ସ୍ୟାଲ୍ୟୁଟ ମନୋହର ପାରିକରଙ୍କୁ : ରୋଗ କାରଣରୁ ନାକରେ ଲାଗିଛି ପାଇପ ତଥାପି ଏମିତି ସଂସଦରେ ଉପସ୍ଥାପନା କରିଲେ ବଜେଟ, କହିଲେ ରାହୁଲ…

ଭାରତୀୟ ରାଜନୀତିରେ ବର୍ତ୍ତମାନ ସମୟରେ ବହୁତ କମ ଏହିଭଳି ନେତା ଦେଖିବାକୁ ମିଳେ ଯାହାଙ୍କର ଭାବନା ତାଙ୍କ ରୋଗ ଆଗରେ ଅଧିକ ଅଟେ । କିଛି ଏହିଭଳି ଅଟନ୍ତି ଗୋଆର ମୁଖ୍ୟ ମନ୍ତ୍ରୀ ଏବଂ ରାଜ୍ୟର ଅର୍ଥ ମନ୍ତ୍ରୀ ମନୋହର ପାରିକର । ସେ ବହୁତ ବଡ ରୋଗରେ ପିଡିତ ଅଛନ୍ତି ତଥାପି ସେ ଅଧିକ ଛୁଟି ନ ନେଇ ନିଜର କାମ କରୁଛନ୍ତି । କାମ କରିବା ସମୟରେ ବି ତାଙ୍କ ନାକରେ ନଳି ଲାଗିଛି ।

ଏହି ଅବସ୍ଥାରେ ମନୋହର ପାରିକର ୨୦୧୯ – ୨୦ ବଜେଟକୁ ଉପସ୍ଥାପିତ କରିଛନ୍ତି । ତାଙ୍କର ଏହି ଫୋଟ ବହୁତ ଭାଇରାଲ ହେଉଛି ।

ଗୋଆ ମୁଖ୍ୟମନ୍ତ୍ରୀ ଅଳ୍ପ ସ୍ଵରରେ ପଢିଲେ ଭାଷଣ

ମନୋହର ପାରିକର ପାନକ୍ରିୟାଜ ରୋଗରେ ପୀଡିତ ଅଛନ୍ତି । କିଛି ସମୟ ପୂର୍ବରୁ ହିଁ ସେ ଆମେରିକାରୁ ଚିକିସ୍ଛା କରି ଫେରିଛନ୍ତି । ସଂସଦରେ ବିପକ୍ଷଙ୍କର ହଙ୍ଗାମା ସତ୍ବେ ବି ସେ ବଜେଟକୁ ଉପସ୍ଥାପିତ କରିଛନ୍ତି । ଏବଂ ସେ ବଜେଟର ଭାଷଣ ବହୁତ କମ ସ୍ଵରରେ ଦେଇଛନ୍ତି ।

ଅନ୍ୟ ପଟେ ରାହୁଲ ଗାନ୍ଧୀ ପାରିକରଙ୍କ ସହିତ ଦେଖା କରିଲା ପରେ ନିଜର କଥା ରଖିଛନ୍ତି । ସେ କହିଲେ କି ମୁଁ କାଲି ପାରିକରଙ୍କ ସହ ଦେଖା କରିଥିଲି । ସେ ମୋତେ କହିଲେ କି ଡିଲ ବଦଳିବା ସମୟରେ ଭାରତର ପିଏମ ଭାରତର ରକ୍ଷାମନ୍ତ୍ରୀଙ୍କୁ କିଛି ପଚାରି ନଥିଲେ । ଗୋଟିଏ ପଟେ ମିଟିଙ୍ଗରେ ପାରିକର କହୁଥିଲେ କି ମୋ ପାଖରେ ରାଫେଲ ଡିଲର ଫାଇଲ ପଡିଛି, ମୋତେ ଗୋଆରୁ କେହି ବାହାର କରି ପାରିବେ ନାହିଁ ।

ଅନ୍ୟ ପଟେ ତାଙ୍କର ମନ୍ତ୍ରୀ ସାମ୍ବାଦିକଙ୍କ ସହ କଥାବାର୍ତ୍ତା କରୁଛନ୍ତି । ମୋଦୀ ପାରିକରଙ୍କୁ ଖୁସି କରିବାର ଚେଷ୍ଟା କରୁଛନ୍ତି ।

ରାହୁଲ ଗାନ୍ଧୀ କହିଥିଲେ ମିଛ

ପାରିକର ଲେଖିଲେ କି ଆପଣଙ୍କର ମୋ ଅଫିସରେ ହୋଇଥିବା ଦେଖାସାକ୍ଷାତ ମୋତେ ବହୁତ ଚିନ୍ତାରେ ପକାଇଛି । ମିଡିୟାରେ ଆପଣଙ୍କ ତରଫରୁ ଏହା ଖବର ଆଶୁଛିକି ରାଫେଲ ହାସଲ କରିବା ପାଇଁ ମୋର କୌଣସି ରୋଲ ନ ଥିଲା ଏବଂ ନା ହିଁ ମୋତେ ଏହି ବିଷୟରେ କିଛି ଜଣା ଅଛି । କେବଳ ୫ ମିନିଟର ଦେଖାକୁ ଆପଣ ରାଜନୀତିରେ ଲାଭ ପାଇଁ ବ୍ୟବହାର କରୁଛନ୍ତି । କହିଦେଉଛୁ ଯେଏହି କଥାକୁ ନେଇ କଂଗ୍ରେସ ସବୁ ବେଳେ ବିଜେପିକୁ ଟାର୍ଗେଟ କରୁଛି ।

ଏହା ପରେ ସେ ରାହୁଲ ଗାନ୍ଧୀଙ୍କ ସହ ହୋଇଥିବା କଥାବାର୍ତ୍ତା ବିଷୟରେ ଲେଖିଛନ୍ତି । ଏବଂ ଆଗକୁ ଲେଖିଛନ୍ତି କି ମୁଁ ନିଜକୁ ହାରି ଯାଇଛି ବୋଲି ଭାବୁଛି, କାରଣ ଆପଣ ଏହି ଦେଖାସାକ୍ଷାତକୁ ରାଜନୀତିରେ ଲାଭ ପାଇଁ ବ୍ୟବହାର କରୁଛନ୍ତି । ଏହି ୫ ମିନିଟରେ ଆପଣ ରାଫେଲ ବିଷୟରେ କିଛି କଥାବାର୍ତ୍ତା କରି ନାହାନ୍ତି ।