ପୁରୁଣା ପ୍ରେମିକଠୁ ପ୍ରତିଶୋଧ ନେବା ପାଇଁ ପୋଲିସକୁ ବି ଭୁଆଁ ବୁଲେଇ ଦେଲା ଏହି ଚାଲାଖ ଝିଅଟି, ଯେତେବେଳେ ସତର ଖୁଲାସା ହେଲା ତ…

କୁହାଯାଏ କି, ଯେତେବେଳେ ନାରୀ ତା’ କ୍ରିୟା ଚରିତ୍ର ଦେଖାଇବାକୁ ଆରମ୍ଭ କରେ ସେତେବେଳେ ବଡ ମୁନିଋଷିଙ୍କୁ ମଧ୍ୟ ମୁଣ୍ଡ ନୂଆଇଁବାକୁ ପଡେ । ମହିଳାଙ୍କ ଭାବ ଏବଂ କାର୍ଯ୍ୟକଳାପକୁ ବୁଝିବା କୌଣସି ପୁରୁଷଙ୍କ ହାତରେ ନାହିଁ । ସ୍ତ୍ରୀ ଚାହିଁଲେ ପୁରୁଷ ଈଶାରାରେ ନାଚିବାକୁ ବାଧ୍ୟ ହୋଇଥାଏ । ବ୍ରିଟେନର ଜଣେ ଯୁବତୀ ନିଜ ଏକ୍ସ-ବୟଫ୍ରେଣ୍ଡକୁ ସବକ୍ ଶିଖାଇବାକୁ ଯାହା କଲେ ଶୁଣିଲେ ଆପଣ ବି ହଇରାଣ ହୋଇଯିବେ । ଆସନ୍ତୁ ଜାଣିବା କଣ ଥିଲା ପୁରା ମାମଲା ।

ବ୍ରିଟେନର ଏହି ଯୁବତୀ ନିଜ ଏକଶ-ବୟଫ୍ରେଣ୍ଡକୁ ଫସାଇବା ପାଇଁ ଅତ୍ୟନ୍ତ ଚତୁରତାର ସହ ଚାଲ୍ ଚଲେଇଥିଲା । ନିଜ ନାମରେ ଇନଷ୍ଟାଗ୍ରାମରେ ୩୦ ଗୋଟି ନକଲି ଆକାଉଣ୍ଟ ଖୋଲି ସେସବୁରୁ ନିଜେ ନିଜକୁ ଧମକପୂର୍ଣ୍ଣ ମେସେଜ ପଠାଇବା ଆରମ୍ଭ କରିଥିଲା । ଆଉ ଏହାପରେ ନିଜ ଏକ୍ସ-ବୟଫ୍ରେଣ୍ଡ ଉପରେ ଆରୋପ ଲଗାଇଥିଲା କି ସେ ତାକୁ ମାରିବାକୁ ଚାହୁଁଛି । ପୁରା ଘଟଣାଟି ହେଉଛି ବ୍ରିଟେନର ଲିଭରପୁରର ।

ସେଠାକାର ୨୦ ବର୍ଷୀୟ କୋର୍ଟନୀ ଆୟରଲାଣ୍ଡ ଏନ୍ସୱର୍ଥଙ୍କର ୨୨ ବର୍ଷୀୟ ବୟଫ୍ରେଣ୍ଡ ଲୁଇସ ଜୋଲିଙ୍କ ସହ ଗତ ବର୍ଷ ଝଗଡା ହୋଇଥିଲା । ବିବାଦ ପରେ କୋର୍ଟନୀ ଜୋଲିଙ୍କୁ ଛାଡି ଦେଇଥିଲେ । କିନ୍ତୁ ସେହି ମୂହୁର୍ତ୍ତରୁ ହିଁ ତାଙ୍କୁ ସବକ୍ ଶିଖାଇବେ ବୋଲି ଠାଣି ନେଇଥିଲେ । ‘ଡେଲି ମେଲ’ ର ରିପୋର୍ଟ ମୁତାବକ, କୋର୍ଟନୀ ଏକ୍ସ-ବୟଫ୍ରେଣ୍ଡ ଜୋଲିକୁ ଜେଲ ପଠାଇବା ପାଇଁ ଗୋଟି ଗୋଟି କରି ୩୦ଟି ଇନଷ୍ଟାଗ୍ରାମ ଆକାଉଣ୍ଟ ଖୋଲି ସେଥିରୁ ନିଜକୁ ଜୀବନରୁ ମାରିଦେବା ଭଳି ମେସେଜ ପଠାଉଥିଲେ ।

କେବଳ ଏତିକି ନୁହେଁ ବରଂ ସେ ଜୋଲିଙ୍କ ଉପରେ ତାଙ୍କ ପିଛା କରିବା, ଅଶ୍ଳୀଳ କମେଣ୍ଟ କରିବା ଓ ଉତ୍ପୀଡନ ଆଦିର ଆରୋପ ଲଗାଇ ପୋଲିସ ଆଗରେ ବୟାନ ମଧ୍ୟ ଦେଇଥିଲେ । କୋର୍ଟନୀଙ୍କ ଅଭିଯୋଗ ପରେ ପୋଲିସ ଜୋଲିଙ୍କୁ ୬ଥର ଗିରଫ କରିଥିଲା । ନିର୍ଦ୍ଦୋଷ ଜୋଲିଙ୍କୁ ୮୧ ଘଣ୍ଟା ହିରାସତରେ ରହିବାକୁ ପଡିଲା ଯେଉଁଥିରେ ସାରା ରାତି ରିମାଣ୍ଡ ମଧ୍ୟ ସାମିଲ ରହିଛି । ଏହା ଯୋଗୁଁ ଜୋଲିଙ୍କ ଚାକିରି ମଧ୍ୟ ଚାଲି ଯାଇଥିଲା ଓ ଇଲେକ୍ଟ୍ରୋନିକ ଟ୍ୟାଗ ଲଗାଯାଇ ତାଙ୍କୁ ଘରେ ନଜରବନ୍ଦୀ କରା ଯାଇଥିଲା ।

ଏତେ ସବୁ ପରେ ବି ଜୋଲି ଅପରାଧ ସ୍ଵୀକାର କରି ନଥିଲେ । ତାଙ୍କ କେସ ଆଧାରରେ ଜୋଲିଙ୍କ ଦ୍ଵାରା ପଠା ଯାଇଥିବା ଇନଷ୍ଟାଗ୍ରାମ ମେସେଜ ଗୁଡିକୁ ଭଲଭାବେ ଯାଞ୍ଚ କରିବାକୁ କୋର୍ଟ ଆଦେଶ ଦେଇଥିଲେ । କିନ୍ତୁ ମେସେଜ ରିକଭରି ହେବାକୁ ଅନେକ ସମୟ ଲାଗିବାରୁ କେସ ସେହିପରି ଗଡି ଚାଲିଥିଲା ।

କିନ୍ତୁ ନିକଟରେ ହିଁ ଏହି ମାମଲାରେ ଏକ ନୂଆ ଟ୍ଵିଷ୍ଟ ଆସିଥିଲା ଯେତେବେଳେ ଜଣାପଡିଲା କି, କୋର୍ଟନୀଙ୍କ ମୋବାଇଲ ଫୋନରୁ ହିଁ ଏକାଧିକ ଇନଷ୍ଟାଗ୍ରାମ ବନାଯାଇଛି । ସବୁ ଆକାଉଣ୍ଟ ଗୁଡିକର ଆଇପି ଆଡ୍ରେସ ସମାନ ଥିଲା । ପଚରାଉଚରା ସମୟରେ କୋର୍ଟନୀ ନିଜ ଦୋଷ ସ୍ଵୀକାର କରିଥିଲେ । ତାଙ୍କ ନୂଆ ବୟଫ୍ରେଣ୍ଡ ମଧ୍ୟ ଏଥିରେ ତାଙ୍କ ସହ ସାମିଲ ଥିଲା । କୋର୍ଟନୀ ନିଜ ମାଙ୍କୁ ମଧ୍ୟ ଅନ୍ଧାରରେ ରଖିଥିଲେ ।

ଅନେକ ଥର ତାଙ୍କ ଦ୍ଵାରା ପୋଲିସକୁ ଫୋନ କରିଥିଲେ । ଏହି ମାମଲାରେ କୋର୍ଟ ତାଙ୍କୁ ୧୦ ମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ ଶୁଣାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।