ଯେଉଁମାନଙ୍କର ଶରୀରର ରହିଥାଏ ଏହି ୪ ଟି ଚିହ୍ନ, ତାଙ୍କର ଭାଗ୍ୟରେ ଥାଏ ଅପାର ଧନ !

ହିନ୍ଦୁ ଧର୍ମରେ ମନୁଷ୍ୟ ଶରୀରର ସବୁ ଅଙ୍ଗ ବିଷୟରେ ବିଭିନ୍ନ କଥା କୁହା ଯାଇଛି । ସମୁଦ୍ର ଶାସ୍ତ୍ର ଅନୁସାରେ ମନୁଷ୍ୟ ଶରୀରର ସବୁ ଅଙ୍ଗ ତାହା ବିଷୟରେ ମହତ୍ଵପୂର୍ଣ ସୂଚନା ଦେଇଥାଏ । ବର୍ତ୍ତମାନ ସମୟରେ ସମସ୍ତେ ଧନୀ ହେବାକୁ ଚାହୁଁଛନ୍ତି । କିନ୍ତୁ ଧନୀ ହେବା ସମସ୍ତଙ୍କର ଭାଗ୍ୟରେ ନଥାଏ । କିଛି ଲୋକମାନେ ଦିନ ରାତି କଷ୍ଟ କରନ୍ତି ତଥାପି ତାଙ୍କ ପାଖରେ ଟଙ୍କା ରୁହେନାହିଁ ।

କିନ୍ତୁ କିଛି ଲୋକମାନେ ଭାଗ୍ୟରେ ଧନୀ ହୋଇଥାନ୍ତି କି ସେମାନେ ବିନା କଷ୍ଟ କରି ତାଙ୍କୁ ସବୁ ସଫଳତା ମିଳିଯାଏ ।

ଜ୍ୟୋତିଷ ଶାସ୍ତ୍ରରେ ଶରୀରର କିଛି ଅଙ୍ଗ ଉପରେ ଥିବା ଚିହ୍ନ ବହୁତ ଶୁଭ ହୋଇଥାଏ । ଆଜି ଏହି ଆର୍ଟିକୀଲରେ ଆମେ ଆପଣଙ୍କୁ ଶରୀରର କିଛି ଅଙ୍ଗରେ ଥିବା ଚିହ୍ନ ବିଷୟରେ କହିବାକୁ ଯାଉଛୁ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନଙ୍କର ହାତର ମଝିରେ ରଥ, ଚକ୍ର, ବାଣ କିମ୍ବା ଧ୍ଵଜ ଇତ୍ୟାଦିର ଚିହ୍ନ ହୋଇଥାଏ ସେହି ଲୋକମାନେ ଭାଗ୍ୟଶାଳୀ ହୋଇଥାନ୍ତି । ଏହିଭଳି ଲୋକମାନଙ୍କର ଜନ୍ମ ଅନ୍ୟ ଲୋକମାନଙ୍କ ଉପରେ ଶାସନ କରିବା ପାଇଁ ହୋଇଥାଏ । ଏମାନଙ୍କର ସମଜାରେ ବହୁତ ପ୍ରତିଷ୍ଠା ହୋଇଥାଏ । ଏମାନଙ୍କର ଦାମ୍ପତ୍ୟ ଜୀବନରେ ତାଳମେଳ ଏବଂ ଭଲ ପାଇବା ଭରି ରହି ଥାଏ ।

ଏମାନଙ୍କୁ ସବୁ କାମରେ ସଫଳତା ମିଳିଥାଏ ଏବଂ ଉନ୍ନତି ମଧ୍ୟ କରିଥାନ୍ତି ।

ଯେଉଁ ବ୍ୟକ୍ତିଙ୍କ ହାତର ପାପୁଲିର ମଝିରେ କଳାଜାଇ ଅଛି ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭଦାୟକ ହୋଇଥାଏ । ଏହି ବ୍ୟକ୍ତିମାନେ ଧନବାନ ଏବଂ ହୃଦୟରୁ ବହୁତ ଭଲ ହୋଇଥାନ୍ତି । ଏମାନଙ୍କୁ ଜୀବନରେ ବହୁତ ସଂଘର୍ଷ କରିବାକୁ ପଡିବ କିନ୍ତୁ ଦିନେ ନା ଦିନେ ଏମାନଙ୍କୁ ସଫଳତା ନିଶ୍ଚିତ ମିଳିବ ।

ଯେଉଁ ଲୋକମାନଙ୍କର ଗୋଡରେ ଚକ୍ର କିମ୍ବା ପଦ୍ମର ଚିହ୍ନ ହୋଇଥାଏ, ତେବେ ତାଙ୍କ ପାଖରେ କେବେ ବି ଟଙ୍କାର ଅଭାବ ହୋଇ ନଥାଏ । ଏହି ଲୋକମାନେ ରାଜ କରିବା ପାଇଁ ପସନ୍ଦ କରନ୍ତି । ଏମାନେ ନିଜର ମିଠା ବାଣୀ ଦ୍ଵାରା ଲୋକମାନଙ୍କର ହୃଦୟ ଜିତି ପାରନ୍ତି । ଅପାର ଧନ ଥିବାରୁ ଏମାନଙ୍କର ନିଜର ଲୋକ କମ ଏବଂ ଶତ୍ରୁ ଅଧିକ ହୋଇଥାନ୍ତି ।

ଯେଉଁ ଲୋକମାନଙ୍କର ଗୋଡର ତଳ ପାଦରେ କଳାଜାଇ ହୋଇଥାଏ ସେମାନେ ଭଲ ଶାସକ ହୋଇଥାନ୍ତି । ସ୍ଵତନ୍ତ୍ର ରୂପରେ ଜୀବନରେ ଆଗକୁ ବଢିବା ଏମାନଙ୍କର ଏକମାତ୍ର ଲକ୍ଷ୍ୟ ହୋଇଥାଏ । ଏମାନେ ନିଜର ଲକ୍ଷ୍ୟ ପୁର୍ତି କରିବା ପାଇଁ କଠିନ ତପସ୍ୟା କରିଥାନ୍ତି । ଟଙ୍କା ମାମଲାରେ ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସବୁ କାମକୁ ମନ ଲାଗାଇ କରନ୍ତି ।