କୋଟି କୋଟି ଟଙ୍କା କମାଉଥିଲେ ବି ପିଲାଙ୍କୁ ଗଣି ଗଣି ପଇସା ଦିଅନ୍ତି Akshay Kumar, ଆଉ ପ୍ରତି ଟଙ୍କାର ନିଅନ୍ତି ହିସାବ

ବଲିଉଡର ଟପ୍ ଅଭିନେତା ଅକ୍ଷୟ କୁମାର ନିଜ ଅଭିନୟ ସହ ଫିଟନେସ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ଅକ୍ଷୟ ପାର୍ଟି କରିବା ଠୁ ଅଧିକ ଜଗି॰ ଏବଂ ଏକ୍ସରସାଇଜ କରୁଥିବାର ଦେଖିବାକୁ ମିଳନ୍ତି । ବକ୍ସ ଅଫିସରେ ଅଭିନେତାଙ୍କ ଫିଲ୍ମ ବମ୍ପର ରୋଜଗାର କରେ । କାରଣ ତାଙ୍କ ଫିଲ୍ମ ଗୁଡିକୁ ଦର୍ଶକ ଖୁବ ପସନ୍ଦ କରନ୍ତି । କେବଳ ଫିଲ୍ମ ନୁହେଁ ବରଂ ସେ ନିଜ ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ଅକ୍ଷୟ କୁମାର ନିଜ ପତ୍ନୀ ଟ୍ଵିଙ୍କିଲ ଖାନ୍ନା ଓ ଦୁଇ ସନ୍ତାନଙ୍କୁ ଖୁବ ପ୍ରେମ କରନ୍ତି ।

ଅକ୍ଷୟ କୁମାର ଖୁବ ସମୟାନୁବର୍ତ୍ତୀ ବୋଲି ମଧ୍ୟ ସମସ୍ତେ ଜାଣନ୍ତି । ସେ ସମୟ ହିସାବରେ କାର୍ଯ୍ୟ କରିବାକୁ ଭଲ ପାଆନ୍ତି । ସେ ନିଜ ସୁଟି॰ ଶୀଘ୍ର ଶେଷ କରି ନିଜ ପରିବାର ସହ ସମୟ ବିତାଇବାକୁ ଖୁବ ଭଲ ପାଆନ୍ତି । ଜଣେ ବଡ ଷ୍ଟାର ହୋଇଥିଲେ ମଧ୍ୟ ସେ ଘରେ ଜଣେ ସାଧାରଣ ପିତା ପରି ରୁହନ୍ତି ଓ ସାଧାରଣ ପିଲାଙ୍କ ପରି ତାଙ୍କ ପିଲାମାନେ ମଧ୍ୟ ବଡ ହୁଅନ୍ତୁ ବୋଲି ସେ ଚାହାନ୍ତି । ଅକ୍ଷୟ ଓ ତାଙ୍କ ପତ୍ନୀ ଟ୍ଵିଙ୍କିଲ ଦୁହେଁ ଚାହାନ୍ତି କି ତାଙ୍କ ପିଲାମାନେ ପଇସାର ମୂଲ୍ୟ ବୁଝନ୍ତୁ ଓ ପଇସା ବିଲକୁଲ ମଧ୍ୟ ବରବାଦ ନ କରନ୍ତୁ ।

ସେଥିପାଇଁ ଅକ୍ଷୟ କୁମାର ଯେତେବେଳେ ମଧ୍ୟ ବାହାରକୁ ଯାଆନ୍ତି ସେ ଇକୋନୋମି କ୍ଳାସରେ ହିଁ ଯାତ୍ରା କରନ୍ତି । ଅକ୍ଷୟ କୁମାରଙ୍କ ପୁଅ ଆରବ ମାର୍ଶାଲ ଆର୍ଟରେ ବ୍ଲାକ ବେଲ୍ଟ ହାସଲ କରିଛନ୍ତି । ଏହି ବିଜୟ ପରେ ତାଙ୍କୁ ବିଜନେସ କ୍ଳାସରେ ପ୍ରଥମ ଥର ପାଇଁ ଯାତ୍ରା କରିବାକୁ ସୁଯୋଗ ମିଳିଥିଲା । ଅକ୍ଷୟ ନିଜ ପୁଅକୁ ଶିଖାଇବାକୁ ଚାହାନ୍ତି କି ଆମକୁ ସବୁକିଛି ପରିଶ୍ରମ ବଳରେ ମିଳିଥାଏ । ଅକ୍ଷୟଙ୍କ ଝିଅ ନିତାରା ଏବେ ବହୁତ ଛୋଟ ଅଛନ୍ତି । କିନ୍ତୁ ଛୋଟ ବୟଶ୍ରୁ ହିଁ ନିତାରାଙ୍କୁ ସବୁ ପ୍ରକାର ବହି ପଢିବାର ଖୁବ ସଉକ ରହିଛି ।

ରାମାୟଣ ଠାରୁ ନେଇ ସମସ୍ତ ପରୀ କାହାଣୀ ବହି ପଢନ୍ତି ନିତାରା ଓ ଅକ୍ଷୟ ମଧ୍ୟ ତାଙ୍କୁ ନିଜେ କାହାଣୀ ଶୁଣାନ୍ତି । ସେ ନିଜ ପିଲାଙ୍କଉ କ୍ରିଏଟିଭ ହେବା ପାଇଁ ସମସ୍ତ ପ୍ରକାର ସ୍ଵାଧୀନତା ଦିଅନ୍ତି । ଅକ୍ଷୟ କୁମାର ଚାହାନ୍ତି ତାଙ୍କ ପିଲମାନଙ୍କୁ ମିଳୁଥିବା ସମସ୍ତ ଜିନିଷର ସେମାନେ ମହତ୍ଵ ବୁଝନ୍ତୁ ବୋଲି । ସେମାନଙ୍କୁ ପକେଟ ମନି ଦେଲେ ସେ ତାର ମଧ୍ୟ ହିସାବ ରଖନ୍ତି । ଟ୍ଵିଙ୍କିଲ ଖାନ୍ନା କୌଣସି କାମରେ ବାହାରକୁ ଯାଇଥିଲେ ଅକ୍ଷୟ ଏକା ଦୁଇ ପିଲାଙ୍କୁ ସମ୍ଭାଳି ନିଅନ୍ତି ।

ପିଲାଙ୍କ ସହ କଥା ହୋଇ ସେମାନେ ଦିନସାରା କଣ କଲେ ତାହା ମଧ୍ୟ ଖବର ନିଅନ୍ତି ଅକ୍ଷୟ କୁମାର । ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲବଟମ’ କୁ ସମସ୍ତେ ଖୁବ ପସନ୍ଦ କରିଥିବା ବେଳେ ଆଗକୁ ତାଙ୍କର ଆହୁରି ଅନେକ ଫିଲ୍ମକୁ ଦର୍ଶକ ପ୍ରତୀକ୍ଷା କରି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।