ୍କର ଅଭିନତ ଫିଲ୍ମ ଗୁଡିକୁ ଲୋକମାନେ ଆଜି ବି ମନେ ପକାଉଛନ୍ତି ।