ନ୍ୟୁୟର୍କରେ ଅନୁପମ ଖେରଙ୍କ ଘରେ ଋଷି ଓ ନୀତୁ କପୁର କରିଲେ ଲଞ୍ଚ, ଫଟୋ ଶେୟାର କରି ଲେଖିଲେ ଏମିତି ଇମୋଶନଲ କଥା, ଦେଖନ୍ତୁ

ବଲୀଉଡର ବଡ ବଡ ଅଭିନେତାମାନଙ୍କ ମଧ୍ୟରେ ସାମିଲ ଥିବା ଋଷି କପୁର ବର୍ତ୍ତମାନ ନ୍ୟୁୟର୍କରେ ନିଜର ଚିକିଶ୍ଚା କରୁଛନ୍ତି । ନ୍ୟୁୟର୍କରେ ତାଙ୍କର ଚିକିଶ୍ଚା ପାଖାପାଖି ଶେଷ ହୋଇଗଲାଣି ଓ ସେ ଜଲ୍ଦି ହିଁ ନିଜ ଦେଶକୁ ଫେରି ଆସିବେ । ଏହି ସବୁ ମଧ୍ୟରେ ଋଷି କପୁର ନିଜର ଖାସ ବନ୍ଧୁ ଅନୁପମ ଖେରଙ୍କ ସହିତ ଦେଖା କରିବା ପାଇଁ ତାଙ୍କ ଘରକୁ ଯାଇଥିଲେ, ଯାହା ପରେ ସେମାନଙ୍କର ଫଟୋ ବର୍ତ୍ତମାନ ଭାଇରାଲ ହେବାକୁ ଲାଗିଛି । ଭାଇରାଲ ଫଟୋରେ ଅନୁମପଙ୍କ ଘରେ ଋଷି କପୁର ଓ ତାଙ୍କର ପତ୍ନୀଙ୍କ ସହ ମିଶି ଲଞ୍ଚ କରୁଛନ୍ତି ।

ବହୁତ ସମୟ ପରେ ଫୁଲକା ଖାଇଲି – ଋଷି କପୁର

ଅନୁପମ ଖେରଙ୍କ ଘରେ ଲଞ୍ଚ କରିବା ସମୟରେ ଏକ ଫଟୋ ଋଷି କପୁର ନିଜର ଟ୍ଵିଟର ହ୍ୟାଣ୍ଡେଲରେ ଶେୟାର କରି ଏକ କ୍ୟାପ୍ସନ ଦେଲେ କି ଅନୁମପଙ୍କ ଘରେ ଲଞ୍ଚ…… ବହୁତ ସମୟ ପରେ ମୁଁ ଅଟାର ଫୁଲକା ଖାଇଲି ।

ଏହା ସହିତ ଋଷି କପୁର ଲେଖିଲେ କି ଏହି ମଜାଦାର ଓ ସ୍ଵାଦିଷ୍ଟ ଖାଦ୍ୟ ଅନୁପମଙ୍କର ଫ୍ରାଇଡେ ଦାଦୁଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଆପଣମାନେ ବି ଦେଖି ପାରିବେ ଏହି ଫଟୋରେ ଋଷି କପୁର ନିଜ ହାତରେ ଫୁଲକାକୁ ଧରିଛନ୍ତି, ଅନ୍ୟ ପଟେ ଅନୁପମ ଖେର ଓ ନୀତୁ କପୁର ସ୍ମାଇଲ ଦେଉଛନ୍ତି ।

ଅନୁପମ ଖେର ବି ଶେୟାର କରିଲେ ଫଟୋ

ଅନୁପମ ଖେର ଋଷି କପୁର ଓ ନୀତୁ କପୁରଙ୍କ ସହିତ ଲଞ୍ଚ କରୁଥିବାର ଫଟୋ ବି ଶେୟାର କରିଛନ୍ତି । ଏହି ଫଟୋର କ୍ୟାପ୍ସନରେ ଅନୁପମ ଲେଖିଲେ କି ଋଷି କପୁର ଓ ନୀତୁ କପୁରଙ୍କୁ ନିଜ ଘରେ ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଏହା ସହିତ ନୀତୁ କପୁର କହିଲେ କି ଆମେ କେବେ ବି ଚିନ୍ତା କରି ନ ଥିଲୁ କି ନ୍ୟୁୟର୍କରେ ଏହିଭଳି କାହା ଘରେ ଆମେ ଲଞ୍ଚ କରିବୁ । ଏହା ସହିତ ସେ ଫ୍ରାଇଡେ ଦାଦୁଙ୍କର ପ୍ରଶଂସା ବି କରିଲେ, ଯିଏକି ଏହି ଖାଦ୍ୟ ପ୍ରସ୍ତୁତ କରିଥିଲେ ।

କ୍ୟାନ୍ସରରେ ପୀଡିତ ଥିବାରୁ ଋଷି କପୁର ବଲୀଉଡ ଦୁନିଆରୁ ଦୂରେଇ ଯାଇଥିଲେ, କିନ୍ତୁ ୯ ମାସ ପରେ ତାଙ୍କର ଫିଲ୍ମ ପରଦାରେ ରିଲିଜ ହୋଇଛି, ଯାହାକୁ ଫ୍ୟାନମାନେ ବହୁତ ଅପେକ୍ଷା କରିଥିଲେ । କହିଦେଉଛୁ କି ଋଷି କପୁରଙ୍କର ଫିଲ୍ମ ‘ଝୂଠା କହୀଂ କା’ ୧୯ ଜୁଲାଇରେ ସିନେମା ଘର ଗୁଡିକରେ ରିଲିଜ ହୋଇ ସାରିଛି, ଯାହାର ଶୁଟିଙ୍ଗ ସେ ନ୍ୟୁୟର୍କ ଯିବା ପୂର୍ବରୁ କରି ସାରିଥିଲେ, କିନ୍ତୁ ଫ୍ଲିମଟି ବର୍ତ୍ତମାନ ପରଦାରେ ରିଲିଜ ହୋଇଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।