ଟିଭି ସିରିଏଲ “ସୋନପରୀ” ର ଏହି ଚାଇଲ୍ଡ ଆକ୍ଟ୍ରେସ ଆଜି ଏତେ ବର୍ଷ ପରେ ଦେଖା ଯାଉଛନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ନିଶ୍ଚିତ ଭାବରେ ଜାଣିଥିବେ ଯେ, ଧାରାବାହିକ ‘ସୋନପରୀ’ ପିଲା ମାନଙ୍କ ର ବହୁତ ପ୍ରିୟ ଧାରାବାହିକ ଥିଲା। ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ଏହି ଧାରାବାହିକ ଟି ପ୍ରସାରିତ ହୋଇଥିଲା। ଏହାକୁ ଦେଖିବା ପାଇଁ ପିଲାମାନେ ବହୁତ ପସନ୍ଦ କରନ୍ତି ଏବଂ ନିଜ ନିଜର କାମ ସାରି ଟିଭି ଆଗରେ ବସି ପଡ଼ନ୍ତି। ଏବଂ ଏହା ବଡ଼ ଲୋକଙ୍କୁ ବି ମଧ୍ୟ ପସନ୍ଦ କରୁଥିଲେ। ଏବଂ ସେହି ଧାରବାହିକ ଟି ଆମ ମାନଙ୍କ ର ମଧ୍ୟ ପସନ୍ଦ ଥିବ। କାରଣ ଆମେ ମଧ୍ୟ ସେତେବେଳେ ପିଲା ହିଁ ହୋଇଥିବୁ।

ସୋନ ପରୀ ଧାରାବାହିକ ବିଷୟରେ ଆଲୋଚନା କଲେ ଏଥିରେ ଆଲତୁ ଏବଂ ଏକ ପରୀ ଯିଏ ସୋନ ପରୀ ସେ ଏହି ଧାରବାହିକ ର ଅଭିନେତ୍ରୀ ଙ୍କର ସାହାର୍ଯ୍ୟ କରୁ ଥିଲେ। ଏହି ଧାରାବାହିକ ରେ ଅନେକ ଚରିତ୍ର ଗୁଡିକ ଥିଲେ।

ଯାହା ଦ୍ୱାରା ହିଁ ଏହି ଧାରବାହିକ ରେ ଜୀବନ ଦେଉ ଥିଲେ।ଏବଂ ଏହା ଛଡା ଅନେକ ଧାରାବାହିକ ମଧ୍ୟ ଥିଲେ ଯେପରି ସାକାଲାକା ବୁମ ବୁମ, କରିସ୍ମା କା କରିସ୍ମା, ଶରାରତ, ଜୁନିୟର ଜି ଆଦି ଅନେକ ଧାରାବାହିକ କୁ ଲୋକମାନେ ଖୁବ ପସନ୍ଦ କରିଥିଲେ ଏବଂ ପିଲା ମାନେ ବହୁତ ଅଧିକ ଏହି ଧାରାବାହିକ ଗୁଡିକ କୁ ବହୁତ ପସନ୍ଦ କରୁଥିଲେ।

ନବେ ଦଶକ ରେ ଯେଉଁମାନେ ନିଜର ପିଲାବେଳ ଅତିବାହିତ କରିଥିବେ କେବଳ ସେମାନେ ହିଁ ସୋନପରୀ ଧାରାବାହିକ କୁ ବହୁତ ଭଲ ଭାବରେ ଜାଣିଥିବେ। ଏହି ଧାରାବାହିକ ରେ ସୋନ ପରୀ କୁ ସମସ୍ତେ ଚାହୁଁଥିଲେ କିନ୍ତୁ ସୋନ ପରୀ କେବଳ ଫ୍ରୁଟି କୁ ଚାହୁଁଥିଲେ। ସେ ହେଉଛନ୍ତି ସିଏ ଯିଏ ସର୍ଵଦା ଅସୁବିଧା ରେ ପଡି ଯାଉଥିଲା ଏବଂ ତାକୁ ସେହି ବିପଦରୁ ମୁକ୍ତି ପାଇବା ପାଇଁ ସେ ସୋନପରୀ ଙ୍କୁ ନିଜ ପାଖରେ ଥିବା ପଥର କୁ ଘସୁ ଡାକୁଥିଲା ଏବଂ ସୋନପରୀ ଆସି ତା’ର ସାହାଯ୍ୟ କରୁଥିଲେ।

ତେବେ ବନ୍ଧୁଗଣ ଆଜି ଆମେ ସେହି ଫ୍ରୁଟି ବିଷୟରେ ଆଲୋଚନା କରିବା ଯିଏ ଏବେ ବହୁତ ବଡ଼ ହୋଇଯାଇଛି। ଧାରାବାହିକ ‘ସୋନପରୀ’ ରେ ‘ଫ୍ରୁଟି’ ନାମକ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଜଣକ ହେଉଛନ୍ତି ‘ତନବୀ ହେଗଡେ’। ଯେତେବେଳେ ସୋନ ପରୀ ଧାରବାହିକ ଆସୁଥିଲା ସେତେବେଳେ ତନବୀ ମାତ୍ର ତିନି ବର୍ଷ ର ଥିଲେ। ଏବଂ ସେତେବେଳେ ହିଁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ।

ଏବଂ ଏବେ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଏବଂ ବହୁତ ବଡ଼ ମଧ୍ୟ ହୋଇ ଗଲେଣି। ତନବୀ ହିଗଡେ ଏବେ ଛବିଶ ବର୍ଷ ର ହୋଇ ଗଲେଣି।ଏହି ଅଭିନେତ୍ରୀ ଜଣେ ହଟ ମଡେଲ ମଧ୍ୟ ହୋଇ ଗଲେଣି। ତନବୀ ହେଗଡେ ବର୍ତ୍ତମାନ ମରାଠୀ ସିନେମାରେ ଅଭିନୟ କରୁଛନ୍ତି। ତନବୀ ନିଜର ଅଭିନୟ କ୍ୟାରିୟର ବାଲ୍ୟ କଳାକାର ଭାବରେ ଆରମ୍ଭ କରିଥିଲେ। ଆପଣ ମାନେ ତାଙ୍କୁ ବାଃ ‘ଲାଇଫ ହୋ ତୋ ଏସି’, ‘ଚାମ୍ପିୟାନ’ ଆଦି ସିନେମା ରେ ଅଭିନୟ କରିବାର ଦେଖା ଦେଇଛନ୍ତି। ଏହା ଛଡା ସେ ଅନେକ ମରାଠୀ ସିନେମାରେ ମଧ୍ୟ ଅଭିନୟ କରିବାରେ ନଜର ଆସିଛନ୍ତି।

ଅଭିନେତ୍ରୀ ତନବୀ ହେଗଡେ ୧୯୯୧ ନଭେମ୍ବର ୧୧ ରେ ଜନ୍ମ ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି ଏବଂ ନିଜ କ୍ୟାରିଅର କୁ ନେଇ ସେ ବହୁତ ଖୁସି ରେ ଅଛନ୍ତି। ତେବେ ବନ୍ଧୁଗଣ ଏହାଥିଲା ଧାରାବାହିକ ‘ସୋନପରୀ’ ର ଫ୍ରୁଟି ଅର୍ଥାତ ଅଭିନେତ୍ରୀ ‘ତନବୀ ହେଗଡେ’ ଙ୍କ ସମ୍ବନ୍ଧରେ। ଆଶା କରୁଛୁ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ।