ନୂଆ ନୂଆ ବାହା ହୋଇଥିବା ଓଡିଆ ସେଲିବ୍ରିଟି

ବର୍ତ୍ତମାନ ଚାରିଆଡେ କେବଳ ବାହାଘର ହିଁ ଦେଖାଯାଉଛି । ଏମିତିରେ ଏହି ମାମଲାରେ ଆମର ଓଲିଉଡ କଳାକାରମାନେ ବି ପଛରେ ନାହାନ୍ତି । ଅର୍ଥାତ ଏହି ସମୟରେ ଓଲିଉଡର ବହୁତ ଅଭିନେତା ଓ ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଯାଉଛନ୍ତି । ଏହି କଳାକାରମାନଙ୍କ ମଧ୍ୟରେ ଉଭୟ ଟିଭି ଇଣ୍ଡଷ୍ଟ୍ରିର ଓ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରମାନେ ସାମିଲ ଅଛନ୍ତି । ବିଶେଷ କରି ଅଭିନେତ୍ରୀମାନେ ବହୁତ ଜଲ୍ଦି ଜଲ୍ଦି ବିବାହ କରୁଛନ୍ତି । ଆଜି ଆମେ ଆପଣଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର କିଛି ନୂଆ ଯୋଡି ବିଷୟରେ କହିବୁ ଅର୍ଥାତ ଯେଉଁମାନେ ନୂଆ ନୂଆ ବାହା ହୋଇଛନ୍ତି ।

ଆହାନା – ଓଲିଉଡର ଅଭିନେତ୍ରୀ ଆହାନାଙ୍କୁ ଆପଣମାନେ ବହୁତ ଓଡିଆ ଫିଲ୍ମରେ ଦେଖିଥିବେ ଓ ତାଙ୍କର ଅଭିନୟ ବି ଜବରଦସ୍ତ ଅଟେ । କହିଦେଉଛୁ କି ଆହାନା କିଛି ଦିନ ତଳେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି ।

ରାକେଶ ଓ ଜୁବି

ରାକେଶ ଓ ଜୁବିଙ୍କୁ ଆପଣ ବିଭିନ୍ନ ଧାରାବାହିକରେ ଦେଖିଥିବେ । ଏମିତିରେ ଦୁଇ ଜଣଙ୍କ ପ୍ରେମ କାହାଣୀ ଶୁ-ଟି-ଙ୍ଗ ସେଟରୁ ହିଁ ଆରମ୍ଭ ହୋଇଯାଇଥିଲା । ଶେଷରେ ଦୁଇ ଜଣ ବିବାହ କରି ନେଇଛନ୍ତି ।

ଦିପ୍ତିରେଖା

ଓଲିଉଡର ନମ୍ବର ୧ ଗାୟିକା ଦିପ୍ତିରେଖା ପାଢିଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଛନ୍ତି । ସେ କେବଳ ଗୀତ ଗାଆନ୍ତି ନାହିଁ ଏହା ଛଡା ସେ ଭଲ ଅଭିନୟ ବି କରନ୍ତି । କହିଦେଉଛୁ କି କିଛି ମାସ ତଳେ ଦିପ୍ତିରେଖା ଭୁବନେଶ୍ଵରର ବହୁତ ବଡ ବିଜନେସମ୍ୟାନ ସୋମ୍ୟ ରଞ୍ଜନଙ୍କୁ ବିବାହ କରିଛନ୍ତି ।

ସୋନାଲି

କୁଆଁରୀ ବୋହୁ ସିରିୟଲରେ କବିତା ଅପା ଚରିତ୍ରରେ ଅଭିନେତ୍ରୀ ସୋନାଲି ନଜର ଆସିଥାନ୍ତି । ଏହି ଭୂମିକାରେ ଦର୍ଶକମାନେ ବି ତାଙ୍କୁ ବହୁତ ଅଧିକ ପସନ୍ଦ କରନ୍ତି । କହିଦେଉଛୁ କି ସୋନାଲି କଟକର ଜଣେ ଯୁବକ ପ୍ରଜ୍ଞାଙ୍କୁ ବିବାହ କରିଛନ୍ତି ଓ ବାହାଘର ପରେ ସୋନାଲି କଟକରେ ରହୁଛନ୍ତି ।

ସବ୍ୟସାଚୀ ଓ ଅର୍ଚିତା

ଓଲିଉଡର ସବୁଠୁ ଚର୍ଚିତ ଓ ଲୋକପ୍ରିୟ ଯୋଡି ଅଟନ୍ତି ସବ୍ୟସାଚୀ ଓ ଅର୍ଚିତା । ସବ୍ୟସାଚୀ ଓ ଅର୍ଚିତାଙ୍କ ଦ୍ଵାରା ଅଭିନୀତ ଫିଲ୍ମ ବି ଦର୍ଶକମାନ ବହୁତ ପସନ୍ଦ କରିଥାନ୍ତି । କହିଦେଉଛୁ କି କିଛି ଦିନ ତଳେ ହିଁ ସବ୍ୟସାଚୀ ଓ ଅର୍ଚିତା ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଦୁହେଁ ଦୁଇ ଜଣଙ୍କୁ ଶୁ-ଟି-ଙ୍ଗ ସେଟରେ ଭଲ ପାଉଥିଲେ ଓ ବର୍ତ୍ତମାନ ଦୁଇ ଜଣ ସ୍ଵାମୀ ସ୍ତ୍ରୀ ହୋଇଯାଇଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।