ଜାଣନ୍ତୁ ବିବାହ ପରେ କାହିଁକି ବଢିଯାଏ ଓଜନ, ନଜର ଅନ୍ଦାଜ କରନ୍ତୁ ନାହିଁ ଏହି ଜିନିଷକୁ

ବର୍ତ୍ତମାନ ସମୟରେ ମୋଟାପା ପାଇଁ ସମସ୍ତେ ଚିନ୍ତିତ ଅଛନ୍ତି । ଯୁବକ ହୁଅନ୍ତୁ କିମ୍ବା ବୟସ୍କ ବ୍ୟକ୍ତି ସମସ୍ତେ ଏହି ମୋଟାପା ପାଇଁ ବ୍ୟସ୍ତ ଅଛନ୍ତି । ଏମିତି ଦେଖାଯାଏ କି ଲୋକମାନେ ବିବାହ ପୂର୍ବରୁ ବହୁତ ଫିଟ ରହିଥାନ୍ତି କିନ୍ତୁ ବିବାହ ହୋଇଯିବା ପରେ ଲୋକମାନେ ମୋଟା ହୋଇଯାନ୍ତି । କହିବାକୁ ଗଲେ ଏହି ମୋଟାପା ମହିଳାମାନଙ୍କ ମଧ୍ୟରେ ଅଧିକ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା କି କେଉଁ କାରଣ ଯୋଗୁ ଲୋକମାନେ ବିବାହ ପରେ ମୋଟାପାର ଅଧିକ ଶିକାର ହୋଇ ଯାଆନ୍ତି ଓ ଏହି ମୋଟାପାର ନିବାରଣ କଣ ଅଟେ ।

ଲାଇଫ ଷ୍ଟାଇଲରେ ଚେଞ୍ଜେସ ହେବା –

ବିବାହ ପରେ ଦେଖା ଯାଇଛି କି ଲୋକମାନେ ନିଜର ଲାଇଫ ଷ୍ଟାଇଲକୁ ଚେଞ୍ଜ କରି ଦିଅନ୍ତି । ସ୍ଵାମୀ ସ୍ତ୍ରୀ ଦୁଇ ଜଣଙ୍କ ଗତିବିଧିରେ ହିଁ ବହୁତ ଚେଞ୍ଜେସ ଆସିଥାଏ ।ଏହି କାରଣ ଅଟେ କି ମୋଟାପା ବଢିବାର  ସମ୍ଭାବନା ଅଧିକ ବଢିଯାଏ । ଏହି ମୋଟାପାର ନିବାରଣ ଏହା ଅଟେ କି ନିଜର ଲାଇଫ ଷ୍ଟାଇଲକୁ ବଦଳାନ୍ତୁ ନିଶ୍ଚିତ କିନ୍ତୁ ଏହା ସହିତ ସ୍ୱାସ୍ଥ୍ୟର ବି ଧ୍ୟାନ ରଖନ୍ତୁ, ଯାହା ଦ୍ଵାରା ମୋଟାପା ଆପଣଙ୍କ ଉପରେ ହାବି ନ ହେଉ ।

ପସନ୍ଦର ପ୍ରଭାବ –

ଏମିତି ଦେଖା ଯାଇଥାଏ କି ବିବାହ ପରେ ଦମ୍ପତି ପରସ୍ପରର ପସନ୍ଦର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତାହା ତାଙ୍କ ଶରୀର ପାଇଁ ହାନିକାରକ ହୋଇଥାଉ ପଛେ । ବିବାହ ପରେ ଖାଇବା ପାଇଁ ବାହାରକୁ ଯିବା, ସାଥିର ମନ ପସନ୍ଦ ଖାଦ୍ୟ ଖାଇବା ଓ ତାହା ପରେ ସ୍ୱାସ୍ଥ୍ୟକୁ ନଜର ଅନ୍ଦାଜ କରିବା ଦ୍ଵାରା ମୋଟାପା ବଢିଯାଏ ।

ଭଲ ଖାଦ୍ୟ ତିଆରି କରିବା –

ବିବାହ ପରେ ମହିଳାମାନେ ନିଜର ଶଶୁର ଓ ସ୍ଵାମୀଙ୍କୁ ଖୁସି କରିବା ପାଇଁ ସ୍ଵାଦିଷ୍ଟ ଖାଦ୍ୟ ତିଆରି କରିଥାନ୍ତି । ଆରମ୍ଭରେ ଏହା ସମସ୍ତଙ୍କୁ ଭଲ ଲାଗିଥାଏ । କିନ୍ତୁ ସମୟ ସହିତ ମୋଟାପାକୁ ବି ଏହା ବଢାଇ ଦିଏ ।

ବିବାହ ପରେ ନଜର ଅନ୍ଦାଜ –

ଏହା ଏକ ବିଚାର ଅଟେ କି ବିବାହ ପରେ କାହାକୁ ଆକର୍ଷିତ କରିବା, ଏହି ବିଚାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ପ୍ରତି ଉଦାସୀନ କରିଦେଇଥାଏ । ଦମ୍ପତି ନିଜର ସ୍ୱାସ୍ଥ୍ୟ ପ୍ରତି ନଜର ଅନ୍ଦାଜ କରି ଦିଅନ୍ତି । ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ଖାଇବାକୁ ଲାଗନ୍ତି । ଦମ୍ପତିଙ୍କର ପରସ୍ପରକୁ ଆକର୍ଷଣ କରିବାର ବିଚାର ମୋଟାପା ବଢିବାର ସବୁଠୁ ବଡ କାରଣ ଅଟେ ।

ମହିଳାମାନଙ୍କ ଗର୍ଭଧାରଣ –

ବିବାହ ପରେ ମହିଳାମାନଙ୍କ ମଧ୍ୟରେ ମୋଟାପା ସେତେବେଳେ ଆସିଥାଏ ଯେତେବେଳେ ସେମାନେ ଗର୍ଭବତୀ ହୋଇଥାନ୍ତି । ପିଲାଙ୍କୁ ସମ୍ଭାଳିବା ବହୁତ କଷ୍ଟକର ହୋଇଥାଏ, ତେଣୁ ପ୍ରତ୍ୟେକ ମହିଳା ପିଲାର ଦେଖାଶୁଣା କରିବା ସହିତ ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖି ପାରନ୍ତି ନାହିଁ । ସେଥିପାଇଁ ସାଧାରଣତଃ ଦେଖା ଯାଇଛି କି ବିବାହ ପରେ ମହିଳାମାନେ ଅଧିକ ମୋଟି ହୋଇ ଯାଆନ୍ତି ।