ସୁସ୍ମିତା ସେନଙ୍କ କୋଳକୁ ଆସିଲା ଛୋଟ ଅତିଥି, ଦେଖି ଖୁସିରେ ଖେଳି ଉଠିଲା ଆକ୍ଟ୍ରେସଙ୍କ ଚେହେରା

ସୁସ୍ମିତା ସେନ ହେଉଛନ୍ତି ବଲିଉଡ୍ ର ଜଣେ ଲୋକପ୍ରିୟ ଅଭିନେତ୍ରୀ । ଗୋଟେ ସମୟରେ ସେ ବହୁତ ସୁପରହିଟ ଫିଲ୍ମରେ ଅଭିନୟ କରିଥିଲେ ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ହେଲେ ବର୍ତ୍ତମାନ ସୁସ୍ମିତା ବଲିଉଡ୍ ରୁ ଦୂରରେ ଅଛନ୍ତି । ବହୁତ ବର୍ଷ ହେବ ସେ କୌଣସି ଫିଲ୍ମରେ ଅଭିନୟ କରିନାହାନ୍ତି । ହେଲେ ମିଡିଆ ରିପୋର୍ଟ ଅନୁସାରେ ଆଜି ମଧ୍ୟ ସୁସ୍ମିତା କିଛି ଖବର ପାଇଁ ଚର୍ଚାରେ ଅଛନ୍ତି ।

କିଛି ଦିନ ହେବ ଏକ ଫଟୋ ସୋଇଆଲ ମିଡିଆରେ ବହୁତ ଭାଇରାଲ ହୋଇଛି । ଏହି ଫଟୋରେ ସୁସ୍ମିତା ଏକ ଛୋଟ ଛୁଆକୁ ନିଜ କୋଳରେ ନେଇ ଜୋର ଜୋର ରେ ହସୁଥିବାର ଦେଖା ଯାଇଛି ।


ଫଟୋରେ ଛୁଆଟି ସୁସ୍ମିତାଙ୍କ ଓଠରେ ଥିବା ଲିପ୍ସଟିକକୁ ଛୁଉଁଛି, ଏହାର ପ୍ରତିକ୍ରିୟାରେ ସୁସ୍ମିତା ହସୁଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ଏହି ଫଟୋ ସବୁ ସ୍ଥାନରେ ଭାଇରାଲ ହେଉଛି । ଖବର ଅନୁସାରେ ସୁସ୍ମିତା ନିଜ ପ୍ରୋଜେକ୍ଟ ପାଇଁ ରାଜସ୍ଥାନ ଯାଇଥିଲେ ଓ ସେହି ସ୍ଥାନରେ ଏହି ଫଟୋ କ୍ଲିକ କରା ଯାଇଛି । ସୁସ୍ମିତା ଏହି ଫଟୋକୁ ତାଙ୍କ ଇଂଷ୍ଟାଗ୍ରାମରେ ସେୟାର କରିଛନ୍ତି ଓ କ୍ୟାପ୍ସନରେ ଲେଖିଛନ୍ତି, “ଚାରିପାଖରେ ଏତେ ସିକ୍ୟୁରୀଟି ଥାଇ ମଧ୍ୟ ମୋର ଏହି ଛୋଟ ସାଙ୍ଗକୁ ଲିପଷ୍ଟିକକୁ ଛୁଇଂବାରୁ କେହି ଅଟକାଇ ପାରିଲେ ନାହିଁ । ସୁଟିଙ୍ଗକୁ ବନ୍ଦ କରାଗଲା, ବର୍ତ୍ତମାନ ମେକଅପ୍ ଟଚଅପ୍ ର ସମୟ” ।


ସୁସ୍ମିତାଙ୍କ ଏହି ଫଟୋକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି । ଏହି ଫଟୋରେ ସୁସ୍ମିତା ସବୁବେଳ ପରି ହସୁଥିବାର ନଜର ଆସୁଛନ୍ତି । ସୁସ୍ମିତା ଛୁଆ ମାନଙ୍କୁ ବହୁତ ପସନ୍ଦ କରନ୍ତି । ଖାସ କରି ଛୋଟ ଝିଅ ମାନେ ତାଙ୍କୁ ବହୁତ ପସନ୍ଦ । ଏଥିପାଇଁ ସେ ବିବାହ ନକରି ମଧ୍ୟ ଦୁଇଟି ଝିଅଙ୍କର ପାଳନ ପୋଷଣ କରୁଛନ୍ତି । ସୋସିଆଲ ମିଡିଆରେ ସୁସ୍ମିତା ପ୍ରାୟତଃ ତାଙ୍କର ଦୁଇ ଝିଅଙ୍କ ଫଟୋ ଶେୟାର କରନ୍ତି ।


୧୯ ନଭେମ୍ବର ୧୯୭୫ ମସିହାରେ ଜନ୍ମ ହୋଇଥିବା ସୁସ୍ମିତା ବର୍ତ୍ତମାନ ୪୪ ବର୍ଷର ହୋଇସାରିଛନ୍ତି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ବିବାହ କରି ନାହାନ୍ତି । ହେଲେ ତାଙ୍କର ବୟସ ହିସାବରେ ସୁସ୍ମିତା ବହୁତ କମ ବୟସର ଦେଖାଯାଇଥାନ୍ତି । ସୁସ୍ମିତା ବିବାହ ନକରିବାର ନିସ୍ପତି ନେଇଛନ୍ତି । ସୁସ୍ମିତା ଏକ ସ୍ଵତନ୍ତ୍ର ଓ ଶକ୍ତିଶାଳୀ ମହିଳା ଅଟନ୍ତି । ତାଙ୍କର ମାନସିକ ଚିନ୍ତାଧାରା ବହୁତ ମଝବୁତ ।
ବିବାହ ନକରି ମଧ୍ୟ ସେ ଦୁଇଟି ଝିଅଙ୍କୁ ରଖି ସେମାନଙ୍କ ଲାଳନ ପାଳନ କରୁଛନ୍ତି । ହେଲେ କିଛି ଦିନ ହେବ ସୁସ୍ମିତା ଦିଲ୍ଲୀରେ ରହୁଥିବା ମଣ୍ଡଲ ରୋହମନ ଶାଲଙ୍କୁ ଡେଟ କରୁଛନ୍ତି । ଏହି ଦୁଇଜଣଙ୍କ ରୋମାଣ୍ଟିକ ଫଟୋ ପ୍ରାୟତଃ ସୋସିଆଲ ମିଡିଆରେ ସେୟାର କରାଯାଏ ।