ବିବେକଙ୍କୁ ଆଲିଙ୍ଗନ କରିବା ପରେ ଅଭିଷେକଙ୍କ ଉପରେ ରାଗିଲେ ଐଶ୍ୱର୍ୟା, ଗାଳି ଦେଇ ପଚାରିଲେ – ତା ସାଙ୍ଗରେ ଏମିତି…

ଗତ କିଛି ଦିନ ତଳେ ମୁମ୍ବାଇରେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି. ଭି. ସିନ୍ଧୁଙ୍କର ସମ୍ମାନ ସମାରୋହରେ ବଲୀଉଡର ବଡ ବଡ ଷ୍ଟାରମାନେ ବି ସାମିଲ ହୋଇଥିଲେ । ଯେଉଁଥିରେ ଅଭିଷେକ ବଚ୍ଚନ ଓ ବିବେକ ଓବେରୟ ବି ସାମିଲ ହୋଇଥିଲେ । ଏହି ସମୟରେ ନିଜର ପୁରୁଣା ବିବାଦକୁ ଭୁଲି ଯାଇ ଅଭିଷେକ ବଚ୍ଚନ ଓ ବିବେକ ଓବେରୟ ପରସ୍ପରକୁ ଆଲିଙ୍ଗନ କରୁଥିବାର ନଜର ଆସିଥିଲେ, ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ବି ହୋଇଥିଲା ।

ଯାହା ଉପରେ ଫ୍ୟାନମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ବି ଦେଇଛନ୍ତି ।

ଅଭିଷେକ ବଚ୍ଚନ, ବିବେକ ଓବେରୟଙ୍କୁ ଆଲିଙ୍ଗନ କରିବା ସମୟରେ ବହୁତ ଖୁସି ନଜର ଆସୁଥିଲେ । କିନ୍ତୁ ଐଶ୍ୱର୍ୟାଙ୍କୁ ଏହା ହଜମ ହେଲା ନାହିଁ । ଯେଉଁ କାରଣରୁ ସେ ନିଜ ସ୍ଵାମୀଙ୍କର କ୍ଳାସ ଲଗାଇ ଦେଲେ । ଏତିକି ନୁହେଁ ଐଶ୍ୱର୍ୟା ଅଭିଷେକଙ୍କ ଉପରେ ନିଜର କ୍ରୋଧକୁ ବି ଦର୍ଶାଇଲେ ।

ଏକ୍ସ ବୟଫ୍ରେଣ୍ଡକୁ ଆଲିଙ୍ଗନ କରିବା ଉପରେ ରାଗିଲେ ଐଶ୍ୱର୍ୟା

ଅଭିଷେକ ବଚ୍ଚନ ଓ ବିବେକ ଓବେରୟଙ୍କ ମଧ୍ୟରେ ଏହି ମିତ୍ରତା ଦେଖି ଐଶ୍ୱର୍ୟା ରାୟ ବହୁତ ରାଗିଗଲେ । ଯେଉଁ କାରଣରୁ ସେ ନିଜ ସ୍ଵାମୀକୁ ଗାଳି ମଧ୍ୟ କରିଦେଲେ । ସୂତ୍ର ଅନୁସାରେ ଐଶ୍ୱର୍ୟା ରାୟ ନିଜ ସ୍ଵାମୀଙ୍କଠାରୁ ଜାଣିବାକୁ ଚାହୁଁଥିଲେ କି ସେ ବିବେକକୁ କାହିଁକି ଆଲିଙ୍ଗନ କରିଲେ ? ହାତ ମିଶାଇ ବି ଫେରି ଆସି ପାରିଥାନ୍ତେ ।

ଅଭିଷେକ ବଚ୍ଚନ ବିବେକକୁ କରିଲେ ଆଲିଙ୍ଗନ

ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଲଗାତାର ଅଭିଷେକ ବଚ୍ଚନ ଓ ବିବେକ ଓବେରୟଙ୍କର ଏହି ଆଲିଙ୍ଗନ କରିବାର ଭିଡିଓ ବହୁତ ଭାଇରାଲ ହେଉଛି । କହିବାକୁ ଗଲେ ଏହି କାର୍ଯ୍ୟକ୍ରମରେ ବଚ୍ଚନ ପରିବାର ଓ ଓବେରୟ ପରିବାର ପରସ୍ପରର ସାମ୍ନାସାମ୍ନି ହୋଇଥିଲେ, ଯାହା ପରେ ଅମିତାଭ ବଚ୍ଚନ ବିବେକଙ୍କର ପିତାଙ୍କୁ ଆଲିଙ୍ଗନ କରିଲେ ଓ ଏହା ପରେ ସେଠାକୁ ଅଭିଷେକ ବି ଆସିଗଲେ ।

ଏହା ପରେ ଅଭିଷେକ ବଚ୍ଚନ ପ୍ରଥମେ ବିବେକଙ୍କରର ପିତାଙ୍କୁ ଆଲିଙ୍ଗନ କରିଲେ ଓ ପରେ ବିବେକଙ୍କୁ ବି ଆଲିଙ୍ଗନ କରିଲେ ।

ବିବେକ କରିଥିଲେ ଐଶ୍ୱର୍ୟାଙ୍କୁ ଥଟ୍ଟା

ଲୋକସଭା ନିର୍ବାଚନ ସମୟରେ ବିବେକ ଓବେରୟ ଏକ ପୋଷ୍ଟର ଶେୟାର କରି ଐଶ୍ୱର୍ୟା ରାୟଙ୍କୁ ଥଟ୍ଟା କରିଥିଲେ । ଯେଉଁ କାରଣରୁ ତାଙ୍କର ବହୁତ ଆଲୋଚନା ବି ହୋଇଥିଲା । କିନ୍ତୁ ଏହା ପରେ ସେ ଫଟୋକୁ ଡିଲିଟ ବି କରି ଦେଇଥିଲେ, ଏମିତିରେ ବର୍ତ୍ତମାନ ଅଭିଷେକଙ୍କର ବିବେକଙ୍କୁ ଆଲିଙ୍ଗନ କରିବା ଐଶ୍ୱର୍ୟା ରାୟଙ୍କୁ ହଜମ ହେଲା ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।