ରାଜନୀତିରେ ଏହି ୭ ଜଣ ଅଭିନେତ୍ରୀ ନିଜର ଜଲୱା ଦେଖେଇ ସାରିଛନ୍ତି, ଜଣେ ତ ରହି ସାରିଛନ୍ତି ୬ ଥର ମୁଖ୍ୟମନ୍ତ୍ରୀ

ବଲୀଉଡ ଏବଂ ରାଜନୀତି ମଧ୍ୟରେ ବହୁତ ଗଭୀର ସମ୍ପର୍କ ଅଛି । ପ୍ରାୟତଃ କଳାକାର ମାନେ ଉଭୟ ବଲୀଉଡରେ ଏବଂ ରାଜନୀତିରେ ନିଜର ଭଲ କାରିୟର କରି ସାରିଛନ୍ତି । ଏମିତିରେ କିଛି ଅଭିନେତ୍ରୀମାନେ ବଲୀଉଡରୁ ସିଧା ରାଜନୀତିକୁ ଆସି ନିଜର କାରିୟର କରିଛନ୍ତି । ଏହି ଅଭିନେତ୍ରୀମାନେ ଅଭିନୟ ଦୁନିଆରେ ନିଜର ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ବର୍ତ୍ତମାନ ରାଜନୀତିରେ ନିଜର ପରିଚୟ କରୁଛନ୍ତି ।

ସେଥିପାଇଁ ଆଜି ଆମେ ଆପଣଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ବଲୀଉଡରେ ନିଜର ନାମ କରିବା ପରେ ବର୍ତ୍ତମାନ ରାଜନୀତିରେ ବି ନିଜର କାମ କରୁଛନ୍ତି । ତେବେ ଚାଲନ୍ତୁ ଜାଣିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଅଛି ?

ହେମା ମାଳିନୀ

ବଲୀଉଡର ଡ୍ରିମ ଗର୍ଲ କୁହାଯାଉଥିବା ହେମା ମାଳିନୀଙ୍କର ଅଭିନୟର ଦିବାନ ସମସ୍ତେ ଅଟନ୍ତି । କିନ୍ତୁ ସେ ବର୍ତ୍ତମାନ ନିଜର ଅଭିନୟର ଜାଦୁ ରାଜନୀତିରେ ବି ଦେଖାଉଛନ୍ତି । ହେମା ମାଳିନୀ ବିଜେପିର ମେମ୍ବର ଅଟନ୍ତି, ଯିଏକି ମଥୁରାର ସାଂସଦ ଅଟନ୍ତି । ଏମିତିରେ ରାଜନୀତିରେ ହେମା ମାଳିନୀଙ୍କୁ ବହୁତ ସଫଳତା ମିଳି ସାରିଛି ।

ଈଶା କୋପ୍ପିକର

ବଲୀଉଡରେ ବହୁତ ସୁପରହିଟ ଫିଲ୍ମରେ କାମ କରି ସାରିଥିବା ଈଶା କୋପ୍ପିକର ବର୍ତ୍ତମାନ ରାଜନୀତିରେ ସାମିଲ ହୋଇ ଯାଇଛନ୍ତି । ମୁମ୍ବାଇରେ ନିତିନ ଗଡକରୀଙ୍କର ଉପସ୍ଥିତିରେ ସେ ବିଜେପିର ହାତ ଧରିଛନ୍ତି । କୁହାଯାଉଛି କି ଈଶା କୋପ୍ପିକର ଲୋକସଭାର ଇଲେକ୍ସନ ବି ଲଢି ପାରନ୍ତି ।

ରେଖା

ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ରେଖା ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟ ପାଇଛନ୍ତି । ରେଖା ୨୦୧୧ରେ କଂଗ୍ରେସରେ ସାମିଲ ହୋଇଥିଲେ ଏବଂ ୨୦୧୨ରେ ରେଖାଙ୍କୁ କଂଗ୍ରେସ ରାଜ୍ୟସଭା ସାଂସଦ ମଧ୍ୟ କରିଥିଲେ ।

ଜୟଲଳିତା

ବଲୀଉଡରେ ଫିଲ୍ମ କରିଥିବା ଜୟଲଳିତା ସାଉଥ ଫିଲ୍ମରେ ବହୁତ କାମ କରିଛନ୍ତି । ଜୟଲଳିତାଙ୍କୁ ଲୋକମାନେ ଆମ୍ମା କହୁଥିଲେ । ତାଙ୍କର ଲୋକପ୍ରିୟତା ବହୁତ ଥିଲା । ସେଥିପାଇଁ ସେ ତାମିଲନାଡୁରୁ ୬ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ, କିନ୍ତୁ ସେ ବର୍ତ୍ତମାନ ଆମ ଗହଣରେ ନାହାନ୍ତି ।

ଜୟା ବଚ୍ଚନ

ଜୟା ବଚ୍ଚନଙ୍କର ଜଲ୍ବା ବଲୀଉଡରେ ବହୁତ ଚାଲିଛି ଏବଂ ସେ ବର୍ତ୍ତମାନ ସମାଜବାଦୀ ପାର୍ଟି ତରଫରୁ ରାଜ୍ୟସଭାର ସାଂସଦ ଅଟନ୍ତି । କହିଦେଉଛୁ ଯେ ଅମିତାଭ ବଚ୍ଚନ ବି ସାଂସଦ ରହି ସାରିଛନ୍ତି ।

ଗୁଳ ପନାଗ

ଅଭିନେତ୍ରୀ ଗୁଳ ପନାଗରେ ୨୦୧୪ରେ ଆମ ଆଦମି ପାର୍ଟିରେ ସାମିଲ ହୋଇ ଚଣ୍ଡୀଗଢରୁ ଇଲେକ୍ସନ ଲଢିଥିଲେ । କିନ୍ତୁ ତାଙ୍କୁ ସେଥିରେ ହାର ମିଳିଲା । ପୁଳ ପନାଗ ଏକ ଭଲ ଅଭିନେତ୍ରୀ ଅଟନ୍ତି ।

ସ୍ମୃତି ଈରାନୀ

ଅଭିନୟ ଦୁନିଆରେ ନିଜର ନାମ କରିବା ପରେ ବର୍ତ୍ତମାନ ସ୍ମୃତି ଈରାନୀ ବିଜେପିର ନେତା ଅଟନ୍ତି ଏବଂ କେନ୍ଦ୍ରୀୟ ମନ୍ତ୍ରୀ ଅଟନ୍ତି । ସ୍ମୃତି ଈରାନୀ ଏକ ସକ୍ରିୟ ରାଜନୀତି ରେ ଅଛନ୍ତି ଏବଂ ବର୍ତ୍ତମାନ ସେ ଲୋକସଭାର ଇଲେକ୍ସନ ପାଇଁ ଲଢିବେ ।