ପ୍ରଥମଥର ଦେଖନ୍ତୁ ଓଡିଆ ଅଭିନେତ୍ରୀ Elina Das ଙ୍କ ଫ୍ୟାମିଲି ଆଲବମ, ଆଗରୁ କେବେ ବି ଦେଖି ନଥିବେ

ଓଡିଆ ଜଗତର କଳାକାର ମାନେ ନିଜର ସୁନ୍ଦର ଅଭିନୟ ପାଇଁ ଖୁବ ଲୋକପ୍ରିୟ ହୋଇ ପାରିଛନ୍ତି । ସେମାନେ ନିଜର ସାନଦାର ଅଭିନୟରେଦର୍ଶକ ମାନଙ୍କ ହୃଦୟରେ ଘର କରି ରହି ପାରିଛନ୍ତି । ସେହିଭଳି ଟିଭି ଜଗତରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡିକ ମଧ୍ୟ ଖୁବ ଜୋରସୋରରେ ଆଗେଇ ଚାଲିଛି । ଟିଭିରେ ପ୍ରସାରିତ ହେଉଥିବା ସିରିଏଲ ହେଉ ବା ଆଲବମ ହେଉ ସେଥିରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ଦମଦାର ଅଭିନୟ ପାଇଁ ସୋସିଆଲ ମିଡିଆରେ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆଲବମରେ ଅଭିନୟ କରି ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ସେହି ଆଲବମ ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଭିନେତ୍ରୀ “ଏଲିନା ଦାସ” ଯାହାଙ୍କ ଜୀବନ କାହାଣୀ ବିଷୟରେ ଖୁବ କମ ଲୋକ ଜାଣିଥିବେ । ସେ ଅନେକ ଆଲବମରେ ଅଭିନୟ କରିଥିବାରୁ ସେହି ଆଲବମ ଗୁଡିକ ବହୁତ ହିଟ ହୋଇଥିଲା । ତାଙ୍କର ସବୁ ଆଲବମ ଗୁଡିକ ବହୁତ ଭଲ ହୋଇଥିବାରୁ ଲୋକପ୍ରିୟ ମଧ୍ୟ ହୋଇ ପାରିଥିଲା ।

ଅଭିନେତ୍ରୀ ଏଲିନା ଦାସଙ୍କର ଜନ୍ମ ସ୍ଥାନ କଟକ ଯେଉଁଠି ସେ ତାଙ୍କର ପିଲା ଦିନ ବିତାଇଥିଲେ । ପରିବାର ଲୋକଙ୍କ ସହ ତାଙ୍କର ହସ ଖୁସିରେ ସମୟ କଟୁଥିଲା । ତାଙ୍କ ପରିବାର ଭିତରେ ତାଙ୍କ ବାପା ଓ ମା ଅଛନ୍ତି । ୨୦୧୧ ମସିହାରେ ଏହି ଅଭିନେତ୍ରୀଙ୍କର ବିବାହ ହୋଇଥିଲା । ବିବାହ ପରେ ସେ ତାଙ୍କ ସ୍ଵାମୀଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ଏଲିନା ତାଙ୍କ ସ୍ବାମୀଙ୍କ ସହ ଅଧିକ ଟାଇମ ସ୍ପେନ୍ଡ କରିବାକୁ ଭଲ ପାଆନ୍ତି । ଦୁହିଙ୍କ ଭିତରେ ଗଭୀର ଭଲ ପାଇବା ରହିବା ସହ ଭଲ ବୁଝାମଣା ମଧ୍ୟ ରହିଛି ।

ସେ ତାଙ୍କ ଶାଶୁ ଘର ଲୋକଙ୍କ ସହ ଭଲ ବ୍ୟବହାର କରିବା ସହ ସମସ୍ତଙ୍କର ଯତ୍ନ ନିଅନ୍ତି । ପିଲାଦିନୁ ତାଙ୍କୁ ଏୟାରହୋଷ୍ଟେସ ହେବା ପାଇଁ ଇଚ୍ଛା ଥିଲା । କିନ୍ତୁ ଥରେ ସେ ଏକ ଶୁଟିଙ୍ଗ ସେଟକୁ ଶୁଟିଙ୍ଗ ଦେଖିବାକୁ ଯାଇଥିଲେ । ଏହା ଦେଖି ସେ ତାଙ୍କର ମତ ପରିବର୍ତ୍ତନ କରି ଅଭିନୟ କରିବାକୁ ସ୍ଥିର କରିଥିଲେ । ୨୦୦୩ ମସିହାରେ ସେ ଓଡିଆ ଜଗତର ଆଲବମରେ ନିଜର ଅଭିନୟ ଦୁନିଆ ଆରମ୍ଭ କରିଥିଲେ । ସେ ୫୦୦ରୁ ଅଧିକ ଆଲବମରେ ଅଭିନୟ କରି ଖୁବ ଲୋକପ୍ରିୟ ହୋଇ ପାରିଥିଲେ ।

ଏହାଛଡା ସେ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଛନ୍ତି । “ସସ୍କାର”, “ଜୀବନ ଯମୁନାରେ ଜୁଆର ଉଠେ”, “ଦାମିନୀ” ଆଦି ସିରିଏଲରେ ଅଭିନୟ କରିଛନ୍ତି । ସେ ଅଭିନୟ କରିବା ସମୟରେ ଶୁଟିଙ୍ଗ ସେଟରେ ସମସ୍ତଙ୍କ ସହ ଭଲ ବ୍ୟବହାର କରୁଥିଲେ । ସବୁ ସାଥିଙ୍କ ସହ ତାଙ୍କର ଭଲ ସମ୍ପର୍କ ରହିଥିଲା ।  ଅଭିନୟ କରିବା ସହ ସେ ରାଜିନୀତି ମଧ୍ୟ କରୁଥିଲେ । ସେ ବିଜେଡି ଦଳର ସଦସ୍ୟ ଭାବେ କାମ କରନ୍ତି । ସେ କରିଥିବା ସବୁ ଆଲବମ ଗୁଡିକ ସୁପର ଡୂପର ହିଟ ହୋଇଥିଲା । ସେଥି ପାଇଁ ସେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ନିଜ ପାଇଁ ଅଲଗା ଜାଗା ତିଆରି କରି ପାରିଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ