ପରସ୍ପରକୁ ଜୀବନଦେଇ ଭଲ ପାଉଥିବା କଳାକାର ଆଜି କେମିତି ବନିଗଲେ ଏତେ ଶତ୍ରୁ, ଜନତୁ ଏହା ପଛର ଘଟଣା

ବଲିଉଡର କଳାକାର କରିଶ୍ମା କାପୁର ଏବଂ ଅକ୍ଷୟ କୁମାର ନିଜ ସମୟରେ ଏମିତି କଳାକାର ଥିଲେ ଯେଉଁ ମାନଙ୍କର ସ୍ଥିତି ଆଜି ବି ସେମିତି ଅଛି । ଏହି ଦୁଇ ଯୋଡ଼ି ଏକାସାଙ୍ଗରେ ଅନେକ ଫିଲ୍ମ କରିଛନ୍ତି । ଏହି ସୁନ୍ଦର ଯୋଡ଼ି ତାଙ୍କ ଅଭିନୟ ପାଇଁ ଖୁବ୍ ପ୍ରଶଂସା ପାଇଥିଲେ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଅଭିନେତ୍ରୀ କରିଶ୍ମା କାପୁର ଅକ୍ଷୟ କୁମାରଙ୍କୁ ବହୁତ ଘୃଣା କରନ୍ତି । ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ ।

ଆଜି ବି ଏହି ଯୋଡ଼ି ଅନେକ ଲୋକଙ୍କ ପସନ୍ଦ ଅଟନ୍ତି । ଯିଏ 90 ଦଶକରେ ଗୋଟିଏ ନୁହେଁ ଅନେକ ସୁପରହିଟ ଫିଲ୍ମରେ କାମ କରିଛନ୍ତି । 90 ଦଶକର ଏହି ଅକ୍ଷୟ କୁମାରଙ୍କ ସୁପରହିଟ ହିରୋଇନ୍ କୁହା ଯାଉଥିବା ଅଭିନେତ୍ରୀ କରିଶ୍ମା କାପୁର ଅକ୍ଷୟଙ୍କୁ ବହୁତ ଘୃଣା କରୁଥିଲେ । ଗୋଟିଏ ସମୟ ଥିଲା ଯେତେବେଳେ କରିଶ୍ମା କାପୁର ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ପସନ୍ଦ କରୁ ନଥିଲେ ।

ଯାହା ପଛର କାରଣ କିଛି ଆଉ ନୁହେଁ ନେପୋଟିଜ୍ମ ଥିଲା । ଅକ୍ଷୟଙ୍କ ନିଜର ପ୍ରଥମ ଫିଲ୍ମ ‘ସ୍ୟୈଗନ୍ଧ’ ପରେ ସେ ‘ଦୀଦାର’ ଫିଲ୍ମରେ କରିଶ୍ମାଙ୍କ ସହିତ କାମ କରିଥିଲେ । ଏଇ କଥା ସମସ୍ତେ ଜାଣନ୍ତି ଯେ କରିଶ୍ମା କାପୁର ଜଣେ ସଫଳ ପରିବାରରୁ ସମ୍ପର୍କ ଅଛି ଯାହାଙ୍କୁ ଲାଇମ୍ ଲାଇଟ୍ ରେ ରହିବାକୁ ଖୁବ୍ ପସନ୍ଦ କରନ୍ତି । ସେ ଚାହୁଁଥିଲେ ତାଙ୍କୁ ଅଧିକ ଗୁରୁତ୍ତ୍ଵ ଦିଆଯାଉ ଏବଂ ତାହା ବି ହେଉଥିଲା ।

ଯେତେବେଳେ କରିଶ୍ମା ଲାଇମ୍ ଲାଇଟ୍ ରେ ଥିଲେ ସେତେବେଳେ ବଲିଉଡର ଖିଲାଡ଼ି ଅକ୍ଷୟ କୁମାର ଯାହାଙ୍କ ଉପରେ କୈାଣସି ଗଡ୍ ଫାଦରଙ୍କ ହାତ ନଥିଲା । ଫିଲ୍ମ ‘ଦୀଦାର’ ପରେ ଅକ୍ଷୟ କୁମାର ବହୁତ ଲାଇମ୍ ଲାଇଟ୍ ରେ ରହିଲେ । ଏହି ଫିଲ୍ମ ପରେ ଅକ୍ଷୟଙ୍କୁ ବହୁତ ଗୁରୁତ୍ତ୍ଵ ଦିଆଗଲା, ଏବଂ ଫିଲ୍ମ ସୁଟିଂ ସମୟରେ ନିର୍ଦ୍ଦେଶକ ପ୍ରମୋଦ ଚକ୍ରବର୍ତ୍ତୀଙ୍କ ସହ ବହୁତ ଘନିଷ୍ଠ ସମ୍ପର୍କ ହୋଇ ଯାଇଥିଲା ।

ଯାହାଦ୍ବାରା ଲାଇମ୍ ଲାଇଟ୍ ରେ କରିଶ୍ମାଙ୍କ ଜାଗାରେ ଅକ୍ଷୟ ନେଇ ନେଲେ । ଏହି କଥା କରିଶ୍ମାଙ୍କୁ ବହୁତ କଷ୍ଟ ଦେଇଥିଲା ସେଥିପାଇଁ ସେ ଅକ୍ଷୟ କୁମାରଙ୍କ ଉପରେ ରାଗି ଯାଇଥିଲେ । ଏହା ପରେ ସେ କହିଲେ ସେ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନାହାଁନ୍ତି, ସାଥିରେ ଏହା ମଧ୍ୟ କହିଲେ ସେ ଅକ୍ଷୟ କୁମାରଙ୍କ ସହ କାମ କରିବେ ନାହିଁ । ଯେତେବେଳେ ‘ଦିଲ୍ ତୋ ପାଗଲ୍ ହେ’ ଫିଲ୍ମ ସାଇନ୍ କଲେ ସେତେବେଳେ ସେ ଜାଣି ନଥିଲେ ଯେ ଅକ୍ଷୟଙ୍କ ରୋଲ୍ ଅଛି ବୋଲି ।

ତାପରେ ସେ ଜାଣିଲେ ତାଙ୍କର ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କର ଛୋଟ ରୋଲ୍ ଅଛି । କରିଶ୍ମା ଅକ୍ଷୟଙ୍କ ସହ ଫିଲ୍ମ କରିବାକୁ ମନା କରିଦେଲେ, ଦ୍ବିତୀୟ ପଟେ ଅକ୍ଷୟ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଲେ ଯିଏ ଲଗାତାର ଏତରାଜ୍, ଅନ୍ଦାଜ୍ ଏବଂ ଖିଲାଡ଼ିଓ କା ଖିଲାଡ଼ି କରି ଖିଲାଡ଼ି କୁମାରର ଟାଇଟଲ ଜିତିଥିଲେ ।

କିନ୍ତୁ କାହାକୁ ଜଣାଥିଲା କରିଶ୍ମା କାପୁର ଅକ୍ଷୟ କୁମାରଙ୍କ ଉପରେ ରାଗି ନିଜର କ୍ୟାରିୟର ଖରାପ କରୁଛନ୍ତି । ଯେଉଁ ଅଭିନେତ୍ରୀ ନିଜେ ଅକ୍ଷୟଙ୍କ ସହ ଅନେକ ଫିଲ୍ମ କରିଥିଲେ ତାଙ୍କ କ୍ୟାରିୟର ଲଗାତାର ବୁଡିବାକୁ ଲାଗିଲା । ଅକ୍ଷୟ କୁମାରଙ୍କ ସହ ‘ମେରେ ଜୀବନ ସାଥି, ମେଦାନେ ଜଙ୍ଗ୍, ରେ ଦିଲ୍ଲଗୀ, ସପୁତ୍, ଜାନ୍ୱାର୍’, ଭଳି ଫିଲ୍ମରେ କାମ କରିଥିଲେ ।

ଯିଏ ବହୁତ ଦିନ ବ୍ରେକ୍ ପରେ ୨୦୨୦ରେ ଡିଜିଟାଲ ଦୁନିଆର ୱେବ ସିରିଜରେ ‘ମେଣ୍ଟାଲ୍ ହୁଡ୍’ ଡିଜିଟାଲ ଡେବ୍ୟୁ କରିଛନ୍ତି । ଅକ୍ଷୟ କୁମାର ଯିଏ ଅନେକ ସଫଳ ଫିଲ୍ମ ଦେବା ପରେ ଏବେ ସେ ନିଜର ଅନେକ ଆସୁଥିବା ଫିଲ୍ମରେ ନଜର ଆସିବେ । ଏହି ଦୁଇଙ୍କ ଯୋଡ଼ି ଫିଲ୍ମ ଭିତରୁ କେଉଁ ଫିଲ୍ମ ଆପଣଙ୍କୁ ଭଲ ଲାଗେ କମେଣ୍ଟ ରେ ଲେଖି ଜଣାନ୍ତୁ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।