ଯେତେବେଳେ କରିନା ନୁହେଁ ଅମୃତାଙ୍କର ସ୍ଵାମୀ ଥିଲେ ସୈଫ ଅଲୀ ଖାନ, ଦେଖନ୍ତୁ କେମିତି ଥିଲା ଦୁଇ ଜଣଙ୍କର କେମେଷ୍ଟ୍ରି

ସୈଫ ଅଲୀ ଖାନ ବଲୀଉଡର ଛୋଟ ନବାବ ନାମରେ ଜଣା ଯାଆନ୍ତି । ଯେମିତି କି ଆମେ ସମସ୍ତେ ଜାଣିଛୁ କି ସୈଫ ଅଲୀ ଖାନଙ୍କର ପ୍ରଥମ ବିବାହ ଅଭିନେତ୍ରୀ ଅମୃତା ସିଂହଙ୍କ ସହ ହୋଇଥିଲା । ସେମାନେ ଏହି ବିବାହ ସମସ୍ତଙ୍କ ଠାରୁ ଲୁଚିକରି କରିଥିଲେ । ସେମାନଙ୍କର ଘର ଲୋକମାନେ ବି ଏହି ବିବାହକୁ ନେଇ ବହୁତ କ୍ରୋଧିତ ହୋଇଥିଲେ କାରଣ ସୈଫ ଅମୃତାଙ୍କ ଠାରୁ ବହୁତ ଛୋଟ ଥିଲେ ।

କିନ୍ତୁ ଧୀରେ ଧୀରେ ମାମଲା ସେଟଲ ହୋଇଗଲା ଓ ସେ ଏକ ସୁଖମୟ ଜୀବନ ଯାପନ କରିବାକୁ ଲାଗିଲେ । କହିଦେଉଛୁ କି ହିନ୍ଦୁ ପରିବାରର ଅମୃତା ସୈଫଙ୍କ ସହ ବିବାହ କରିବା ପାଇଁ ଇସ୍ଲାମ ଧର୍ମକୁ ଆପଣାଇ ଥିଲେ । ସୈଫ ଓ ଅମୃତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯାହାଙ୍କର ନାମ ସାରା ଅଲୀ ଖାନ ଓ ଇବ୍ରାହିମ ଅଲୀ ଖାନ ଅଟେ ।

କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କର ଡିଭୋର୍ସ ହୋଇ ସାରିଛି ଓ ସୈଫ ୧୬ ଅକ୍ଟୋବର ୨୦୧୨ରେ କରିନା କପୁରଙ୍କ ସହ ବିବାହ କରି ସାରିଛନ୍ତି । ସେମାନଙ୍କର ଏକ ପୁଅ ବି ଅଛି ଯାହାର ନାମ ତୈମୂର ଅଲୀ ଖାନ ଅଟେ । ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କ ପାଇଁ ଅମୃତା ଓ ସୈଫଙ୍କର କିଛି ଫଟୋ ନେଇ ଆସିଛୁ ।

ବାହାଘର ସମୟରେ କେବଳ ୨୧ ବର୍ଷର ହିଁ ଥିଲେ ସୈଫ

ଆପଣଙ୍କୁ କହିଦେଉଛୁ କି ପ୍ରଥମ ବିବାହ ସମୟରେ ସୈଫ ମାତ୍ର ୨୧ ବର୍ଷର ହିଁ ଥିଲେ ଓ ଅମୃତାଙ୍କର ବୟସ ୩୪ ବର୍ଷ ଥିଲା । ଯେତେବେଳେ ଦୁଇ ଜଣ ବିବାହ କରିଥିଲେ ସେତେବେଳେ ସୈଫଙ୍କର କ୍ୟାରିୟର ଆରମ୍ଭ ବି ହୋଇ ନ ଥିଲା ଓ ଅମୃତା ନିଜର କ୍ୟାରିୟରରେ ଟପ ରେ ଥିଲେ । କିନ୍ତୁ ବିବାହର ୧୩ ବର୍ଷ ପରେ ୨୦୦୪ରେ ପରସ୍ପର ଡିଭୋର୍ସ ନେଇ ନେଲେ । ଡିଭୋର୍ସ ପରେ ଝିଅ ସାରା ଓ ପୁଅ ଇବ୍ରାହିମ ନିଜ ମା’ଙ୍କ ପାଖରେ ରହୁଛନ୍ତି । କିନ୍ତୁ ଆଜି କରିନା ଓ ସୈଫ ନିଜର ସମସ୍ତ ସନ୍ତାନଙ୍କ ସହିତ ଫ୍ରେଂଡଲି ରିଲେସନ ରଖିଛନ୍ତି ।

ଏମିତି ହୋଇଥିଲା ଅମୃତାଙ୍କର ସାକ୍ଷାତ

ଦୁଇ ଜଣଙ୍କର ସାକ୍ଷାତ ଦିଲ୍ଲୀର ଏକ ସୁଟ ସମୟରେ ହୋଇଥିଲା । ଅମୃତା ଏକ ଇଣ୍ଟରଭ୍ୟୁରେ କହିଲେ କି ଶୁଟ ସମୟରେ ଯେତେବେଳେ ସୈଫ ତାଙ୍କ କାନ୍ଧ ଉପରେ ହାତ ରଖିଲେ ତେବେ ସେ ତାଙ୍କୁ ରାଗିକରି ଦେଖିଲେ କାରଣ ସେତେବେଳେ ସେ ତାଙ୍କର ସିନିୟର ଥିଲେ । କିନ୍ତୁ ଏହା ପରେ ଦିନେ ସୈଫ ଅମୃତାଙ୍କୁ ଡିନର ପାଇଁ ଇନଭାଇଟ କରିଲେ କିନ୍ତୁ ଅମୃତା ଯିବାକୁ ମନା କରିଦେଲେ । କିନ୍ତୁ ପରେ ସେ ନିଜେ ସୈଫଙ୍କୁ ନିଜ ଘରେ ଡିନର ପାଇଁ ଡ଼ାକିଥିଲେ ।

ସବୁ ମାସରେ ୧ ଲକ୍ଷ ଟଙ୍କା ଦେଇଥାନ୍ତି ସୈଫ

ସୈଫ ଅଲୀ ଖାନ ଓ ଅମୃତା ସିଂହଙ୍କର ଡିଭୋର୍ସ ବଲୀଉଡର ସବୁଠୁ ଦାମୀ ଡିଭୋର୍ସ ମଧ୍ୟରୁ ଗୋଟିଏ ଅଟେ । ଖବର ଅନୁସାରେ ସୈଫ ଅମୃତାଙ୍କୁ ୫୦ କୋଟି ଟଙ୍କା ଓ ନିଜର ଅଧା ସମ୍ପତ୍ତି ଦେଇଥିଲେ । ଏହା ଛଡା ପିଲାମାନଙ୍କର ଦେଖାଶୁଣା କରିବା ପାଇଁ ବି ମାସକୁ ୧ ଲକ୍ଷ ଟଙ୍କା ଦେଇଥାନ୍ତି ।

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।