ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରୁ ଆଗେ କାହାର ମୃତ୍ୟୁ ହେବ କିପରି ଜାଣିବେ

ଆଜି ଆମେ କଥା ହେବା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରୁ ଆଗେ କାହାର ମୃତ୍ୟୁ ହେବ କେମିତି ଜାଣିବେ । ଗୋଟିଏ ଲୋକକଥା ଅଛି କି ଅକ୍ଷର ଦ୍ଵିଗୁଣ ଚଷ ଗୁଣ ମାତ୍ରା, ନାମେ ନାମେ କରି ସମତା, ତିନି ହରି ଆଣ, ତହୁଁ ମରା ବଞ୍ଚା ଜାଣ । ଶୂନ୍ୟ ମରେ ପତି, ୨ ରହିଲେ ମରେ ଯୁବତୀ ।

ଏହି ଲୋକ କଥାଟିର କିଛି ଆକ୍ଷରିକ ଅର୍ଥ ଅଛି ଯାହା ଆମେ ଆପଣଙ୍କୁ ଆଜି ଉଦାହରଣ ସହ ବୁଝାଇବୁ । ଆମେ ଚାହୁଁନୁ କି କାହାର ମୃତ୍ୟୁ ହେଉ କିନ୍ତୁ ସ୍ଵାମୀ ସ୍ତ୍ରୀ ଏହି ଉପାୟ କୁ ଅବଲମ୍ବନ କରି ଜାଣି ପାରିବେ କି କାହାର ଆଗେ ମୃତ୍ୟୁ ହେବ ।

ସ୍ଵାମୀ ସ୍ତ୍ରୀ ମଧ୍ୟରୁ କାହାର ଆଗ ମୃତ୍ୟୁ ହେବ ଜାଣିବାକୁ ହେଲେ ଦୁହିଁଙ୍କର ନାମର ମୋଟ ଅକ୍ଷର ସଂଖ୍ୟାକୁ ଦୁଇ ଗୁଣ କରିବା । ପୁନଶ୍ଚ ଦୁହିଁଙ୍କର ନାମରେ ଥିବା ମାତ୍ରାକୁ ଚାରି ଗୁଣ କରି ପୂର୍ବୋକ୍ତ ଦୁହିଁଙ୍କର ନାମାକ୍ଷର ସଂଖ୍ୟା ସାଙ୍ଗରେ ମିଶାଇ ୩ ଦ୍ଵାରା ହରଣ କରିବା । ଅବଶିଷ୍ଟ ୧ ବା ୦ ରହିଲେ ଆଗେ ପତିର ମୃତ୍ୟୁ ହେବ ନଚେତ ୨ ରହିଲେ ଆଗେ ପତ୍ନୀ ର ମୃତ୍ୟୁ ହେବ ବୋଲି ଜାଣିବେ ।

ଉଦାହରଣ –

ପତିର ନାମ ‘ଭଗବାନ’ ଅକ୍ଷର ସଂଖ୍ୟା – ୪
ପତ୍ନୀର ନାମ ‘ଚାନ୍ଦ’ ଅକ୍ଷର ସଂଖ୍ୟା – ୨

ମୋଟ ସଂଖ୍ୟା – ୬

୬+୬ = ୧୨

ପତିର ନାମରେ କେବଳ ‘ବା’ ଥିବାରୁ ମାତ୍ରା ସଂଖ୍ୟା – ୧
ପତ୍ନୀର ନାମରେ କେବଳ ‘ଚା’ ଥିବାରୁ ମାତ୍ରା ସଂଖ୍ୟା – ୧

ମୋଟ ସଂଖ୍ୟା – ୨
୨ * ୪ = ୮

ଉଭୟ ଅକ୍ଷର ଦ୍ଵିଗୁଣ ୧୨ + ୮ = ୨୦/୩ ଲବ୍ଧ, ୨ ଅବଶିଷ୍ଟ

ଅବଶିଷ୍ଟ ୨ ରହିବାରୁ ବୁଝାଗଲା କି ଆଗେ ପତ୍ନୀ ବା ଚାନ୍ଦର ମୃତ୍ୟୁ ହେବ । ଆମେ କହିଥିଲୁ କି ଯଦି ୦ ବା ୧ ରହିବ ତା ହେଲେ ଆଗେ ପତିର ମୃତ୍ୟୁ ହୋଇଥାନ୍ତା । ଯଦି ୨ ରହିବ ତେବେ ପତ୍ନୀର ମୃତ୍ୟୁ ପ୍ରଥମେ ହେବ । ଏହି ଉପାୟକୁ ଅବଲମ୍ବନ କରି ଆପଣ କାହାର ଆଗେ ମୃତ୍ୟୁ ହେବ ଜାଣି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।